ମଦ ବିକ୍ରି ବନ୍ଦ ପରେ ୭ ଜଣଙ୍କ ନାମରେ ମିଥ୍ୟା କେସ କୁ ନେଇ ତାତିଲେ ଗ୍ରାମବାସୀ

April 23, 2021, ଅପରାଧ, ଗଞ୍ଜାମ, Kiran Behera
ମଦ ବିକ୍ରି ବନ୍ଦ ପରେ ୭ ଜଣଙ୍କ ନାମରେ ମିଥ୍ୟା କେସ କୁ ନେଇ ତାତିଲେ ଗ୍ରାମବାସୀ
Kiran Behera
[ Reporter,Digapahandi ]
Bhagyaprabha News Bureau
April 23, 2021

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଦୟାନିଧିପୁର ପଞ୍ଚାୟତ ନିସ୍ତିପୁର ଗ୍ରାମକୁ ମଦମୁକ୍ତ କରିବା ନେଇ ଆଲୋଚନା ପରେ ଗ୍ରାମର ୭ ଜଣଙ୍କ ନାମରେ ପାଟପୁର ଥାନାରେ ମିଥ୍ୟା କେସକୁ ନେଇ ଶୁକ୍ରବାର ଦିନ ତାତି ଉଠିଲେ ଗ୍ରାମବାସୀ । ଯାହାଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଜନ ଅସନ୍ତୋଷ ପ୍ରକାଶ ପାଇବା ସହ ଥାନା ମୁଖ୍ୟ ଫାଟକରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଥିଲେ । ଖବରପ୍ରକାରେ , ନିସ୍ତିପୁର ଗ୍ରାମରେ ପୂର୍ବରୁ ବେଆଇନ ଭାବେ ଚୋରାମଦ ବିକ୍ରି କରାଯାଉଥିଲା । ଯାହାଫଳରେ ଗ୍ରାମରେ ଗତ ଅପ୍ରେଲ ୧ ତାରିଖରେ ଗ୍ରାମକୁ ମଦମୁକ୍ତ ଗ୍ରାମରେ ପରିଣତ କରିବା ନିମନ୍ତେ ଗ୍ରାମବାସୀ ଓ ମଦ ମାଲିକ ମଧ୍ୟରେ ମଦ ବିକ୍ରି ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଉଥିଲା । ଏହାପରେ ଅପ୍ରେଲ ୨୨ ତାରିଖ ଦିନ ମଦ ମାଲିକ ମାନେ ଜୋର୍ ଜବରଦସ୍ତ ଗ୍ରାମର ୭ ଜଣକ ବିରୋଧରେ ପାଟପୁର ଥାନାରେ ମିଥ୍ୟା କେସ୍ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ଆଜି ଗ୍ରାମବାସୀ ମେଳି ବାନ୍ଧି ପାଟପୁର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ଗ୍ରାମବାସୀଙ୍କ ଦାବି ରହିଛି ଯେ , ଆଗାମୀ ଦିନରେ ଉକ୍ତ ୭ ଜଣକ ବ୍ୟକ୍ତି ଉପରୁ ଯଦି କେସ୍ ପ୍ରତ୍ୟାହାର କରାନଯାଏ ତେବେ ଗ୍ରାମବାସୀ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଘଟଣାପରେ ପାଟପୁର ପୋଲିସ ଥାନା ଅଧିକାରୀ ଅଜୟ ବାରିକ ଓ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ବିକ୍ଷୋଭ ପ୍ରଦର୍ଶନ ହଟିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ପଦ୍ମନାଭପୁର ରେ ମୋ ଗାଁରେ ତହସିଲ

କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ପଦ୍ମନାଭପୁର ରେ ମୋ ଗାଁରେ ତହସିଲ

Read More...

ଏବିଭିପି ବ୍ରହ୍ମପୁରରେକରୋନା ସଚେତନତା କାର୍ଯ୍ୟକ୍ରମ

ଏବିଭିପି ବ୍ରହ୍ମପୁରରେକରୋନା ସଚେତନତା କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: