ଦିଗପହଣ୍ଡି ପୋଲିସର ନାଇଟ କର୍ଫ୍ୟୁ ଚେକିଂ କଡାକଡି : ଅମାନିଆ ଠାରୁ ଜୋରିମାନା ଆଦାୟ

April 17, 2021, ବିଶେଷ, ଗଞ୍ଜାମ, Kiran Behera
ଦିଗପହଣ୍ଡି ପୋଲିସର ନାଇଟ କର୍ଫ୍ୟୁ ଚେକିଂ କଡାକଡି : ଅମାନିଆ ଠାରୁ ଜୋରିମାନା ଆଦାୟ
Kiran Behera
[ Reporter,Digapahandi ]
Bhagyaprabha News Bureau
April 17, 2021

ସାରା ଦେଶରେ ପୁଣିଥରେ କରୋନା ତାହାର ଦ୍ବିତୀୟ ଲହରୀରେ କାୟା ବିସ୍ତାର ଆରମ୍ଭ କରି ସାରିଥିବା ବେଳେ ରାଜ୍ୟ ତଥା ଜିଲ୍ଲା ମାନଙ୍କରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ମଧ୍ୟ ଜଣାପଡିଛି । ଯାହାଫଳରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ଜିଲ୍ଲା ମାନଙ୍କରେ ରାତ୍ରୀକାଳୀନ କର୍ଫ୍ୟୁ କଟକଣା କରିଥିବା ବେଳେ ଅନ୍ୟ କେତେକ ଜିଲ୍ଲାରେ ରାତି ୯ ଟାରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି କରିଥିବା ଜଣାପଡ଼ିଛି । ଯାହାଫଳରେ ଜିଲ୍ଲାର ପ୍ରମୁଖ ସହରାଞ୍ଚଳ ମାନଙ୍କରେ ରାତ୍ରୀକାଳୀନ କର୍ଫ୍ୟୁରେ ଚେକିଙ୍ଗ ବ୍ୟବସ୍ଥା କଡାକଡି କରିବା ପାଇଁ ବ୍ଳକ ପ୍ରଶାସନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ଶନିବାର ରାତିରେ ଦିଗପହଣ୍ଡି ଥାନା ପକ୍ଷରୁ ରାତି ୯ ଟା ପରେ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରି ମାସ୍କ ଓ ହେଲମେଟ ଯାଞ୍ଚ କରି ଅମାନିଆ ଯୁବକଙ୍କ ଠାରୁ ୬ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜୋରିମାନା ଆଦାୟ କରିଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମେ ୧୩ରେ ପିପିଲି ଉପନିର୍ବାଚନ

ମେ ୧୩ରେ ପିପିଲି ଉପନିର୍ବାଚନ

Read More...

ଗାଁ ସାଥିଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ପଞ୍ଚାୟତର ଉନ୍ନତି ନେଇ ଆଲୋଚନା ବୈଠକ

ଗାଁ ସାଥିଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ପଞ୍ଚାୟତର ଉନ୍ନତି ନେଇ ଆଲୋଚନା ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: