ଗଜପତି ତୋଟିଗୁମୁଡା ଗ୍ରାମର ହତ୍ୟା ଘଟଣା ,ସ୍ୱାମୀକୁ ହତ୍ୟା କରିଥିବା ପତ୍ନୀ ଓ ପ୍ରେମିକ ଗିରଫ

April 01, 2024, ଅପରାଧ, ଗଜପତି, Rasmi Ranjan Sahu
ଗଜପତି ତୋଟିଗୁମୁଡା ଗ୍ରାମର ହତ୍ୟା ଘଟଣା ,ସ୍ୱାମୀକୁ ହତ୍ୟା କରିଥିବା ପତ୍ନୀ ଓ ପ୍ରେମିକ ଗିରଫ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
April 01, 2024

ଗଜପତି ଜିଲ୍ଲା ଗୁରାଣ୍ଡିଥାନା ଅନ୍ତର୍ଗତ ତୋଟିଗୁମୁଡା ଗ୍ରାମ ନିକଟସ୍ତ ରେଷ୍ଟସେଡ ନିକଟରେ ହତ୍ୟା ଘଟଣାର ଫର୍ଦଫାସ କରିଛି ପୋଲିସ । ଘଟଣାଟି କିଛି ଏମିତି ପ୍ରେମିକର ସହାୟତାରେ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ । ବଟିସିରିପୁର ଗ୍ରାମର ଏମ.ଲିଙ୍ଗରାଜ କ୍ଷୁଦ୍ର ଜଳସେଚନ ବିଭାଗରେ ଜଣେ ପିଅନ ଭାବେ କାର୍ଯ୍ୟରତ ଥିଲେ । ଗତ ଫେବୃଆରୀ ମାସ ୧୮ ତାରିଖରେ ତାଙ୍କ ବିବାହ କାଶୀନାଗର ବ୍ଲକ କରନିଭଦ୍ର ଗ୍ରାମର କେ.ଜୟଲକ୍ଷ୍ମୀଙ୍କ ସଙ୍ଗେ ହାଇଥିଲା । ହେଲେ କେ. ଜୟଲକ୍ଷ୍ମୀଙ୍କ ବିବାହ ପୂର୍ବରୁ ଉପେନ୍ଦ୍ର ନେୟାଲ ନାମକ ଆନ୍ଧ୍ରପ୍ରଦେଶର ବତୀଲି ଗ୍ରାମର ଜଣେ ଯୁବକଙ୍କ ସହ ଗତ ଚାରି ବର୍ଷହେଲା ପ୍ରେମ ସମ୍ପର୍କ ରହିଥିଲା । ବିବାହ ପରେ ମଧ୍ୟ ଜୟଲକ୍ଷ୍ମୀ ଉପେନ୍ଦ୍ର ସହ ଫୋନରେ କଥାବାର୍ତ୍ତା ହେଉଥିଲା ବିଭିନ୍ନ ସମୟରେ ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରୁଥିଲେ କିନ୍ତୁ ସମାନ ସୁଯୋଗ ପାଉନଥିଲେ । ହେଲେ ଗତ ୨୮ ତାରିଖ ଦିନ ସ୍ୱାମୀ ଲିଙ୍ଗରାଜଙ୍କ ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗ ଦେବାପାଇଁ ବାଟିସିରିପୁର ଗ୍ରାମ ଅଭିମୁଖେ ବାହାରିଥିଲେ । ସେହି ସମୟରେ ଜୟଲକ୍ଷ୍ମୀ ନିଜ ପ୍ରେମିକକୁ ସମସ୍ତ ଖବର ଦେଇଥିଲେ । ନିଜ ଯାତ୍ରାର ପ୍ରତି ମୁହୂର୍ତ୍ତର ଟିକନିକ ଖବର ନିଜ ପ୍ରେମିକକୁ ଦେଉଥିଲେ । ପ୍ରେମିକ ଉପେନ୍ଦ୍ର ତୋଟିଗୁମୁଡା ରେଷ୍ଟସେଡ ନିକଟରେ ସମାନ ସୁଯୋଗକୁ ଅପେକ୍ଷା କରି ଦୁହେଁ ଗାଡ଼ିରେ ଆସୁଥିବା ସମୟରେ ଗୋଟିଏ ସ୍କ୍ରୁଡ୍ରାଇଭର ଧରି ହଟାତ ଲିଙ୍ଗରାଜଙ୍କ ଉପରକୁ ଆକ୍ରମଣ କରିଥିଲା । ଲିଙ୍ଗରାଜ ତଳେ ପଡିଯିବା ପରେ । ଉପେନ୍ଦ୍ର ସ୍କ୍ରୁ ଡ୍ରାଇଭର ସାହାଯ୍ୟରେ ଲିଙ୍ଗରାଜଙ୍କୁ ସାମ୍ନା ପଟୁ ଛାତିକୁ ୨୫ ଥର ଭୁସିଥିବା ବେଳେ ପଛପଟୁ ୨୭ ଥର ଭୂସୀ ହତ୍ୟା କରିଥିଲା । ଏହାପରେ ଲିଙ୍ଗରାଜ ପିନ୍ଧିଥିବା ସୁନା ଚେନ ମୁଦି ଓ ଲିଙ୍ଗରାଜଙ୍କ ବାଇକ ନେଇ ଘଟଣା ସ୍ଥଳରୁ ଜୟଲକ୍ଷ୍ମୀ ଓ ଉପେନ୍ଦ୍ର ଚାଲିଯାଇଥିଲେ । ଏହାପରେ ଗାଁ ଲୋକଙ୍କ ଖବର ଅନୁସାରେ ପୋଲିସ ତଦନ୍ତ ସମୟରେ ଜୟଲକ୍ଷ୍ମୀଙ୍କ ଫୋନ କଲ ରେକର୍ଡ ଓ ବିଭିନ୍ନ ପରିପାର୍ସୀକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଘଟଣାର ସତ୍ୟତା ସମ୍ନାମୁ ଆସିଥିଲା । ସେମାନଙ୍କ ନିକଟରୁ ଲିଙ୍ଗରାଜ ଙ୍କ ସୁନାଚେନ ,ମୁଦି, ବାଇକ, ଓ ହତ୍ୟାରେ ବ୍ୟବହୃତ ହୋଇଥିବା ସ୍କ୍ରୁ ଡ୍ରାଇଭର ଓ ତିନିଗୋଟି ମୋବାଇଲ ଫୋନ କୁ ପୋଲିସ ଜବତ କରିଛି । ଆଜି ଜୟଲକ୍ଷ୍ମୀ ଓ ଉପେନ୍ଦ୍ରକୁ ପୋଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଏସ୍.ପି ସ୍ୱାତି ଏସ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଓ ମୋହନା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ପରେ ଚର୍ଚ୍ଚା

ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଓ ମୋହନା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ପରେ ଚର୍ଚ୍ଚା

Read More...

ଅଷ୍ଟମ ବାଟାଲିୟନରେ 89ତମ ପ୍ରତିଷ୍ଠା ଦିବସ ପାଳିତ

ଅଷ୍ଟମ ବାଟାଲିୟନରେ 89ତମ ପ୍ରତିଷ୍ଠା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: