ହାଇଦ୍ରାବାଦ୍‌ରେ ୮ ସିଂହ କରୋନା ସଂକ୍ରମିତ

May 05, 2021, ଦେଶଦୁନିଆ, , BHAGYAPRABHA NEWS
ହାଇଦ୍ରାବାଦ୍‌ରେ ୮ ସିଂହ କରୋନା ସଂକ୍ରମିତ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 05, 2021

ହାଇଦ୍ରାବାଦ୍‌ର ନେହେରୁ ପ୍ରାଣୀ ଉଦ୍ୟାନରୁ ୮ଟି ଏସିଆଟିକ ସିଂହ ମାରାତ୍ମକ କରୋନାଭାଇରସରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଭାରତରେ ଏହା ପ୍ରଥମ ଘଟଣା ଯେ ମଣିଷର ସସ୍ପର୍ଶରେ ଆସି ସିଂହ ଗୁଡିକ ଅସୁସ୍ଥ ହୋଇପାଡିଛନ୍ତି ।ପ୍ରଣି ଉଦ୍ୟାନର ଉଚ ପଦସ୍ତ କର୍ମଚାରୀ ଜଣେ କହିଛନ୍ତି ଯେ ଆରଟି-ପିସିଆର ରିପୋର୍ଟରେ ସିଂହ ଗୁଡିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତଥାପି ସମ୍ପୃକ୍ତ ସିଂହ ଗୁଡିକର ସିସିଏମବି ନମୁନା କରାଯାଇଛି ଏହି ରିପୋର୍ଟ ମିଳିବାକୁ କିଛି ଦିନ ଲାଗିବ ।ତେବେ ଏହି ଷ୍ଟ୍ରେନ୍ ମନୁଷ୍ୟ ମାନଙ୍କ ପାଖରୁ ପଶୁମାନଙ୍କୁ ଆସିଛି କି ନାହିଁ ଏହା ଜାଣିବା ପାଇଁ ସିସିବି ରିପୋର୍ଟରୁ ନମୁନା ଗୁଡିକୁର ବିସ୍ତୃତ ଅନୁସନ୍ଧାନରୁ ଜଣାପଡିବ । ବୈଜ୍ଞାନିକ ମାନେ ପ୍ରାଣି ଉଦ୍ୟାନର ଅଧୀକାରି ମାନଙ୍କୁ ସତର୍କ କରିବା ସହିତ ଶୀଘ୍ର ଚିକିତ୍ସା କରିବାକୁ କହିଛନ୍ତି । ଏହା ସହିତ ସେମାନଙ୍କ ଫୁସ୍‌ଫସ୍ ସଂକ୍ରମଣର ପ୍ରଭାବ ଜାଣିବା ପାଇଁ ପ୍ରାଣୀ ଉଦ୍ୟାନ କତୃପକ୍ଷ ସିଂହମାନଙ୍କର ସିଟି ସ୍କାନ୍ କରିବା ଜରୁରୀ ହୋଇ ପଡିଛି । ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ତଥା କ୍ୟୁରେଟର ଡକ୍ଟର ସିଦ୍ଧାନନ୍ଦ କୁକ୍ରେଟି ଏବଂ ଭିଭିଏଲ୍ ସୁଭଦ୍ରା ଦେବୀ ଏହି ଖବରକୁ ଆନୁଷ୍ଠାନିକ ଭାବରେ ଅସ୍ୱୀକାର କିମ୍ବା ନିଶ୍ଚିତ କରିବାକୁ କୌଣଷି ପ୍ରତିକ୍ରିୟା ଦେଇ ନାହାଁନ୍ତି। ତେବେ, ୧,୫୦୦ ରୁ ଅଧିକ ଅନ୍ତେବାସୀ ରହୁଥିବା ୩୮୦ ଏକର କ୍ୟାମ୍ପସରେ ଥିବା ଅନ୍ୟ ଏକ ସୂତ୍ରରୁ ଜଣାପଡିଛି ଯେ ଉଉଗଈ ରୁ ଫଳାଫଳ ଏକ କିମ୍ବା ଦୁଇ ଘଣ୍ଟା ମଧ୍ୟରେ ସୁଶ୍ରୀ ସୁଭଦ୍ରା ଦେବୀଙ୍କ ନିକଟରେ ଦାଖଲ ହେବ ଏବଂ ସେମାନଙ୍କୁ ସଚେତନ କରିବା ପାଇଁ ବୈଜ୍ଞାନିକମାନେ କହିଛନ୍ତି ଏହି ସଂକ୍ରମଣ ମାମଲା ବଢି ପାରେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ ସଙ୍ଗରୋଧ ବାଧ୍ୟତାମୂଳକ : ଓଡିଶା ସରକାର

ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ ସଙ୍ଗରୋଧ ବାଧ୍ୟତାମୂଳକ : ଓଡିଶା ସରକାର

Read More...

ଆଜି ୩ୟ ଥର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ମମତା

ଆଜି ୩ୟ ଥର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ମମତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: