ଏଣିକି ଛତିଶଗଡ଼କୁ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ବନ୍ଦ

April 09, 2021, ଦେଶଦୁନିଆ, , BHAGYAPRABHA NEWS
ଏଣିକି ଛତିଶଗଡ଼କୁ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ବନ୍ଦ
BHAGYAPRABHA NEWS
[ INPUT ]
Bhagyaprabha News Bureau
April 09, 2021

ମହାମାରୀ କରୋନା ସଂକ୍ରମଣରେ ରୋକିବା ପାଇଁ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ଏଣିକି ଛତିଶଗଡ଼କୁ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ବନ୍ଦ ପାଇଁ ନିର୍ଦ୍ଦେଶ ନିଆଯାଇଛି। ଛତିଶଗଡ଼କୁ କୌଣସି ଗାଡ଼ି ଯାଇପାରିବ ନାହିଁ କି ଆସିପାରିବ ନାହିଁ। ଏପ୍ରିଲ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ରହିବ। ଆଦେଶକୁ କଡ଼ାକଡ଼ି ପାଳନ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବର୍ଡର ଚେକ୍‌ପୋଷ୍ଟ କଡ଼ା କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେକ୍‌ପୋଷ୍ଟ ଦେଇ ଆସୁଥିବା ଲୋକ ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ। ନେଗେଟିଭ ରିପୋର୍ଟ ବା ଟିକା ସାର୍ଟିଫିକେଟ ନଥିଲେ ୭ ଦିନ କ୍ୱାରେଣ୍ଟାଇନ୍‌ରେ ରହିବାକୁ ବାଧ୍ୟ। ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରେଳ ଯାତ୍ରୀଙ୍କ ପାଇଁ କଟକଣା ଜାରି କଲେ ରାଜ୍ୟ ସରକାର। ୧୦ ତାରିଖ ଠାରୁ ଛତିଶଗଡ଼କୁ ସବୁ ପ୍ରକାର ଟ୍ରେନ ବନ୍ଦ। ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଆସୁଥିବା ସବୁ ଟ୍ରେନ ବନ୍ଦ। ଏନେଇ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବ ଚିଠି ଲେଖିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବ। ଓଡ଼ିଶାକୁ ଆସୁଥିବା ଅନ୍ୟ ରାଜ୍ୟର ଯାତ୍ରୀଙ୍କ ପାଇଁ ମଧ୍ୟ କଟକଣା ଲାଗୁ ହେବ। ଓଡ଼ିଶା ଆସିବାକୁ ଥିଲେ RTPCR ନେଗେଟିଭ ରିପୋର୍ଟ ଜରୁରୀ।ଓଡ଼ିଶାର ପଡ଼ୋଶୀ ଛତିଶଗଡ଼ରେ ବେହାଲ ସ୍ଥିତି ଦେଖାଦେଇଛି। ମହାମାରୀ କରୋନା କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ଶହଶହ ଲୋକ ମହାମାରୀ କରୋନାର ମାୟାଜାଲରେ ଛନ୍ଦି ହେଉଛନ୍ତି। ଯାହାର ପ୍ରଭାବ ପଶ୍ଚିମ ଓଡ଼ିଶାରେ ପଡ଼ିଛି। ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯେଉଁଥିପାଇଁ ରାଜ୍ୟ ସରକାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଜାରି କରିଛନ୍ତି। ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିଛି। କର୍ଫ୍ୟୁରୁ ଅତ୍ୟାବଶ୍ୟକୀୟ ସେବାକୁ ବାଦ ଦିଆଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାପି ବାର୍ଥ ଡେ ଜୟା ବଚ୍ଚନ

ହାପି ବାର୍ଥ ଡେ ଜୟା ବଚ୍ଚନ

Read More...

ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାକୁମ୍ଭ

ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାକୁମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: