୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା

April 10, 2021, ଓଡ଼ିଶା, , BHAGYAPRABHA NEWS
୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା
BHAGYAPRABHA NEWS
[ INPUT ]
Bhagyaprabha News Bureau
April 10, 2021

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ। ଆସନ୍ତାକାଲି ଗଜପତି, ଗଞ୍ଜାମ, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକରେ ଜୋରରେ ପବନ ବହିବା ସହ ବିଜୁଳି, ଘଟଘଡ଼ି ଓ ଝଡ଼ବର୍ଷା ହେବ। ସେହିପରି ୧୧ ତାରିଖ ଦିନ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ରାୟଗଡ଼ା, ସୋନପୁର, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼ରେ ଏବଂ ୧୨ ତାରିଖ ଦିନ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ ଓ ମୟୂରଭଞ୍ଜରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଫଳରେ ରାଜ୍ୟର ତାପମାତ୍ରା ଆସନ୍ତା ୨୪ଘଣ୍ଟା ମଧ୍ୟରେ ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବ। ତେବେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତରାଜ୍ୟରେ ଏପରି ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।କେନ୍ଦ୍ରର ସୂଚନାନୁଯାୟୀ, ଗତକାଲି ରାଜ୍ୟର ୯ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଆଜି ସୁନ୍ଦରଗଡ଼ ଛଡ଼ା ସମସ୍ତ ଜିଲ୍ଲା‌ରେ ପାରଦ ୪୦ ଡିଗ୍ରୀ ତଳକୁ ଖସି ଆସିଛି। ରାଜ୍ୟର ସର୍ବାଧିକ ତାପମାତ୍ରା ଆଜି ସୁନ୍ଦରଗଡ଼ଠାରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ସହ ସାମୁଦ୍ରିକ ପବନ ପ୍ରବାହିତ ହେବ। ଗତକାଲି ରାଜଧାନୀରେ ପାରଦ ୩୬ ଡିଗ୍ରୀ ଉପରେ ରହିଥିବା ‌ବେଳେ ରାତିର କାଳବୈଶାଖୀ ପରେ ତାପମାତ୍ରା ଖସିଛି। ଆସନ୍ତାକାଲିଠାରୁ ରାଜଧାନୀରେ କାଳବୈଶାଖୀ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେଉଥିବାରୁ ରାଜଧାନୀର ପରିବେଶ ଏବେ ଥଣ୍ଡା ରହିବ ବୋଲି କେନ୍ଦ୍ର କହିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁମ୍ବାଇକୁ ଦୁଇ ୱିକେଟରେ ହରାଇଲା ବିରାଟ ବାହିନୀ

ମୁମ୍ବାଇକୁ ଦୁଇ ୱିକେଟରେ ହରାଇଲା ବିରାଟ ବାହିନୀ

Read More...

ଆଜି ପଶ୍ଚିମବଙ୍ଗ ୪ର୍ଥ ପର୍ଯ୍ୟାୟ ନିର୍ବାଚନ

ଆଜି ପଶ୍ଚିମବଙ୍ଗ ୪ର୍ଥ ପର୍ଯ୍ୟାୟ ନିର୍ବାଚନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: