ସାନଖେମୁଣ୍ଡି ପୂର୍ବତନ ବିଧାୟିକାଙ୍କ ଦ୍ବାରା ରକ୍ତଦାନ ଶିବିର ଉଦଘାଟନ : ମହିଳା ଓ ଦିବ୍ଯାଙ୍ଗଙ୍କ ରକ୍ତଦାନ

March 21, 2021, ସ୍ବାସ୍ଥ୍ୟ, ଗଞ୍ଜାମ, Kiran Behera
ସାନଖେମୁଣ୍ଡି ପୂର୍ବତନ ବିଧାୟିକାଙ୍କ ଦ୍ବାରା ରକ୍ତଦାନ ଶିବିର ଉଦଘାଟନ : ମହିଳା ଓ ଦିବ୍ଯାଙ୍ଗଙ୍କ ରକ୍ତଦାନ
Kiran Behera
[ Reporter,Digapahandi ]
Bhagyaprabha News Bureau
March 21, 2021

ଗଞ୍ଜାମ ଜିଲ୍ଲା ପୋଡାମାରୀ ସ୍ଥିତ ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ରବିବାର ପୂର୍ବାହ୍ନ ସମୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ତଥା ଧରାକୋଟ ରାଣୀ ସାହେବା ଶ୍ରୀମତୀ ନନ୍ଦିନୀ ଦେବୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ଶିବିର କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ଏଥିସହ ଆଗ୍ରହୀ ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ବେଳେ ପ୍ରଥମ ମହିଳା ସର୍ମିଳା ପାତ୍ର ଓ ଦିବ୍ଯାଙ୍ଗ ସିମାଞ୍ଚଳ ନାୟକ ରକ୍ତଦାନ କରି ଅନ୍ୟ ଯୁବକମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ସ୍ବେଛାସେବୀ ଅନୁଷ୍ଠାନ କଳିଙ୍ଗ ପୁଅ ଚାରି ଟେବୁଲ ଟ୍ରଷ୍ଟ ଓ ପୋଡ଼ାମାରୀ ଜନସାଧାରଣଙ୍କ ମିଳିତ ସୌଜନ୍ୟରେ ଏହି ଶିବିର ଆୟୋଜିତ ହୋଇଯାଇଥିବା ଜଣାପଡିଛି । ଆୟୋଜିତ ଶିବିରକୁ ବିଜେଡି ଯୁବ ସଭାପତି ସନ୍ତୋଷ କୁମାର ବିଷୋୟୀ ସଂଯୋଜନା କରିଥିବା ବେଳେ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମକର୍ତ୍ତା ସମେତ ରକ୍ତଭଣ୍ଡାର ସଂପାଦକ ହରପ୍ରସାଦ ରଥ , ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧ୍ବଜ ସିଂ , ସ୍ବେଚ୍ଛାସେବୀ ରାମେଶ୍ବର ପାତ୍ର , ସଦାନନ୍ଦ ପାଢୀ , ମଦନମୋହନ ପାଢ଼ୀ , ରବିନ୍ଦ୍ର ପଟ୍ଟନାୟକ ସମେତ ରକ୍ତଦାନ ଶିବିରରେ ଅଞ୍ଚଳ ବୁଦ୍ଧିଜୀବିଙ୍କ ସହ ଯୁବଗୋଷ୍ଠୀ ସମୂହ ଅଂଶଗ୍ରହଣ କରି ଶିବିରକୁ ସଫଳ କରାଇଥିଲେ । ଏହି ଶିବିରରେ ସର୍ବମୋଟ ୧୦୨ ଜଣ ଯୁବକ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଁ ସିଦ୍ଧ ବାଙ୍କେଶ୍ଵରୀଙ୍କ ଦୋଳଯାତ୍ରା ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

ମାଁ ସିଦ୍ଧ ବାଙ୍କେଶ୍ଵରୀଙ୍କ ଦୋଳଯାତ୍ରା ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

Read More...

ଖେମୁଣ୍ଡି ଡିଗ୍ରୀ ମହାବିଦ୍ୟାଳୟରେ

ଖେମୁଣ୍ଡି ଡିଗ୍ରୀ ମହାବିଦ୍ୟାଳୟରେ "ମୋ କଲେଜ ଅଭିଯାନ "ର ଶୁଭାରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: