ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

February 22, 2024, ରାଜନୀତି, ଗଞ୍ଜାମ, Santosh Kumar Mishra
ବ୍ରହ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
Santosh Kumar Mishra
[ Special Correspondent ]
Bhagyaprabha News Bureau
February 22, 2024

ଭୁବନେଶ୍ୱର/ବ୍ରହ୍ମପୁର -ବ୍ରହ୍ମପୁରଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏହି ଅବସରରେ ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର ହେବ । ଲୋକସଭା ଓ ବିଧାନସଭା କ୍ଷେତ୍ରରେ ବିଜେପି ଭଲ ପ୍ରଦର୍ଶନ କରିବ, ସାଂସଦ ଓ ବିଧାୟକଙ୍କ ସଂଖ୍ୟା ବହୁତ ଅଧିକ ବଢ଼ିବ । କେନ୍ଦ୍ରରେ ତୃତୀୟ ଥର ମୋଦି ସରକାର ହେବ ଏବଂ ଓଡ଼ିଶାରେ ମଧ୍ୟ ବିଜେପି ପୂର୍ଣ୍ଣ ବହୁମତରେ ସରକାର ଗଠନ କରିବ । ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନକୁ କେହି ରୋକିପାରିବେନି ବୋଲି ଆଜି ବ୍ରହ୍ମପୁରଠାରେ ବିଜୟ ସଂକଳ୍ପ ସମାବେଶରେ କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ।ସାରା ଦେଶରେ ମୋଦି ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା ବଢ଼ିଛି । ୯ବର୍ଷରେ ମୋଦି ୨୫କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦେଇଛନ୍ତି । ମାତ୍ର ୯ବର୍ଷ ଭିତରେ ବିଶ୍ୱ ଅର୍ଥନୀତିରେ ଭାରତକୁ ୧୧ସ୍ଥାନରୁୁ ୫ସ୍ଥାନକୁ ନେଇପାରିଛନ୍ତି । ଆଗାମୀ ୩ବର୍ଷ ଭିତରେ ଆମେ ତୃତୀୟ ବଡ ଅର୍ଥନୀତି ହେବୁ । ପ୍ରଧାନମନ୍ତ୍ରୀଙ୍କର ଲକ୍ଷ୍ୟ ୨୦୪୭ସୁଧା ଭାରତକୁ ଏକ ବିକଶିତ ଦେଶରେ ଗଢ଼ି ତୋଳିବା । ଦେଶ ଗଠନ ପାଇଁ ଆମେ ରାଜନୀତି କରୁଛୁ । ଆମ ସରକାର ଡରିକି ନୁହେଁ, ହିମ୍ମତର ସହ କାମ କରେ । ଭ୍ରଷ୍ଟାଚାର ଦୂର କରିବାକୁ ସାହସ ଓ ଭିଜନ ଦରକାର । ଆମ ପ୍ରଧାନମନ୍ତ୍ରୀଙ୍କ ପାଖରେ ସେହି ସାହସ ଅଛି, ଭିଜନ ବି ଅଛି । ଓଡିଶାକୁ ପ୍ରଧାନମନ୍ତ୍ରୀ କେତେ ଭଲ ପାଆନ୍ତି ଜି-୨୦ରେ ସାରା ବିଶ୍ୱ ଦେଖିଲା । ଜି-୨୦ରେ ଓଡ଼ିଶାର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ଧରୋହର କୋଣାର୍କ ଚକ୍ରକୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ । ୧୦ବର୍ଷରେ ଓଡିଶାର ୨୫ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି । ଯାହାକୁ ପକ୍କା ଘର ମିଳିନଥିବ ଓଡ଼ିଶାରେ ବିଜେପି ସରକାର ଆସିଲେ ନିଶ୍ଚିତ ମିଳିବ । ବିଜେପି ପ୍ରତି ୨୦୧୪, ୨୦୧୯ଠାରୁ ଅଧିକ ଉତ୍ସାହ ଏବେ ଓଡିଶାରେ ଦେଖିବାକୁ ମିଳୁଛି । ଆଜି କର୍ମକର୍ତାଙ୍କ ଉତ୍ସାହ ଦେଖିଲେ ଲାଗୁଛି କେହି “ଡବଲ ଇଞ୍ଜନ ସରକାର ଗଠନ” କରିବାକୁ ରୋକି ପାରିବେନି । ପ୍ରଧାନମନ୍ତ୍ରୀ କହିଛନ୍ତି ଏଥର ୪ଶହରୁ ଅଧିକ ସିଟ୍ ହାସଲ କରିବ ବିଜେପି । ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ସିଂହ କହିଛନ୍ତି । ଓଡିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ । ଓଡିଶା ସହ ସର୍ବଦା ସଉତୁଣୀ ଭଳି ବ୍ୟବହାର କରିଛି ୟୁପିଏ । ୟୁପିଏ ସରକାର ୧୦ବର୍ଷରେ ଓଡିଶାକୁ ୩ଲକ୍ଷ କୋଟି ଦେଇଥିଲା । ୯ବର୍ଷରେ ମୋଦି ସରକାର ଓଡିଶାକୁ ୧୮ଲକ୍ଷ କୋଟି ଦେଇଛନ୍ତି । କଂଗ୍ରେସ ସମୟରେ ବଡ ବଡ ପ୍ରକଳ୍ପ କେବଳ ଶିଳାନ୍ୟାସ ହେଉଥିଲା । ଶିଳାନ୍ୟାସ କରି ପଳାଉଥିଲା କଂଗ୍ରେସ, କେବେ ଉଦ୍‌ଘାଟନ ହେଉନଥିଲା । ମୋଦି ଶିଳାନ୍ୟାସ କରନ୍ତି, କାମ ସାରି ଉଦଘାଟନ ବି କରନ୍ତି । ଓଡିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି । ଓଡ଼ିଶାର ୭୮ଭାଗ ଲୋକ ମୋଦି ସରକାରଙ୍କ ଯୋଜନା ମୁତାବକ ମାସକୁ ସମ୍ପୂର୍ଣ୍ଣ ମାଗଣାରେ ୫କେଜି ଲେଖାଏଁ ଚାଉଳ ପାଉଛନ୍ତି । ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ନିୟମିତ ମାସିକ ୩ଟି କିସ୍ତିରେ ୬ହଜାର ଟଙ୍କା ଦେଉଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାରେ ୫୪ଲକ୍ଷରୁ ଊର୍ଦ୍ଧ୍ୱ ପରିବାରକୁ ମାଗଣା ଗ୍ୟାସ ସଂଯୋଗ ମିଳିଛି ବୋଲି ଶ୍ରୀ ସିଂହ କହିଛନ୍ତି । ଏହି ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବିଧାୟକ ପ୍ରଦୀପ ପାଣିଗ୍ରାହୀ, କେ ନାରାୟଣ ରାଓ, ଜୟନ୍ତ ଷଡଙ୍ଗୀ, ୫ ସଂସଦୀୟ କ୍ଷେତ୍ର ଯଥା-ପୁରୀ, ଭୁବନେଶ୍ୱର, ଆସ୍କା, କନ୍ଧମାଳ କ୍ଷେତ୍ରରୁ ଆସିଥିବା ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି, ପ୍ରଭାରୀ, ଲୋକସଭା ପ୍ରଭାରୀ, ଲୋକସଭା ସଂଯୋଜକ, ସମସ୍ତ ମୋର୍ଚ୍ଚା ସଭାପତି, ଜାତୀୟ/ରାଜ୍ୟସ୍ତରୀୟ କର୍ମକର୍ତା, ସମସ୍ତ ମଣ୍ଡଳ ସଭାପତି ଓ ପ୍ରଭାରୀ, ଲୋକସଭା/ବିଧାନସଭା ପ୍ରଭାରୀ, ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଧୁନିକ ଯୁଗରେ ବି ରହିଛି ସାପ୍ତାହିକ ହାଟର ଚାହିଦା

ଆଧୁନିକ ଯୁଗରେ ବି ରହିଛି ସାପ୍ତାହିକ ହାଟର ଚାହିଦା

Read More...

ସମାନ କାମକୁ ସମାନ ଦରମା ଦାବିରେ ଅଗ୍ନିଶମ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ସମାନ କାମକୁ ସମାନ ଦରମା ଦାବିରେ ଅଗ୍ନିଶମ କର୍ମଚାରୀଙ୍କ ଶାନ୍ତିପୂର୍ଣ୍ଣ ଧାରଣା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: