କେନ୍ଦୁପତ୍ରରୁ ରାଜସ୍ୱ ଆଦାୟ ନୁହେଁ,କେନ୍ଦୁପତ୍ର ସହ ବଞ୍ଚୁଥିବା ଲୋକଙ୍କ କଲ୍ୟାଣ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ:ପାଣ୍ଡିଆନ

February 12, 2024, ଓଡ଼ିଶା, , BHAGYAPRABHA NEWS
କେନ୍ଦୁପତ୍ରରୁ ରାଜସ୍ୱ ଆଦାୟ ନୁହେଁ,କେନ୍ଦୁପତ୍ର ସହ ବଞ୍ଚୁଥିବା ଲୋକଙ୍କ କଲ୍ୟାଣ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ:ପାଣ୍ଡିଆନ
BHAGYAPRABHA NEWS
[ INPUT ]
Bhagyaprabha News Bureau
February 12, 2024

ଭୁବନେଶ୍ୱର - କେନ୍ଦୁପତ୍ରରୁ ରାଜସ୍ୱ ଆଦାୟ ବା ସେଥିରୁ ଲାଭ କରିବା ସରକାରଙ୍କ ଲକ୍ଷ୍ୟ ନୁହେଁ, ବରଂ କେନ୍ଦୁପତ୍ର ତୋଳାଳି ଓ କେନ୍ଦୁପତ୍ରକୁ ଜୀବନ ଜୀବୀକା କରିଥିବା ଲୋକଙ୍କ କ କଲ୍ୟାଣ ହେଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତା । ସମ୍ବଲପୁର ଚାରମାଲରେ କେନ୍ଦୁପତ୍ର ତୋଳାଳି ବନ୍ଧାଳି ଓ କର୍ମଚାରୀଙ୍କ ରୀଙ୍କ ଲାଗି ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରିବାପରେ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।ପାଣ୍ଡିଆନ କହିଥିଲେ ଯେ, ପୂର୍ବ ସରକାର ମାନେ କେନ୍ଦୁପତ୍ରରୁ ମିଳୁଥିବା ଲାଭକୁ ସରକାରଙ୍କ ରାଜସ୍ୱ ଭାବି ଯୋଜନା କରୁଥିଲେ । ନିର୍ବାଚନ ଆସିଲେ କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଖାଲି ପ୍ରତିଶ୍ରୁତି ଦେଉଥିଲେ ସିନା କେବେ କାର୍ଯ୍ୟକାରୀ କରୁନଥିଲେ । ତେବେ ନବୀନ ସରକାର କେନ୍ଦୁପତ୍ର କୁ କେବେ ଲାଭ ବୋଲି ବିଚାର କରିନାହାନ୍ତି । ସେହିପରି କେନ୍ଦୁପତ୍ର ଦର ମଧ୍ୟ ବୃଦ୍ଧି କରିଛନ୍ତି । ସରକାର ପଦ୍ମପୁର ଉପନିର୍ବାଚନରେ କେନ୍ଦୁପତ୍ର ତୋଳାଳିଙ୍କ ଲାଗି ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ଝିଅଙ୍କ ବିବାହ ପାଇଁ 98 ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। କେନ୍ଦୁପତ୍ର ତୋଳାଳିଙ୍କ ଲାଗି ମୋଟ ଦୁଇ ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ସରକାର I ସେହିପରି କେନ୍ଦୁପତ୍ର ଦର ମଧ୍ୟ ବୃଦ୍ଧି କରିଛନ୍ତି ସରକାର । ୨୦ ପତ୍ର କେରି ୧ ଟଙ୍କା ୪୦ ପଇସାରୁ ୧ ଟଙ୍କା ୬୦ ପଇସାକୁ ବୃଦ୍ଧି ହୋଇଛି । ୪୦ ପତ୍ର କେରି ୨ ଟଙ୍କା ୮୦ ପଇସାରୁ ୩ ଟଙ୍କା ୨୦ ପଇସାକୁ ବୃଦ୍ଧି ହୋଇଛି । କେନ୍ଦୁପତ୍ର କର୍ମଚାରୀଙ୍କ ସର୍ବାଧିନକ ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରାଯାଇଛି । କେନ୍ଦୁପତ୍ର ତୋଳାଳିଙ୍କ ପିଲାଙ୍କ କଲେଜର ପାଠ ପଢିବା ଲାଗି ଛାତ୍ର ବୃଦ୍ଧି ଆବେଦନ ଅବଧି ଆଉ ଗୋଟିଏ ମାସକୁ ବୃଦ୍ଧି ପାଇଛି ବୋଲି କହିଛନ୍ତି ଫାଇଭ ୫ଟି ଅଧ୍ଯକ୍ଷ ପାଣ୍ଡିଆନ । ସିଜନାଲ ଷ୍ଟାଫଙ୍କ ପାଇଁ ଅଧି କ ଶ୍ରମଦିବସ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ତିନି ମାସ ପାଇଁ କାମ ଆଉ ଗୋଟିଏ ମାସ ଅଧିକା କାମ ସୁଯୋଗ ବୃଦ୍ଧି ହୋଇଛି। ସେହିପରି ୬ ମାସ କାମ କଲେ ଆଉ ଗୋଟିଏ ମାସ ଅଧିକା ୭ ମାସ କାମ ପାଇବେ । ୮ ମାସ କରିଥିଲେ ଆଉ ଗୋଟିଏ ଅଧିକା ମାସ ମିଶାଇ ୯ ମାସ କାମ ପାଇବେ । ରାଜ୍ୟ ବଜେଟରୁ ସରକାର ଏଥିପାଇଁ ଶହେ କୋଟି ଅଧିକ ଅର୍ଥ ଦେଉଛନ୍ତି। ଯାହାବି ପ୍ୟାକେଜ ଲାଗୁ ହୋଇଛି ୧୦ ଦିନ ମଧ୍ୟରେ ବ୍ୟାଙ୍କରେ ପହଞ୍ଚିବ ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ ପାଣ୍ଡିଆନ । ଏହାସହ ସମ୍ବଲପୁର ଚାରମାଲ ଗସ୍ତ ଅବସରରେ ଧର୍ମାନୁଷ୍ଠାନ ଏବଂ କମ୍ୟୁନିଟ ସେଣ୍ଟର ଦାବୀ ନେଇ ଆସନ୍ତା ୧୦ ଦିନରେ ଖୁସି ଖବର ମିଳିବ ବୋଲି କହିଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଆୟୋଜିତ ହେବ ରାଜ୍ୟସ୍ତରୀୟ ମହିଳା ସମ୍ମିଳନୀ

ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଆୟୋଜିତ ହେବ ରାଜ୍ୟସ୍ତରୀୟ ମହିଳା ସମ୍ମିଳନୀ

Read More...

ରାଜ୍ୟସଭା ନିର୍ବାଚନ ରେସ- ଓଡିଶାରୁ  ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଙ୍କ ନାମ ଘୋଷଣା କଲା ବିଜେଡି

ରାଜ୍ୟସଭା ନିର୍ବାଚନ ରେସ- ଓଡିଶାରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଙ୍କ ନାମ ଘୋଷଣା କଲା ବିଜେଡି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: