ପ୍ରଥମ ସେମିଫାଇନାଲ ମ୍ୟାଚ ଅଲଫା ସ୍ପୋର୍ଟିଙ୍ଗ କ୍ଲବ ବିଜୟୀ

February 24, 2021, ଖେଳ, ଗଞ୍ଜାମ, Gouri Shankar Mishra
 ପ୍ରଥମ ସେମିଫାଇନାଲ ମ୍ୟାଚ ଅଲଫା ସ୍ପୋର୍ଟିଙ୍ଗ କ୍ଲବ ବିଜୟୀ
Gouri Shankar Mishra
[ Video Journalist ]
Bhagyaprabha News Bureau
February 24, 2021

ବ୍ରହ୍ମପୁର ଖଲ୍ଲିକୋଟ କଲେଜ ପଡିଆ ଠାରେ ଆଲଫା ସ୍ପୋର୍ଟିଙ୍ଗ କ୍ଲୁବ ଆନୁକୂଲ୍ୟରେ ୧୧ ତମ ଫ୍ଲଡଲାଇଟ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ସେମିଫାନାଲ ମ୍ୟାଚ ଇଚ୍ଛାପୁର ଆଇ ସି ସି ବନାମ ବ୍ରହ୍ମପୁର ଆଲଫା ସ୍ପୋର୍ଟିଙ୍ଗ କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆଲଫା ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତି ନେଇଥିଲେ l ନିର୍ଦ୍ଧାରିତ ୨0 ଓବର ମ୍ୟାଚରେ ୪ ଉଇକେଟ ହରାଇ ୧୮୩ ରନ କରିଥିଲେ l ଦଳପକ୍ଷରୁ ପିଣ୍ଟୁ ମହାରଣା ୪୩ ବଲ ଖେଳି ୫୭ ରନ କରିଥିଲେ l ଇଚ୍ଛାପୁର ଦଳ ପକ୍ଷରୁ ବୋଲିଙ୍ଗରେ ଜି ଲେଖିତ ୪ ଓବର ପକାଇ ୨୭ ରନ ଦେଇ ୨ ଗୋଟି ଉଇକେଟ ଅକ୍ତିହାର କରିଥିଲେ l ଜବାବରେ ଇଚ୍ଛାପୁର ଦଳ ୧୮ ଓବର ୧ ବଲ ଖେଳି ସମସ୍ତ ଉଇକେଟ ହରାଇ ୧୧୬ ରନ କରିପାରିଥିଲେ l ଦଳ ପକ୍ଷରୁ ଜି ଲବନ ୨୪ ବଲ ଖେଳି ୩୭ ରନ କରିଥିଲେ l ଅଲଫା ସ୍ପୋର୍ଟିଙ୍ଗ କ୍ଲୁବ ପକ୍ଷରୁ ବୋଲିଙ୍ଗରେ ଶିଶିରକାନ୍ତ ବେହେରା ୨ ଓବର ପକାଇ ୧୩ ରନ ଦେଇ ୪ ଗୋଟି ଉଇକେଟ ଅକ୍ତିହାର କରିଥିଲେ l ଆଜିର ଏହି ଦିବାରାତ୍ରୀର ପ୍ରଥମ ସେମିଫାଇନାଲ ମ୍ୟାଚରେ ଆଲଫା ସ୍ପୋର୍ଟିଙ୍ଗ କ୍ଲୁବ ୬୭ ରନରେ ବିଜୟୀ ଲାଭ କଲା l ଆଜିର ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଦିପ କୁମାର ସାହୁ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା ଉପସ୍ଥିତ ରହି ସଂଯୋଜନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଲଫା କ୍ଲବର ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ, ଅମିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଏହି ମ୍ୟାଚରେ ପ୍ରସନ୍ନ ପାଢ଼ୀ ଓ ସୁଶାନ୍ତ ପଣ୍ଡା ଖେଳକୁ ପରିଚଳନା କରିଥିବା ବେଳେ ସ୍କୋରର ଭାବେ ଅମ୍ବିକା ପ୍ରସାଦ ପାଣିଗ୍ରାହୀ ଓ ଏସ ପବନ କଲ୍ୟାଣ ରେଡ୍ଡୀ ସହଯୋଗ କରିଥିଲେ l ମେଚରେ କମେଣ୍ଟ୍ରି କରିଥିଲେ ଗୋପୀ କିଶନ ସାହୁ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପନାଡ ଗ୍ରାମରେ ଗଣେଶ ମନ୍ଦିର ପ୍ରତିଷ୍ଠା ନେଇ ଜଳଯାତ୍ରା

ପନାଡ ଗ୍ରାମରେ ଗଣେଶ ମନ୍ଦିର ପ୍ରତିଷ୍ଠା ନେଇ ଜଳଯାତ୍ରା

Read More...

ବ୍ରହ୍ମପୁର ବିମାନ ବନ୍ଦର ଦାବିନେଇ ମେଡିକାଲ ଛକ ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ

ବ୍ରହ୍ମପୁର ବିମାନ ବନ୍ଦର ଦାବିନେଇ ମେଡିକାଲ ଛକ ଠାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: