ସଟଡାଉନ କଟକଣାକୁ ଅବମାନନା : ଯାଞ୍ଚ ବେଳେ ପୋଲିସ ଗାଡ଼ିକୁ ଅଟକାଇ ରାସ୍ତା ଅବରୋଧ

April 24, 2021, ଅପରାଧ, ଗଞ୍ଜାମ, Kiran Behera
ସଟଡାଉନ କଟକଣାକୁ ଅବମାନନା : ଯାଞ୍ଚ ବେଳେ ପୋଲିସ ଗାଡ଼ିକୁ ଅଟକାଇ ରାସ୍ତା ଅବରୋଧ
Kiran Behera
[ Reporter,Digapahandi ]
Bhagyaprabha News Bureau
April 24, 2021

ରାଜ୍ୟ ତଥା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହି ସଂକ୍ରମଣକୁ ଦମନ କରିବା ଏବଂ ରାଜ୍ୟର ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ ଲାଗି ସରକାର ଶନିବାର ଓ ରବିବାର ଦୁଇଦିନିଆ ସଟଡାଉନ ଘୋଷଣା କରିଛନ୍ତି । କିନ୍ତୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁୁର ଗ୍ରାମରେ କିଛି ବ୍ୟବସାୟୀ ସରକାର ପକ୍ଷରୁ ଜାରି ହୋଇଥିବା କଟକଣା ନିୟମକୁ ଅବମାନନା କରିବା ସହ ଅନୁସନ୍ଧାନରେ ଯାଇଥିବା ପୋଲିସ ଗାଡ଼ିକୁ ଅଟକାଇ ବିରୋଧ କରି ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି । ଖବରପ୍ରକାରେ , ସମଗ୍ର ଦେଶ ତଥା ରାଜ୍ୟର ଜନସାଧାରଣ କରୋନା ମହାମାରୀ ଯୋଗୁଁ ଆତଙ୍କରେ ରହିଥିବା ବେଳେ ବହୁ ଲୋକ ଏହାର ପ୍ରଭାବରେ ମୃତ୍ୟୁବରଣ ମଧ୍ୟ କରିସାରିଛନ୍ତି । ଏଥିସହ ବହୁ ପରିବାରର ସଦସ୍ୟ ମାନେ ଜୀବିକା ହରାଇଛନ୍ତି । କିନ୍ତୁ ଏହି କରୋନା ସଂକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଏବଂ ଦୂରେଇ ରଖିବା ନିମନ୍ତେ ରାଜ୍ୟ ସରକାର ଦୁଇଦିନିଆ ସଟଡାଉନ ଘୋଷଣା କରିଥିଲେ । ଯାହାଫଳରେ ଜରୁରୀକାଳୀନ ସେବାକୁ ଛାଡିଦେଲେ ଦୋକାନ ବଜାର ଏବଂ ରାସ୍ତାରେ ଗାଡ଼ିମଟର ଚଳାଚଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଶନିବାର ପଦ୍ମନାଭପୁୁର ଗ୍ରାମରେ ବ୍ୟବସାୟୀ ମାନେ କଟକଣା ନିୟମ ଅବମାନନା କରି ଦୋକାନ ଘର ଖୋଲି ରଖିଥିଲେ । ଏହି ଖବର ପାଇବାପରେ ଦିଗପହଣ୍ଡି ପୋଲିସ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ସମେତ ତାଙ୍କ ଟିମ୍ ଗ୍ରାମରେ ପହଞ୍ଚି ଦୋକାନ ବଜାର ବନ୍ଦ କରିବା ପାଇଁ କହିଥିଲେ । କିନ୍ତୁ ବ୍ୟବସାୟୀ ମାନେ ଏହାକୁ ବିରୋଧ କରିବା ସହ ପୋଲିସ ଗାଡ଼ିକୁ ଅଟକାଇ ରାସ୍ତା ଅବରୋଧ କରିଥିଲେ । ଏପରିକି ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁଙ୍କ ଗାଡ଼ିକୁ ମଧ୍ୟ ଛାଡି ନଥିଲେ । ଘଟଣାପରେ ସ୍ଥାନୀୟ ତହସିଲଦାର ଅଦୈତ କୁମାର ସ୍ୱାଇଁ ପହଞ୍ଚିବା ପରେ ପୋଲିସ ଅଧିକାରୀ ଓ ବ୍ଯବସାୟଙ୍କ ମଧ୍ୟରେ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ସିଟି ହସ୍ପିଟାଲକୁ କୋଭିଡ ସେଣ୍ଟର ଭାବେ ଘୋଷଣା

ବ୍ରହ୍ମପୁର ସିଟି ହସ୍ପିଟାଲକୁ କୋଭିଡ ସେଣ୍ଟର ଭାବେ ଘୋଷଣା

Read More...

ଦିଗପହଣ୍ଡିରେ ସାପ୍ତାହିକ ସଟଡାଉନ : ଜନଶୂନ୍ୟ ରାସ୍ତାଘାଟ

ଦିଗପହଣ୍ଡିରେ ସାପ୍ତାହିକ ସଟଡାଉନ : ଜନଶୂନ୍ୟ ରାସ୍ତାଘାଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: