ସ୍କାଉଟ ଓ ଗାଇଡ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଯୋଗ ତାଲିମ ସଚେତନତା ଅନୁଷ୍ଠିତ

April 13, 2021, ଖେଳ, ଗଞ୍ଜାମ, Kiran Behera
ସ୍କାଉଟ ଓ ଗାଇଡ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଯୋଗ ତାଲିମ ସଚେତନତା ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
April 13, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରୀ ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ ମହାବିଦ୍ୟାଳୟର ସ୍କାଉଟ ଓ ଗାଇଡ ଆନୁକୂଲ୍ୟରେ ସୋମବାର ପୂର୍ବାହ୍ନ ସମୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ମହାବିଦ୍ୟାଳୟ ଅଧ୍ଯକ୍ଷ ରଘୁନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଭାରତ ସ୍କାଉଟ ଏଣ୍ଡ୍ ଗାଇଡର ଏଏଲଟି ମହାଦେବ ରଥ ମୂଖ୍ଯ ଅତିଥିଭାବେ ଯୋଗ ଦେଇଥିବା ବେଳେ ଶେରଗଡ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଧାଂଶୁ ମୋହନ ପ୍ରଧାନ , ଖେମୁଣ୍ଡି ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଏସ୍.ସୀତାରାମ ମୂର୍ତ୍ତି , ସାଂଗଠନିକ ସଂପାଦକ ପ୍ରଶାନ୍ତ କୁମାର ପଣ୍ଡା , ଉପାଧ୍ୟକ୍ଷ ନିହାର ରଞ୍ଜନ କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଭାରତୀୟ ଯୋଗ ଓ ପ୍ରାଣାୟାମର ଉପାଦେୟତା ଉପରେ ଆଲୋକପାତ କରାଯାଇଥିଲା । ସେହିପରି ଆଧୁନିକ କମ୍ପ୍ୟୁଟର ଯୁଗରେ ପାଶ୍ଚାତ୍ୟ ଜୀବନ ଶୈଳୀର ଅନୁକରଣ ଭାରତୀୟ ମାନଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଉଥିବା ଅତିଥି ବୃନ୍ଦ ପ୍ରକାଶ କରିବା ସହ ସହସ୍ରାଧିକ ବର୍ଷର ପୁରାତନ ଭାରତୀୟ ଯୋଗ ହିଁ ସୁନ୍ଦର ସ୍ବାସ୍ଥ୍ଯର ଏକମାତ୍ର ରକ୍ଷାକବଚ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ରେଞ୍ଜର ଲିଡର ଅଧ୍ଯାପିକା କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରକ୍ତଦାନ କରି ଜନ୍ମଦିନ ପାଳନ କରିବା ସହ ଅନ୍ୟକୁ ଉତ୍ସାହିତ କଲେ ଯୁବନେତା

ରକ୍ତଦାନ କରି ଜନ୍ମଦିନ ପାଳନ କରିବା ସହ ଅନ୍ୟକୁ ଉତ୍ସାହିତ କଲେ ଯୁବନେତା

Read More...

୭୩ ବର୍ଷରେ ପଦାର୍ପଣ କରିଛି ରାଜଧାନୀ ଭୁବନେଶ୍ୱର

୭୩ ବର୍ଷରେ ପଦାର୍ପଣ କରିଛି ରାଜଧାନୀ ଭୁବନେଶ୍ୱର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: