ମହିଳାଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ମାମଲା : ଅଭିଯୁକ୍ତ ଗିରଫ

April 07, 2021, ଅପରାଧ, ଗଞ୍ଜାମ, Kiran Behera
ମହିଳାଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ମାମଲା : ଅଭିଯୁକ୍ତ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
April 07, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚୁଡୁଙ୍ଗପୁର ଗ୍ରାମରେ ଜଣେ ଯୁବକ ମହିଳାଙ୍କ ଘରେ ପଶି ଦୁର୍ବ୍ୟବହାର କରିବା ସହ ଆକ୍ରମଣ ମାମଲାରେ ଦିଗପହଣ୍ଡି ପୋଲିସ ବୁଧବାର ଦିନ ବଡ଼ସାହିର ପି. ଦେବେନ୍ଦ୍ର ଦୋରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏନେଇ ଥାନା ମାମଲା ନଂ.୭୯/୨୧ ଦଫା - ୩୨୩/୪୫୨/୫୦୬ ଆଇ ପି ସି ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦେଇଥିବା ସୂଚନା ମିଳିପାରିଛି । ଖବରନୁଯାୟୀ , ଗତ ଶନିବାର ସକାଳ ପ୍ରାୟ ସାଢେ ୬ ଟାରେ ଅଭିଯୁକ୍ତ ଜଣକ ତାଙ୍କ ସମ୍ପର୍କୀୟଙ୍କ ଘରେ ପଶି କୈାଣସି କାରଣରୁ ବ୍ୟାପକ ଭଙ୍ଗାରୁଜା କରିଥିଲେ। ପରିବାର ଲୋକ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଜଣକ ଘରେ ରହୁଥିବା ଜଣେ ମହିଳାଙ୍କୁ ଅସଦାଚରଣ କରିବା ସହ ନିସ୍ତୁକମାଡ଼ ମାରିବାକୁ ପଛାଇ ନଥିଲେ । ଗ୍ରାମର ସାହି ପଡୋଶୀ ଆହତ ମହିଳାଙ୍କୁ ଉଦ୍ଧାର କରିବା ସମୟରେ ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ଜଣକ ଟେକା ପଥର ମାଡ କରିଥିଲେ । ଏଥିରେ ପଞ୍ଚାୟତ ସମିତି ସଭ୍ୟ ପି. ମାଧବ ରାଓ ମଧ୍ୟ ଆହାତ ହୋଇଥିଲେ । ଏପରିକି ତାଙ୍କ ସ୍କୁଟି ବାଇକକୁ ମଧ୍ୟ ଅଭିଯୁକ୍ତ ଜଣକ ଭଙ୍ଗାରୁଜା କରିଥିଲେ । ଆହାତ ମହିଳାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ମହିଳା ଜଣକ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବାପରେ ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ । ଗିରଫ ଭୟରେ ଘଟଣା ଦିନଠାରୁ ଅଭିଯୁକ୍ତ ଜଣକ ଗ୍ରାମରୁ ଫେରାର ଥିଲେ । ତେବେ ଅଭିଯୁକ୍ତ ଗାଁ କୁ ଫେରିଥିବା କୈାଣସି ସୁତ୍ରରୁ ଖବର ପାଇ ପୋଲିସ ତାଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଂସ୍କାରବାଦୀ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

ସଂସ୍କାରବାଦୀ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

Read More...

ଭୟାବହ ଅଗ୍ନିକାଣ୍ଡରେ  ୫ ପରିବାରର ବହୁ ଧନସମ୍ପତ୍ତି ନଷ୍ଟ

ଭୟାବହ ଅଗ୍ନିକାଣ୍ଡରେ ୫ ପରିବାରର ବହୁ ଧନସମ୍ପତ୍ତି ନଷ୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: