ଜିଏସ୍ଟି ସରଳୀକରଣ ଦାବିରେ ଦିଗପହଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା

February 26, 2021, ବିଶେଷ, ଗଞ୍ଜାମ, Kiran Behera
ଜିଏସ୍ଟି ସରଳୀକରଣ ଦାବିରେ ଦିଗପହଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ବନ୍ଦ ଡାକରା
Kiran Behera
[ Reporter,Digapahandi ]
Bhagyaprabha News Bureau
February 26, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଖେମୁଣ୍ଡି ବ୍ୟବସାୟ ସଂଘ ପକ୍ଷରୁ ଶୁକ୍ରବାର ପୂର୍ବାହ୍ନ ୮ ଘଣ୍ଟା ସମୟରେ ଜିଏସ୍ ଟି ସରଳୀକରଣ ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିବା ଜଣାପଡିଛି । ସର୍ବଭାରତୀୟ ବ୍ୟବସାୟୀ ମହାସଂଘ (ସିଏ ଆଇ ଟି)ର ଡାକରା କ୍ରମେ ଆଜି ସକାଳୁ ଦିଗପହଣ୍ଡି ଅଞ୍ଚଳରେ ସମସ୍ତ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଏହି ବନ୍ଦ ପାଳନକୁ ଆଖପାଖ ବ୍ୟବସାୟ ସଂଘ ସମର୍ଥନ ଜଣାଇଛନ୍ତି । ଖବରନୁଯାୟୀ , ଦେଶରେ ବ୍ୟବହୃତ ଦ୍ରବ୍ୟ ଓ ସେବା କର ଜିଏସଟିର ବିଭିନ୍ନ ସଂଶୋଧିତ ନିୟମକୁ ବିରୋଧ କରି ବ୍ୟବସାୟୀ ସଙ୍ଘ ପକ୍ଷରୁ ଭାରତ ବନ୍ଦ ପାଳନ ଅବସରରେ ଦିଗପହଣ୍ଡି ସମେତ ଆଖପାଖ ଅଞ୍ଚଳର ଶୁକ୍ରବାର ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ସମେତ ଅନ୍ୟାନ୍ୟ ବ୍ୟବସାୟୀକ ଅନୁଷ୍ଠାନ ବନ୍ଦ ରହିଥିଲା । ଜିଏସଟି ଆଇନ ବ୍ୟବସ୍ଥାରେ ବ୍ୟାପକ ଜଟିଳତା ଯୋଗୁଁ ଛୋଟ ଓ ବଡ଼ ବ୍ୟବସାୟୀ ମାନେ ବର୍ତ୍ତମାନ ପରିସ୍ଥିତିରେ ବ୍ୟବସାୟ କରିବା ଅସମ୍ଭବ ହୋଇପଡ଼ିଲାଣି ବୋଲି ସ୍ଥାନୀୟ ବ୍ୟବସାୟୀ ସଙ୍ଘର ସଭାପତି ଧର୍ମାଲୁ ସୁବୁଦ୍ଧି ଏବଂ ସମ୍ପାଦକ କ୍ରିଷ୍ଣା ନନ୍ଦ ପଣ୍ଡା ସୂଚନା ଦେଇଛନ୍ତି । ଜିଏସଟି ଆଇନ ସଂଶୋଧନ ଦ୍ଵାରା ସରକାରୀ ଅଧିକାରୀ ମାନଙ୍କୁ ଯଥେଷ୍ଟ କ୍ଷମତା ଦିଆଯାଇଛିି । କୌଣସି ଅଧିକାରୀ ନିଜ ଇଚ୍ଛା ଅନୁସାରେ ଯେ କୌଣସି କାରଣକୁ ନେଇ ବ୍ୟବସାୟୀଙ୍କ ଜିଏସଟି ପଞ୍ଜିକରଣ ନମ୍ବରକୁ ପ୍ରତ୍ୟାହାର କିମ୍ବା ନିଲମ୍ବନ କରିପାରିବେ। ଏହା ଦ୍ବାରା ସେମାନଙ୍କ ସ୍ଵେଚ୍ଛାଚାର ବଢ଼ି ଚାଲିବାର ଆଶଙ୍କା ଥିବା ସେମାନେ ଉଲ୍ଲେଖ କରିଛନ୍ତି। ଜିଏସଟି ନିୟମ ସଂଶୋଧନ ପୂର୍ବରୁ ଓଡ଼ିଶା ବ୍ୟବସାୟୀ ସଙ୍ଘର କାର୍ଯ୍ୟକର୍ତ୍ତା କିମ୍ବା ସର୍ବ ଭାରତୀୟ ବ୍ୟବସାୟୀ ସଙ୍ଘର ପ୍ରତିନିଧି ମାନଙ୍କ ମତାମତ ଲୋଡା ନଯାଇ ଏକତରଫା ସଂଶୋଧନ କରାଯାଇଥିବା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଇଥିବା ବ୍ୟବସାୟୀ ସଙ୍ଘ କାର୍ଯ୍ୟକର୍ତ୍ତା ତ୍ରୀପତି ପାତ୍ର , ୟୁ. ଗିରିରାଜ , କେ. ବାପୁଜୀ କୁମାର , ଚନ୍ଦ୍ରମଣି ଦୋରା , ଓଡି. ପ୍ରମୋଦ କୁମାର , ସଞ୍ଜୟ କୁମାର ପୁଜାରୀ , ଆତିସ ରାଓ , ରାଧାକୃଷ୍ଣ ମହାପାତ୍ର , ନରସିଂହ ଜେନା ପ୍ରମୁଖ ଜଣାଇଛନ୍ତି । ଦିଗପହଣ୍ଡିରେ ବନ୍ଦ ପାଳନକୁ ତ୍ରିନାଥ ଠାକୁର ପଥ ବିକ୍ରେତା ବ୍ୟବସାୟୀ ସଂଘ , ଭାବ କୁଣ୍ଡେଳେଶ୍ୱର ବସଷ୍ଟାଣ୍ଡ ବ୍ୟବସାୟୀ ସଙ୍ଘ ଏବଂ ସାଧାରଣ ଜନତା ଅକୁଣ୍ଠ ସମର୍ଥନ କରିଥିବାରୁ ସିପିଆଇ ଜିଲ୍ଲା ସହ ସମ୍ପାଦକ ଅଳକ ନାଥ ମିଶ୍ର ଏବଂ ସିପିଆଇ (ଏମ୍) ଜିଲ୍ଲା କମିଟି କାର୍ଯ୍ୟକର୍ତ୍ତା ଅଶ୍ଵିନୀ କୁମାର ଦାସ ସାଧୁବାଦ ଜ୍ଞାପନ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉଜ୍ଜଳେଶ୍ଵର ଶୈବପୀଠରେ ବିଶ୍ଵଶାନ୍ତି ମହାତାରକ ମହାଯଜ୍ଞର ପୂର୍ଣ୍ଣାହୁତି

ଉଜ୍ଜଳେଶ୍ଵର ଶୈବପୀଠରେ ବିଶ୍ଵଶାନ୍ତି ମହାତାରକ ମହାଯଜ୍ଞର ପୂର୍ଣ୍ଣାହୁତି

Read More...

ଗୁଜରାଟ ରେ ବାଲୁକା କଳା ମାଧ୍ୟମରେ ସଚେତନ କରାଇଲେ ସତ୍ୟ ମହାରଣା

ଗୁଜରାଟ ରେ ବାଲୁକା କଳା ମାଧ୍ୟମରେ ସଚେତନ କରାଇଲେ ସତ୍ୟ ମହାରଣା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: