କରୋନାରେ ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କ ପରଲୋକ

May 01, 2021, ଦେଶଦୁନିଆ, , BHAGYAPRABHA NEWS
କରୋନାରେ ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କ ପରଲୋକ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 01, 2021

କରୋନା ପୁଣି ଜଣେ ସାମ୍ବାଦିକଙ୍କର ଜୀବନ ନେଇଛି। ଗତ କିଛିଦିନ ମଧ୍ୟରେ ଲଗାତାର ଭାବରେ ଅନେକ ସାମ୍ବାଦିକ କରୋନାରେ ପ୍ରାଣ ହରାଇସାରିଲେଣି। ସୂଚନା ଅନୁସାରେ, କରୋନାରେ ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା କନୁପ୍ରିୟାଙ୍କର କରୋନା ଯୋଗୁଁ ପରଲୋକ ହୋଇଛି। କନୁପ୍ରିୟା କେବଳ ଜଣେ ଉପସ୍ଥାପିକା ତାହା ନୁହେଁ ବରଂ ସେ ଜଣେ ଅଭିନେତ୍ରୀ ମଧ୍ୟ। ତାଙ୍କ ବିୟୋଗ ନେଇ ସୋସିଆଲ ମିଡିଆରେ ମୋନା ୱାଲିଆ ସେୟାର କରିଛନ୍ତି। କିନ୍ତୁ କନୁପ୍ରିୟା ଦୁଇ ଦିନ ତଳେ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଥିଲେ ଯେ, କରୋନାରେ ସଂକ୍ରମିତ ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାସହ ତାଙ୍କୁ ସମସ୍ତଙ୍କ ଆଶୀର୍ବାଦର ଆବଶ୍ୟକତା ରହିଛି ବୋଲି ମଧ୍ୟ ସେ ଲେଖିଥିଲେ। କିନ୍ତୁ କରୋନା ଯୁଦ୍ଧରେ ସେ ହାରିଯାଇଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ତାଙ୍କର ଅକ୍ସିଜେନ୍‌ ଲେଭଲ କମିଯିବାରୁ ତାଙ୍କର ମୃତ୍ୟୁ ହୋଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ବ୍ଳକର କାର୍ଯ୍ୟରତ ଦୁଇ ସରକାରୀ କର୍ମଚାରୀଙ୍କ ଆକସ୍ମିକ ମୃତ

ଦିଗପହଣ୍ଡି ବ୍ଳକର କାର୍ଯ୍ୟରତ ଦୁଇ ସରକାରୀ କର୍ମଚାରୀଙ୍କ ଆକସ୍ମିକ ମୃତ

Read More...

ହାପି ବାର୍ଥ ଡେ ଅନୁଷ୍କା ଶର୍ମା

ହାପି ବାର୍ଥ ଡେ ଅନୁଷ୍କା ଶର୍ମା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: