କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରି ଓ ଦଣ୍ଡନାଚ ପାଳନ ନେଇ ପ୍ରସ୍ତୁତି ବୈଠକ

March 09, 2021, ବିଶେଷ, ଗଞ୍ଜାମ, Kiran Behera
କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରି ଓ ଦଣ୍ଡନାଚ ପାଳନ ନେଇ ପ୍ରସ୍ତୁତି ବୈଠକ
Kiran Behera
[ Reporter,Digapahandi ]
Bhagyaprabha News Bureau
March 09, 2021

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଆଗକୁ ଆସୁଥିବା ମହା ଶିବରାତ୍ରି ଓ ପ୍ରସିଦ୍ଧ ଦଣ୍ଡନାଚ କୋଭିଡ କଟକଣା ମଧ୍ୟରେ ପାଳନ କରିବା ନେଇ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ବ୍ଲକ ସଭାଗୃହରେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଆଜି ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କ ସଂଯୋଜନାରେ ଉକ୍ତ ବୈଠକରେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର , ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ , ଦିଗପହଣ୍ଡି ଥାନା ଏସ୍ ଆଇ ସଶ୍ମିତା ସେଠୀଙ୍କ ଉପସ୍ଥିତ ରହିଥିଲେ । ଏହି ପରିପ୍ରେକ୍ଷୀରେ ବ୍ଳକ ପ୍ରଶାସନ ଅଧିକାରୀ ମାନେ ଦିଗପହଣ୍ଡି ସହର ସମେତ ବ୍ଳକ ଅଧିନରେ ରହିଥିବା ବିଭିନ୍ନ ଶୈବପୀଠ ଓ କାଳୀ ମନ୍ଦିର ମାନଙ୍କର ସେବାୟତ ଏବଂ ମନ୍ଦିର କମିଟି ସଭ୍ୟମାନଙ୍କୁ ଚଳିତ ମାସରେ ହେବାକୁ ଥିବା ମହାଶିବରାତ୍ରି ଓ ଦଣ୍ଡନାଚକୁ ସରକାରଙ୍କ କୋଭିଡ ନିୟମ ମାନି ପାଳନ କରିବା ପାଇଁ ବୈଠକରେ ସର୍ବସମ୍ମତିକ୍ରମେ ଆଲୋଚନା କରାଯାଇଥିଲା । ଏଥିସହ ମନ୍ଦିର ମାନଙ୍କରେ ପ୍ରଭୁଙ୍କ ଦର୍ଶନ କରିବା ପାଇଁ ଭକ୍ତଙ୍କୁ ମାସ୍କ ବାଧ୍ୟତାମୂଳକ , ସାନିଟାଇଜର ବ୍ୟବହାର , ସାମାଜିକ ଦୂରତାକୁ ମାନି ଚଳିବା ପାଇଁ କମିଟି ସଭ୍ୟମାନଙ୍କୁ ସଚେତନ କରାଇଥିଲେ । ଏପରିକି ବରିଷ୍ଠ ନାଗରିକ , ଗର୍ଭବତୀ ମହିଳା , ୧୦ ବର୍ଷରୁ କମ ବୟସର ପିଲାମାନଙ୍କୁ ମନ୍ଦିର ଭିତରକୁ ନ ଛାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ କରାଯାଇଛି । ଏହି ନିୟମକୁ ଯଦି କୌଣସି ମନ୍ଦିର କମିଟି ଉଲଂଘନ କରନ୍ତି ତେବେ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବ୍ଳକର ସମସ୍ତ ସରପଞ୍ଚ , ମନ୍ଦିର କମିଟି ସଭ୍ଯ , ବ୍ଳକ କର୍ମଚାରୀ ନିୟୋଜିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ବର ସବୁଠାରୁ ଛୋଟ ଶିବ ମୂର୍ତ୍ତି ତିଆରି କରିଲେ ବାଲୁକାଶିଳ୍ପୀ ସତ୍ୟ

ବିଶ୍ବର ସବୁଠାରୁ ଛୋଟ ଶିବ ମୂର୍ତ୍ତି ତିଆରି କରିଲେ ବାଲୁକାଶିଳ୍ପୀ ସତ୍ୟ

Read More...

୮ ଦଫା ଦାବିପୂରଣ ନେଇ ଚାଷୀ ମାନେ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

୮ ଦଫା ଦାବିପୂରଣ ନେଇ ଚାଷୀ ମାନେ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: