ଗଜପତି ବିଜେପି ଦଳୀୟ କାର୍ଯ୍ୟଳୟ ଠାରେ ମିଶ୍ରଣ ପର୍ବ

March 02, 2024, ରାଜନୀତି, ଗଜପତି, Rasmi Ranjan Sahu
ଗଜପତି ବିଜେପି ଦଳୀୟ କାର୍ଯ୍ୟଳୟ ଠାରେ ମିଶ୍ରଣ ପର୍ବ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
March 02, 2024

ଗଜପତି ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ କେ. ନାରାୟଣ ରାଓ ଙ୍କ ନେତୃତ୍ଵ ରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି। ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଜନାଭିମୁଖି କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ପାରଳାଖେମୁଣ୍ଡି ସହର ବିଭିନ୍ନ ୱାର୍ଡ ରୁ ପ୍ରାୟ 30 ଜଣ ଯୁବକ ବିଭିନ୍ନ ଦଳରୁ ଆସି ବିଜେପି ଦଳରେ ଯୋଗ ଦେଇଛନ୍ତି। ଜିଲ୍ଲା ବିଜେପି ସଭାପତି ତଥା ବିଧାୟକ ଙ୍କ ସହ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର ଙ୍କ ଉପସ୍ଥିତି ରେ ମୁଖଲିଙ୍ଗ ପାଟିକା ଦାମୋଦର ପାଲକା, ମହେନ୍ଦ୍ର ପାଟିକା, ଜିତେନ୍ କୁମାର, ଗୋବିନ୍ଦ ମହାଙ୍କୁଡ଼, ସୁରେଶ ପାଢ଼ୀ ପ୍ରମୁଖ ଦଳରେ ସାମିଲ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଯୁବ ମୋର୍ଚ୍ଚା ନଗର ସଭାପତି ଦିବାକର, ଉପ ସଭାପତି ଯାକେଶ ଶ୍ରୀରାମ, ସାଧାରଣ ସମ୍ପାଦକ ରାଜୀବ ମିଶାଲ ପ୍ରମୁଖ ଉପସ୍ଥିତ ଥିଲେ। ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମସ୍ତଙ୍କୁ ବିଧାୟକ ସ୍ବାଗତ ଜଣାଇଥିଲେ। ସେହିପରି ଦଳରେ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ସନ୍ତୋଷ ଜେନା ଓ ଆକାଶ ପରିଡ଼ାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ସଭାପତି ନିଲମ୍ବିତ କରିଥିବା ଏକ ସାମ୍ବାଦିକ ବିବରଣୀରେ ଦଳ ପକ୍ଷରୁ ଜଣାଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Read More...

ନିଜର ଶିକ୍ଷା ସମାଜର ବିକାଶ ଦିଗରେ ବିନିଯୋଗ କରନ୍ତୁ ବିଦ୍ୟାର୍ଥୀ -ମହାମହିମ ରାଷ୍ଟ୍ରପତି

ନିଜର ଶିକ୍ଷା ସମାଜର ବିକାଶ ଦିଗରେ ବିନିଯୋଗ କରନ୍ତୁ ବିଦ୍ୟାର୍ଥୀ -ମହାମହିମ ରାଷ୍ଟ୍ରପତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: