କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ବ୍ଳକ ଅଧ୍ୟକ୍ଷ : ବେଲପଡା ବିଜୟୀ

March 30, 2021, ଖେଳ, ଗଞ୍ଜାମ, Kiran Behera
କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ବ୍ଳକ ଅଧ୍ୟକ୍ଷ : ବେଲପଡା ବିଜୟୀ
Kiran Behera
[ Reporter,Digapahandi ]
Bhagyaprabha News Bureau
March 30, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣ ପୁର ହାଇଟେକ୍ ମିନି ଖେଳପଡିଆ ଠାରେ ମଙ୍ଗଳବାର ପୂର୍ବାହ୍ନରେ ନାରାୟଣ ନାରାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଥିବା ବେଳେ ଏହି ଉଦଘାଟନୀ ଉତ୍ସବରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ କ୍ରୀଡ଼ା ଉତ୍ସବର ଶୁଭାରମ୍ଭ କରିଥିଲେ । ନାରାୟଣ ନାରାୟଣୀ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟକୁ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନାରାୟଣ ସାହୁ (ଜଟୁ) ସଂଯୋଜନା କରିଥିଲେ । ତେବେ ଅନ୍ୟତମ ଅତିଥି ଭାବେ ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ , ବମକୋଇ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟା , ନାଏବ ସରପଞ୍ଚ ହୃଷିକେଶ ସାହୁ , ଗ୍ରାମ ପଞ୍ଚାୟତ ସଭାପତି ଗଣେଶ ପ୍ରସାଦ ସାହୁ , ଗ୍ରାମ ରୋଜଗାର ସେବକ ହରିକୃଷ୍ଣ ଚୌଧୁରୀ , ବିଜେଡି ଛାତ୍ର ସଂପାଦକ ବିକ୍ରମ ସିଂ ମଞ୍ଚାସୀନ ରହି ଉଭୟ ଦଳର ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଭାତୃତ୍ବ ମନୋଭାବ ଓ ଶାନ୍ତି ଶୃଙ୍ଖଳାରେ ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୩୨ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରତ୍ୟେକ ମ୍ୟାଚ ୧୫ ଓଭର ଖେଳାଯିବ ବୋଲି ଜଣାପଡିଛି । ଉଦଘାଟନୀ ଉତ୍ସବର ପ୍ରଥମ ମ୍ୟାଚରେ ସାନଡୁମ୍ବୁଳା ଓ ବେଲପଡା ଗ୍ରାମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସାନଡୁମ୍ବୁଳା ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୪.୧ ଓଭରରେ ସମସ୍ତ ୱିକେଟ ହରାଇ ୧୨୯ ରନ କରିଥିଲା ପ୍ରତିବାଦରେ ବେଲପଡା ଦଳ ୧୩.୪ ଓଭରରେ ୮ ୱିକେଟ ହରାଇ ୧୩୨ ରନ କରି ବିଜୟୀ ହେବାସହ ପରବର୍ତ୍ତୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇପାରିଛି । ବେଲପଡା ଦଳର ସନ୍ତୋଷ କୁଣ୍ଡ ନିଜ ବ୍ଯାଟ ଓ ବଲ ଜରିଆରେ କମାଲ ଦେଖାଇ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଆଜିକାର ମ୍ୟାଚକୁ ପ୍ରଶନ କୁଣ୍ଡ , ଅକ୍ଷୟ ସାହୁ , ସାଗର ସାହୁ , ଚନ୍ଦ୍ରଶେଖର ବେହେରା , କାଳୁ ଡାକୁଆ ସମେତ ଗ୍ରାମବାସୀ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ କଟକଣା ନିୟମ ମଧ୍ୟରେ ମାଁ ସିଦ୍ଧ ବାଙ୍କେଶ୍ୱରୀଙ୍କ ଯାତ୍ରା ଉଦଯାପିତ

କୋଭିଡ କଟକଣା ନିୟମ ମଧ୍ୟରେ ମାଁ ସିଦ୍ଧ ବାଙ୍କେଶ୍ୱରୀଙ୍କ ଯାତ୍ରା ଉଦଯାପିତ

Read More...

ଜଳସେଚନ ବିଭାଗ ପକ୍ଷରୁ ଘୋଡାହଡ ଡ୍ୟାମରୁ ନଦୀକୁ ଜଳ ନିଷ୍କାସନ

ଜଳସେଚନ ବିଭାଗ ପକ୍ଷରୁ ଘୋଡାହଡ ଡ୍ୟାମରୁ ନଦୀକୁ ଜଳ ନିଷ୍କାସନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: