ଅନାଥ ଶିଶୁଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ନିମନ୍ତେ ବୈଠକ

March 12, 2021, ବିଶେଷ, ଗଞ୍ଜାମ, Kiran Behera
ଅନାଥ ଶିଶୁଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ନିମନ୍ତେ ବୈଠକ
Kiran Behera
[ Reporter,Digapahandi ]
Bhagyaprabha News Bureau
March 12, 2021

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ପୂର୍ବାହ୍ନରେ ଦିଗପହଣ୍ଡି ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଦିଗପହଣ୍ଡି ବ୍ଲକର ଅନାଥ ଶିଶୁମାନେ ନିଜର ରକ୍ଷଣାବେକ୍ଷଣ , ସୁରକ୍ଷା ପାଇଁ ଅନ୍ୟର ସାହାଯ୍ୟ ଲୋଡୁଥିବା ବେଳେ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଏବଂ ସାମାଜିକ ସ୍ରୋତରେ ସାମିଲ କରିବା ନିମନ୍ତେ ସ୍ଥାନୀୟ ଘୋଡାହାଡ଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଏକ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ଆୟୋଜିତ ବୈଠକରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଏକ୍ସପେର୍ଟ ସଦସ୍ୟ ଡ଼. ଶ୍ୟାମାକାନ୍ତ ଜେନାଙ୍କ ନେତୃତ୍ବରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ ସଂଯୋଜନା କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶିବ ପ୍ରସାଦ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପୂର୍ବରୁ ଚିିିହ୍ନଟ କରାଯାଇଥିବା ବ୍ଳକର ୨୫ ଗୋଟି ପଞ୍ଚାୟତ ଏବଂ ଦିଗପହଣ୍ଡି ଏନଏସିରୁ ଆସିଥିବା ୭୯ ଅନାଥ ଶିଶୁ ମାନଙ୍କୁ ଧନ୍ଦାମୂଳକ ତାଲିମ , ସରକାରୀ ପୃଷ୍ଟପୋଷକ , ଆବାସ ଯୋଜନା , ରାସନକାର୍ଡ ସହ ଆନୁଷ୍ଠାନିକ ଯତ୍ନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଦିଗରେ ବୈଠକରେ ଆଲୋକପାତ କରାଯାଇଥିଲା । ବାଲ୍ୟ ବିବାହ ବନ୍ଦ , ଶିଶୁ ଶ୍ରମିକ , ଶିଶୁ ଚାଲାଣ , ଶିଶୁଯୌନ ନିର୍ଯାତନା ତଥା ବିପଦ ସଂକୁଳ ପରିସ୍ଥିତିରେ ଥିବା ଶିଶୁ ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୂଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣାର ଦେବୀଦତ୍ତ ରଥ , ଦିଗପହଣ୍ଡି କ୍ଳଷ୍ଟର ସୁପରଭାଇଜର ତଥା ମହିଳା ପରିଦର୍ଶିକା ସଞ୍ଜୁଲତା ପାଣିଗ୍ରାହୀ , ଭାଗ୍ୟଲତା ପାତ୍ର , ଶାନ୍ତିଲତା ଶତପଥୀ , ମମତା ପଣ୍ଡା , ଲିଜା ସେଠୀ , ବିଳାସିନୀ ବିଷୋୟୀ , ରେଣୁକା ନାୟକ , ଇନ୍ଦିରା ପାତ୍ର , ସାଧନା ମହିଳା ସଂଘ ସଭାନେତ୍ରୀ ପି . ବିଜୟଲକ୍ଷ୍ମୀ ଦୋରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗ୍ରାମାଞ୍ଚଳ ଦିନିକିଆ ରାତ୍ରି କାଳୀନ ବଜରଙ୍ଗୀ ଭଲିବଲ ଟୁର୍ଣ୍ଣାମେଣ୍ଟ : ଗୋପାଳପୁର ଚାମ୍ପିଅନ

ଗ୍ରାମାଞ୍ଚଳ ଦିନିକିଆ ରାତ୍ରି କାଳୀନ ବଜରଙ୍ଗୀ ଭଲିବଲ ଟୁର୍ଣ୍ଣାମେଣ୍ଟ : ଗୋପାଳପୁର ଚାମ୍ପିଅନ

Read More...

ରାଜପୁରରେ ଶିଶୁ ସୁରକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା

ରାଜପୁରରେ ଶିଶୁ ସୁରକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: