ବ୍ରହ୍ମପୁର - ଯୁବ ସମାଜସେବୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର

April 15, 2024, ସ୍ବାସ୍ଥ୍ୟ, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର - ଯୁବ ସମାଜସେବୀଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର
Gouri Shankar Mishra
[ Video Journalist ]
Bhagyaprabha News Bureau
April 15, 2024

ସ୍ଥାନୀୟ ଶଙ୍କର ଭବନ ପରିସରରେ ଯୁବ ସମାଜସେବୀ ଅଜିତ୍ ପାତ୍ରଙ୍କ ଜନ୍ମ ଦିନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୂଚନା ମୁତାବକ ଖରା ଦିନରେ ବ୍ରହ୍ମପୁର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଥାଏ। ଏହି ସମୟରେ ମୁଖ୍ୟତଃ ଥାଲେସେମିଆ ରୋଗରେ ପୀଡିତ ଥିବା ରୋଗୀମାନେ ବହୁତ୍ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି। ଏହା ସହିତ ରକ୍ତ ଅଭାବରୁ ବହୁ ରୋଗୀଙ୍କ ଜୀବନ ମଧ୍ୟ ଯିବାର ସମ୍ଭାବନା ରହିଥାଏ। ଏହାକୁ ନଜରରେ ରଖି ନିଜ ଜନ୍ମ ଦିନରେ ଏକ ନିଆରା ପ୍ରୟାସ ଦେବାକୁ ଶ୍ରୀ ପାତ୍ର କହିଛନ୍ତି। ଏହାକୁ ନେଇ ସେ ନିଜ ବନ୍ଧୁ ମାନଙ୍କ ସହଯୋଗରେ ଏହି ରକ୍ତଦାନ ଶିବିର ଆୟୋଜନ କରିଛନ୍ତି। ସେ ୫୦ ୟୁନିଟ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି । ଏହି ଅବସରରେ ଅଜିତ୍ ପାତ୍ରଙ୍କ ସମେତ ଜଲାଲ ଖାନ, ଅମିତ୍ ବେହେରା, ସନ୍ତୋଷ ସ୍ବାମୀ, ଓମ୍ ସାହୁ, ସନ୍ତୋଷିନି ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ। ସେହିପରି ଏମକେସିଜି ମେଡିକାଲ କଲେଜ ରକ୍ତ ଭଣ୍ଡାର ର ଡାକ୍ତର ପ୍ରସନ୍ନ କୁମାର ରଥ, ବସନ୍ତ କୁମାର ବେହେରା, ଦେବାଶିଷ ପଣ୍ଡା, ରୀଙ୍କୁ ସାହୁ, ସୁଶାନ୍ତ କୁମାର ପଣ୍ଡା, ଡି ବି କାର୍କି ଉପସ୍ଥିତ ରହି ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପଣାସଂକ୍ରାନ୍ତିରେ  ରକ୍ତଦାନ-ଜୀବନଦାନ ବାର୍ତ୍ତା ,ସବୁଠି କରାଗଲା ପ୍ରଶଂସା

ପଣାସଂକ୍ରାନ୍ତିରେ ରକ୍ତଦାନ-ଜୀବନଦାନ ବାର୍ତ୍ତା ,ସବୁଠି କରାଗଲା ପ୍ରଶଂସା

Read More...

ଅବସରପ୍ରାପ୍ତ ସମବାୟ ବ୍ୟାଙ୍କର ଅଧିକାରୀ ଭାସ୍କର ଆଚାର୍ଯ୍ୟଙ୍କ ପରଲୋକ ,ବିଭିନ୍ନ ମହଲରେ ଶୋକର ଛାୟା

ଅବସରପ୍ରାପ୍ତ ସମବାୟ ବ୍ୟାଙ୍କର ଅଧିକାରୀ ଭାସ୍କର ଆଚାର୍ଯ୍ୟଙ୍କ ପରଲୋକ ,ବିଭିନ୍ନ ମହଲରେ ଶୋକର ଛାୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: