ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏନ୍ ଭି ରମନା

April 24, 2021, ଦେଶଦୁନିଆ, , BHAGYAPRABHA NEWS
 ସୁପ୍ରିମକୋର୍ଟର  ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଏନ୍ ଭି ରମନା
BHAGYAPRABHA NEWS
[ INPUT ]
Bhagyaprabha News Bureau
April 24, 2021

ସୁପ୍ରିମକୋର୍ଟର ୪୮ ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍ ଏନ୍ ଭି ରମନା । ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶପଥପାଠ କରାଇଛନ୍ତି । ସେ ଆଜିଠାରୁ ୨୦୨୨ ଅଗଷ୍ଟ ୨୬ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି । ଗତକାଲି ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସ ଏ ବୋବଡେ ଅବସର ଗ୍ରହଣ କରିବା ପରେ ଆଜି ମୁଖ୍ୟ ବିଚାରପତି ଭାବେ ନବ ନିଯୁକ୍ତ ହୋଇଥିବା ଜଷ୍ଟିସ ଏନ ଭି ରମନା ଶପଥ ଗ୍ରହଣ କରିଛନ୍ତି । ସୁଚନାନୁସାରେ, ଜଷ୍ଟିସ୍ ଏନ ଭି ରମନା ୧୯୫୭ ମସିହା ଅଗଷ୍ଟ ୨୭ ତାରିଖରେ ଆନ୍ଧ୍ରପଦେଶର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଛାତ୍ର ଜୀବନରେ ଶିଳ୍ପ ଓ କୃଷିପ୍ରତି ଆଗ୍ରହ ପ୍ରକାଶ କରୁଥିବା ବେଳେ ଶିକ୍ଷାପରେ ସେ ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଏକ ତେଲୁଗୁ ଖବର କାଗଜରେ କାମ କରୁଥିଲେ । ଏହାପରେ ସେ ଓକିଲାତି ପଢି ପ୍ରଥମେ ୧୯୮୩ ମସିହା ଏପ୍ରିଲ ୧୦ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ । ଏହାପରେ ସେ ୨୦୦୦ ମସିହା ଜୁନ ୨୭ ତାରିଖରେ ଆନ୍ଧ୍ର ହାଇକୋର୍ଟରେ ସ୍ଥାୟୀ ଜଜ୍ ଭାବେ ନିଯୁକ୍ତ ହୋଇଥିଲେ । ଏହାପରେ ଦିଲ୍ଲୀ ହାଇକୋର୍ଟ ଓ ୨୦୧୪ ମସିହା ଫେବୃଆରୀ ୧୭ ତାରିଖରେ ସୁପ୍ରିମକୋର୍ଟର ଜଜ୍ ଭାବେ ନିଯୁକ୍ତ ହୋଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚମୋଲିରେ ହିମସ୍କଳନ , ୮ ମୃତ

ଚମୋଲିରେ ହିମସ୍କଳନ , ୮ ମୃତ

Read More...

ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ସ୍ଥିତିକୁ ନୟିନ୍ତ୍ରଣ କରିବା ପାଇଁ ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ସ୍ଥିତିକୁ ନୟିନ୍ତ୍ରଣ କରିବା ପାଇଁ ବୈଠକ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: