ସଂସ୍କୃତ ଭାଷାର ବିକଳ୍ପ ସାରା ପୃଥିବୀରେ ନାହିଁ , କେନ୍ଦ୍ର ମନ୍ତ୍ରୀ ଡ଼ଃ ପ୍ରତାପ ଷଡଙ୍ଗୀ

April 04, 2021, ଦେଶଦୁନିଆ, ଖୋର୍ଦ୍ଧା, BHAGYAPRABHA NEWS
ସଂସ୍କୃତ ଭାଷାର ବିକଳ୍ପ ସାରା ପୃଥିବୀରେ ନାହିଁ , କେନ୍ଦ୍ର ମନ୍ତ୍ରୀ ଡ଼ଃ ପ୍ରତାପ ଷଡଙ୍ଗୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
April 04, 2021

ନିଖିଳ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଙ୍ଘର ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ଼ଃ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସଂସ୍କୃତ ରେ ଭାଷଣ ଦେଇ ଏହାର ମହନୀୟତା ,ବିଶ୍ୱ ପ୍ୟାପକତା,ଜ୍ଞାନର ଭଣ୍ଡାର ,ନୈତିକ ଶିକ୍ଷା ର ମୂଳ ପିଣ୍ଡ ତଥା ରାଷ୍ଟ୍ରକୁ ଏକତା ସୂତ୍ରରେ ବାନ୍ଧିବାରେ ସହାୟକ ହେବ ବୋଲି କହିଥିଲେ ।ନାସାର ବୈଜ୍ଞାନିକମାନେ ମହାକାଶକୁ ବାର୍ତ୍ତା ପ୍ରେରଣ ଠାରୁ ବହୁତ ବିଶ୍ୱ ବିଦ୍ୟାଳୟରେ ଗବେଷଣା ରେ ସଂସ୍କୃତ ସ୍ଥାନ ଅତି ଉଚ୍ଚରେ ରହିଛି ।ନୂତନ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି ।ସଂସ୍କୃତ ର ଅବହେଳା ହେଲେ ଭାରତୀୟ ସଂସ୍କୃତି ସହିତ ଓଡ଼ିଆ ଭାଷାର ଅଧପତନ ହେବ।ସଂସ୍କୃତ ର ବିକଳ୍ପ ନାହିଁ ।ଏହାକୁ ସମସ୍ତେ ପଢିବା ଉଚିତ ବୋଲି ଆଲୋକପାତ କରିଥିଲେ ।ଏଥିରେ କିସର କୁଳପତି ତଥା ମହାସଙ୍ଗର ସଭାପତି ପ୍ରଫେସର ହରେ କୃଷ୍ଣ ଶତପଥୀ ସମ୍ମାନିତ ଅତିଥି, ଡ଼ଃ କରୁଣାକର ପ୍ରଧାନ,ଡ଼ଃ କାଳୀ ପ୍ରଶ୍ନ ଶତପଥୀ ,ଡ଼ଃ ବିପିନ ବିହାରୀ ଶତପଥୀ ପ୍ରଭୃତି ଯୋଗ ଦେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ସଂସ୍କୃତ ର ସୁରକ୍ଷା କିପରି ହେବ ଆଲୋଚନା କରିଥିଲେ ।ସଙ୍ଗ ସଭାପତି ଡ଼ଃ ଗୌତମ ମହାରଣା ଙ୍କ ପୌ ରୋହିତ୍ୟରେ ଅନୁଷ୍ଠିତ ଜିଲ୍ଲା ଓ ରାଜ୍ୟ କର୍ମକର୍ତ୍ତା ଙ୍କ ରାଜ୍ୟ ସ୍ତରୀୟ ଅଧିବେଶନରେ ସାଧରଣ ସମ୍ପାଦକ ଡ଼ଃ କୁମାର ମିଶ୍ର ରାଜ୍ୟ ସରକାରଙ୍କ ତୃତୀୟ ଭାଷା ସଂସ୍କୃତ ,ହିନ୍ଦୀ ସହିତ ଧନ୍ଦାମୂଳକ ଶିକ୍ଷା ର ପ୍ରଚଳନ କୁ ଘୋର ବିରୋଧ କରିବା ସହିତ ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ ।ଏହି ବୈଠକ ଭୁବନେଶ୍ବର ସହିଦ ନଗର ହୋଟେଲ ପାର୍କ ପରିମିୟମ୍ ହୋଇଥିଲା ।ପଣ୍ଡିତ ଶରତ କୁମାର ସାହୁ ପ୍ରାରମ୍ଭରେ ଗୀତ ଗୋବିନ୍ଦ ଗାନ କରିଥିଲେ ।ପ୍ରଥମ ଅଧିବେଶନରେ ଶିକ୍ଷକ ଙ୍କ ବିଭିନ୍ନ ସମସ୍ୟା ଆଉ ଧନ୍ଦାମୂଳକ ଶିକ୍ଷା ର ପ୍ରଚଳନରେ ସଂସ୍କୃତ ର ଅବକ୍ଷୟ ସହିତ ଓଡ଼ିଆ ଭାଷାର ବିଲୋପ ହେବା ଉପରେ ଆଲୋଚନା ହୋଇଥିଲା ।ଏଥିରେ ସବୁ ଜିଲ୍ଲାର ଜଣେ ପ୍ରତିନିଧି ନିଜ ଜିଲ୍ଲାର ସାଂଗଠନିକ ବିଷୟ କହିଥିଲେ ।ଏଥିରେ ଡ଼ଃ ମଧୁସୂଦନ ମିଶ୍ର, ଡ଼ଃ ଗୋପ ବନ୍ଧୁ ପୁରୋହିତ, ବିଷ୍ଣୁ ଚରଣ ରାଉତ,ସୁକାନ୍ତ କର ,କନକ ଲତା ଜେନା ,ଲମ୍ବୋଦର ମିଶ୍ର ,ବିନାୟକ ତ୍ରିପାଠୀ ,ପ୍ରଫୁଲ ଦାଶ ,ସଞ୍ଜୟ ଷଡ଼ଙ୍ଗୀ ,ଅକ୍ଷୟ ଦାଶ, ପ୍ରଶ୍ନ ଗଡ଼ତିଆ, ନଗେନ ସିଂ ପ୍ରଭୃତି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ବ୍ଲକ,ଜିଲ୍ଲା, ରାଜ୍ୟ ସ୍ତରରେ ସଂଗଠିତ ହେବାକୁ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥିର ହେଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୌତୃକ ସମ୍ପତ୍ତିକୁ ନେଇ ସବ୍ ରେଜିଷ୍ଟାର କାର୍ଯ୍ୟାଳୟରେ ହଣାକଟା , ତିନି  ଗୁରୁତର

ପୌତୃକ ସମ୍ପତ୍ତିକୁ ନେଇ ସବ୍ ରେଜିଷ୍ଟାର କାର୍ଯ୍ୟାଳୟରେ ହଣାକଟା , ତିନି ଗୁରୁତର

Read More...

ବନ୍ଦ ଘରୁ ଚୋରି ଘଟଣାରେ ତିନି ଗିରଫ

ବନ୍ଦ ଘରୁ ଚୋରି ଘଟଣାରେ ତିନି ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: