ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଡ଼ିଓ ଦ୍ଵାରା ପୋଷାକ ବଣ୍ଟନ

March 10, 2021, ବିଶେଷ, ଗଞ୍ଜାମ, Kiran Behera
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଡ଼ିଓ ଦ୍ଵାରା ପୋଷାକ ବଣ୍ଟନ
Kiran Behera
[ Reporter,Digapahandi ]
Bhagyaprabha News Bureau
March 10, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନରେ ରହିଥିବା ଏକମାତ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ଦିଗପହଣ୍ଡି ବିଡ଼ିଓ ହଳଧର ଶବରଙ୍କ ଦ୍ଵାରା ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିବା ବେଳେ ବିଦ୍ୟାଳୟ ପରିସରରେ ଏକ ଉତ୍ସବ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାଗୀ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିତରଣ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶବର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ , ଆଇନଜୀବୀ ହରପ୍ରସାଦ ରଥ , ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ , ରସାନନ୍ଦ ଘଡେ଼ଇ , ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତିରାଣୀ ସାହୁ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ ୧୮୨ ଜଣ ଛାତ୍ରୀ , ଜନଜାତି , ଉପଜାତି , ବିପିଏଲ , ଏପିଏଲ୍ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଏକହଳ ପୋଷାକ , ଜୋତା ଓ ଦୁଇହଳ ମୋଜା ଅତିଥିମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସରକାରଙ୍କ କରୋନା କଟକଣା ଯୋଗୁଁ ବିଦ୍ୟାଳୟରେ ସ୍ବାଭାବିକ ପାଠପଢା ଆରମ୍ଭ ହେବାଯାଏ ଅଭିଭାବକ ମାନେ ଘରେ ପିଲାମାନଙ୍କ ପାଠପଢା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ । ଦିଗପହଣ୍ଡି ଗୋଷ୍ଠୀ ସମ୍ବଳ ଶିକ୍ଷକ ଉପେନ୍ଦ୍ର କୁମାର ପଣ୍ଡାଙ୍କ ସଂଯୋଜନା କରିଥିବା ବେଳେ ସିମାଞ୍ଚଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଜାଗର

ଆଜି ଜାଗର

Read More...

ଶ୍ରୀ ଶ୍ରୀ ମଲ୍ଲିକେଶ୍ବର ପାଣି ପଞ୍ଚାୟତ ଚକ କମିଟି ନିର୍ବାଚନ : ଅପ୍ରତିଦ୍ଵନ୍ଦୀ ଭାବେ ସମସ୍ତେ ନିର୍ବାଚିତ

ଶ୍ରୀ ଶ୍ରୀ ମଲ୍ଲିକେଶ୍ବର ପାଣି ପଞ୍ଚାୟତ ଚକ କମିଟି ନିର୍ବାଚନ : ଅପ୍ରତିଦ୍ଵନ୍ଦୀ ଭାବେ ସମସ୍ତେ ନିର୍ବାଚିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: