ଜଙ୍ଗଲ ସୁରକ୍ଷା ପାଇଁ ଚିକିଲି ଓ ବୁଡୁରୁଙ୍ଗ ପଞ୍ଚାୟତ ପୁରସ୍କୃତ

March 21, 2021, ବିଶେଷ, ଗଞ୍ଜାମ, Swadhina Kumar Sahu
ଜଙ୍ଗଲ ସୁରକ୍ଷା ପାଇଁ ଚିକିଲି ଓ ବୁଡୁରୁଙ୍ଗ ପଞ୍ଚାୟତ ପୁରସ୍କୃତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
March 21, 2021

ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଙ୍କ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ଅମ୍ଳାନ ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ଜଙ୍ଗଲ ସମ୍ପଦ ର ପୁନରୁଦ୍ଧାର, ପୁନର୍ଜୀବନ ଏବଂ ସୁସ୍ଥ ଜଙ୍ଗଲ ସୃଷ୍ଟି କରାଗଲେ ଆଗାମୀ ପିଢ଼ି ସୁସ୍ଥ ଜୀବନ ଯାପନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଶ୍ରୀ ବିଜୟ କୁମାର ପଣ୍ଡା,ଏ.ସି.ଫ୍, ଶ୍ରୀ ମାଡ଼ି ମୋତିଲାଲ,ଏ.ସି.ଫ୍, ଶ୍ରୀ ଅଶୋକ କୁମାର ବେହେରା,ଏ.ସି.ଫ୍ ମଞ୍ଚାସିନ ଥିଲେ। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଛତ୍ରପୁର ସବ୍ ଡିଭିଜନର ଚିକିଲି ଗ୍ରାମ ପଞ୍ଚାୟତ ଓ ଭଞ୍ଜନଗର ସବ୍ ଡିଭିଜନର ବୁଡୁରୁଙ୍ଗ ପଞ୍ଚାୟତ କୁ ୨୦,୦୦୦ ଟଙ୍କାର ଚେକ୍ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସେଇଭଳି ଶ୍ରେଷ୍ଠ ଅନୁଷ୍ଠାନ ରୂପେ ଭଞ୍ଜନଗର ସବ୍ ଡିଭିଜନ ର ରାଧାରମନ ହାଇସ୍କୁଲ, ଝାଡ଼ଭୂମି କୁ ୧୦,୦୦୦ ଟଙ୍କା ର ଚେକ୍ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଇକୋ କ୍ଲବ୍ ଜିଲ୍ଲା ସଂଯୋଜକ ଡ. ଶଙ୍କର ନାରାୟଣ ବେଜ୍ କାର୍ଯକ୍ରମ ସଂଯୋଜନା ସହ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ସାମନ୍ତିଆପଲ୍ଲୀ ରେଂଜର ରଜତ କୁମାର ମିଶ୍ର, ଦିଗପହଣ୍ଡି ରେଂଜର କାହ୍ନୁ ଚରଣ ପଟ୍ଟନାୟକ, ଖଲ୍ଲିକୋଟ ରେଂଜର ସିଦ୍ଧାର୍ଥ ଶଙ୍କର ସାହୁ ଓ ବ୍ରହ୍ମପୁର ରେଞ୍ଜ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ମାର୍ଥା ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଦିଗାମ୍ବର ପାତ୍ର, ଦିଗାମ୍ବର ହୋତା, ପ୍ରଦୀପ ପଣ୍ଡା ଓ ଜଙ୍ଗଲ ବିଭାଗ ର ସମସ୍ତ କର୍ମଚାରୀ, ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଶୋକ କୁମାର ବେହେରା ଏ.ସି. ଫ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋ କଲେଜ ଅଭିଯାନ ପୁରାତନ ବିଦ୍ୟାର୍ଥୀଙ୍କୁ ଏକତା ସୁତ୍ରରେ ବାନ୍ଧିବା ର ସାଜିବ ପ୍ରମୁଖ ମାଧ୍ୟମ

ମୋ କଲେଜ ଅଭିଯାନ ପୁରାତନ ବିଦ୍ୟାର୍ଥୀଙ୍କୁ ଏକତା ସୁତ୍ରରେ ବାନ୍ଧିବା ର ସାଜିବ ପ୍ରମୁଖ ମାଧ୍ୟମ

Read More...

ମାଁ ସିଦ୍ଧ ବାଙ୍କେଶ୍ଵରୀଙ୍କ ଦୋଳଯାତ୍ରା ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

ମାଁ ସିଦ୍ଧ ବାଙ୍କେଶ୍ଵରୀଙ୍କ ଦୋଳଯାତ୍ରା ନିମନ୍ତେ ଦ୍ବିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: