ବ୍ରହ୍ମପୁର ମହାନଗରରେ ଆୟୋଜିତ ହେଲା ଆଶା ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ

March 11, 2024, ସ୍ବାସ୍ଥ୍ୟ, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର ମହାନଗରରେ  ଆୟୋଜିତ ହେଲା ଆଶା ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ
Gouri Shankar Mishra
[ Video Journalist ]
Bhagyaprabha News Bureau
March 11, 2024

ବ୍ରହ୍ମପୁର ମହାନଗରରେ ଆୟୋଜିତ ହେଲା ଆଶା ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ । ସହରର ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୩-୨୪ ଅନୁଷ୍ଠିତ ହୋଇଯାଇଅଛି । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁରର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ସମ୍ମାନନୀୟ ଅତିଥ୍‌ ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଓ ଅଧ୍ଯକ୍ଷ, କାଜୁ ନିଗମ, ବ୍ରହ୍ମପୁର ଶ୍ରୀଯୁକ୍ତ ସୁବାଷ ମହାରଣା ପ୍ରମୁଖ ଯୋଗ ଦେବା ସହିତ ଏହି ସମ୍ମିଳନୀର ସଭାପତି ଶ୍ରୀମତୀ ସଂଘମିତ୍ରା ଦଳାଇ, ମାନନୀୟା ମେୟର ବ୍ରହ୍ମପୁର ମହାନଗର ନିଗମ କରିବା ସହିତ ଉପସଭାପତିତ୍ବ ଭାବେ ଇଂ. ଇ.ବିବେକ ରେନ୍ଦି, ମାନନୀୟ ଉପମେୟର ବ୍ରହ୍ମପୁର ମହାନଗର ନିଗମ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ସୁକାନ୍ତ ମିଶ୍ର, କାର୍ଯ୍ୟ ପରିଚାଳକ (ସହରାଞ୍ଚଳ), ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡିଶା ଯୋଗ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ସହରରେ ଥିବା ସମସ୍ତ ୧୭୦ଟି ମହିଳା ଆରୋଗ୍ୟ ସମିତି ଓ ୧୧୪ଟି ଆଶାକର୍ମୀଙ୍କର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବା ସହିତ ଭବିଷ୍ୟତର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା ଓ ଉକ୍ତ କର୍ମୀଙ୍କର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରାଯାଇଥିଲା। ସୂଚନାନୁଯାୟୀ ବ୍ରହ୍ମପୁରରେ ଥିବା ସମସ୍ତ ୧୭୦ଟି ମହିଳା ଆରୋଗ୍ୟ ସମିତି, ୧୧୪ଟି ଆଶାକର୍ମୀ ଓ ୩୭ଟି ମହିଳା ସ୍ବାସ୍ଥ୍ୟକର୍ମୀ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମଗୁଡିକୁ ଗୋଷ୍ଠୀ ସ୍ତରରେ ସମ୍ପାଦନ କରିଆସୁଛନ୍ତି ଯଥା - ପ୍ରତି ବୁଧବାର ସାପ୍ତାହିକ ଟୀକାକରଣ, ପ୍ରତି ମଙ୍ଗଳବାର ଓ ଶୁକ୍ରବାର ସହରାଞ୍ଚଳ ସ୍ୱାସ୍ଥ୍ୟ ପରିମଳ ଓ ପୃଷ୍ଟିସାଧନ ଦିବସ, ଡାକ୍ତରଖାନା ପ୍ରସବ, ସଚେତନ‌ତା ସଭା, ସିବାକ ଫର୍ମ ପୂରଣ, ବିଭିନ୍ନ ସଂକ୍ରାମକ ଓ ଅଣ ସଂକ୍ରାମକ ରୋଗର ନିରାକରଣ ଓ ତଦାରଖ ଇତ୍ୟାଦି ସମସ୍ତ ମହିଳା ଆରୋଗ୍ୟ ସମିତିକୁ ବାର୍ଷିକ ୫,୦୦୦ ଟଙ୍କାର ଏକ ଖୋଲା ପାଣ୍ଠି ପ୍ରଦାନ କରାଯାଏ ଯାହାକୁ ବିନିଯୋଗ କରି ସେମାନେ ଗୋଷ୍ଠୀ ସ୍ତରରେ ସ୍ବାସ୍ଥ୍ୟ ପରିମଳ ଓ ସ୍ବଚ୍ଛତା ସମ୍ବନ୍ଧିତ ବିଭିନ୍ନ କାର୍ଯ୍ୟକ୍ରମ ଯଥା - ରାଲି, ସଚେତନତା ସଭା ଆଦି ଏହି ସମ୍ମିଳନୀରେ ୮ଟି ସହରାଞ୍ଚଳ ଜନସ୍ବାସ୍ଥ୍ୟ କେନ୍ଦ୍ର ଯଥା - ଆଗା ସାହି,ଆସ୍କା ରୋଡ, ଆମ୍ବପୁଆ, ବୈକୁଣ୍ଠ ନଗର, ଖୋଡାସିଙ୍ଗି, ଗୁଡ଼ସେଡ ରୋଡ଼, ରେଡକ୍ରସ ଓ ଉତ୍ତରାମୁଖୀ ଆଦି ଜାତୀୟ ଗୁଣାତ୍ମକ ମାନକ ରେ ଉତୀର୍ଣ୍ଣ ହୋଇଥିବା ଯୋଗୁଁ ସମ୍ମାନିତ କରାଯାଇଥିଲା ଓ ଏହାବ୍ୟତୀତ ୩ଟି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଯଥା - ଆଙ୍କୁଲି, ମିନାକ୍ଷୀ ନଗର ଓ ଗୋଶାଣିନୁଆଗାଁ, ବ୍ରହ୍ମପୁର ଏବଂ ୧ଟି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ଛତ୍ରପୁରଙ୍କୁ ଉନ୍ନ‌ତମାନର ସେବା ପ୍ରଦାନ ଯୋଗୁଁ ସମ୍ମାନିତ କରାଯାଇଥିଲା । ଏତଦବ୍ୟତିତ ବ୍ରହ୍ମପୁରସ୍ଥିତ ସମୁଦାୟ ୮ଟି ମହିଳା ଆରୋଗ୍ୟ ସମିତି ଯଥା - ମା କୁଠାରି ମାସ (ୱାର୍ଡ ନଂ.-୧୩), ବଡ଼ଖେମୁଣ୍ଡି ମାସ (ୱାର୍ଡ ନଂ.-୨୩), ସାଇରାମ ମାସ (ୱାର୍ଡ ନଂ.-୧୯), ସ୍ନାତି ମାସ (ୱାର୍ଡ ନଂ.-୨୮), ମଦର ଟେରେସା ମାସ (ୱାର୍ଡ ନଂ.-୧), ସ୍ବର୍ଣ୍ଣମୟୀ ମାସ (ୱାର୍ଡ ନଂ.-୪୦), ରାଣୀ ଲକ୍ଷ୍ମୀବାଈ ମାସ (ୱାର୍ଡ ନଂ.-୧୮), ନୂଆ ବାଉରୀ ସାହି ମାସ (ୱାର୍ଡ ନଂ.-୪୧), ଓ ଛତ୍ରପୁର ସହରର ୨ଟି ମହିଳା ଆରୋଗ୍ୟ ସମିତି ଯଥା - କପିଳ ହରିଜନ ସାହି- ୨ ମାସ (ୱାର୍ଡ ନଂ.- ୧୪), ଓ ମିତା କଲୋନୀ ମାସ (ୱାର୍ଡ ନଂ.-୩) ଏବଂ ବ୍ରହ୍ମପୁରସ୍ଥିତ ସମୁଦାୟ ୮ଟି ଆଶାକର୍ମୀ ଯଥା - ମିନାକ୍ଷୁ ବେହେରା, ଆରତୀ ପ୍ରତିହାରୀ, ଜ୍ୟୋସ୍ନା ମହାରଣା, ମାଣିକ ସାହୁ, ପି.ଲକ୍ଷ୍ମୀ ଦୋରା, ସବିତା ସାହୁ, ଶିବାନୀ କୁମାରୀ ପଣ୍ଡା, ରେଣୁବାଳା ପଟ୍ଟନାୟକ ଓ ଛତ୍ରପୁର ସହରର ୨ଟି ଆଶାକର୍ମୀ ଯଥା - ପ୍ରମିଳା ତରାଇ ଓ ସନ୍ଧ୍ୟାରାଣୀ ନାୟକ ଇତ୍ୟାଦିଙ୍କୁ ସମ୍ମାନିତ କରିବା ସହ ସମୁଦାୟ ୩୦ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଅଧିକାରୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ସ୍ବାସ୍ଥ୍ୟ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମିଳନୀରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ. ଆର.ଜଗଦୀଶ ପଟ୍ଟନାୟକ ,ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ବାସ୍ଥ୍ୟ ଅଧିକାରୀ ବ୍ରହ୍ମପୁର , ଡଃ. ମନୋଜ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ, ଭି.ବି.ଡି ଡଃ. ସନ୍ତୋଷ କୁମାର ପାଢ଼ୀ , (ସମନ୍ବୟ ଓ ଗୋଷ୍ଠୀ ପ୍ରକ୍ରିୟା ପରିଚାଳକ ଶ୍ରୀଯୁକ୍ତ ହୃଷିକେଶ ସାହୁ , ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନର ଜିଲ୍ଲା ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ , ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟ ପରିଚାଳକ ଶ୍ରୀଯୁକ୍ତ ଲମ୍ବୋଦର ଦିଗଲ ,ନଗର କାର୍ଯ୍ୟ ପରିଚାଳକ ଶ୍ରୀଯୁକ୍ତ ଆଶିଷ କୁମାର ମିଶ୍ର ସହିତ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

Read More...

ମାଁ ତାରାତାରିଣୀ ଚୈତ୍ର ପର୍ବ ସକାଶେ ପ୍ରସ୍ତୁତି ବୈଠକ

ମାଁ ତାରାତାରିଣୀ ଚୈତ୍ର ପର୍ବ ସକାଶେ ପ୍ରସ୍ତୁତି ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: