ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମ୍‌କେ ଷ୍ଟାଲିନ୍‌

May 07, 2021, ରାଜନୀତି, , BHAGYAPRABHA NEWS
ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମ୍‌କେ ଷ୍ଟାଲିନ୍‌
BHAGYAPRABHA NEWS
[ INPUT ]
Bhagyaprabha News Bureau
May 07, 2021

୩୩ଜଣ କ୍ୟାବିନେଟ୍‌ ସଦସ୍ୟଙ୍କ ସହ 'ଡିଏମ୍‌କେ'ର ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ ଆଜି ସକାଳେ ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚେନ୍ନାଇସ୍ଥିତ ରାଜଭବନରେ ରାଜ୍ୟପାଳ ବନୱାରିଲାଲ୍‌ ପୁରୋହିତ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ହେବା ସହ ଷ୍ଟାଲିନ୍‌ ତାମିଲନାଡୁର ଗୃହମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି । ତେଣୁ, ପ୍ରଶାସନିକ ଏବଂ ପୁଲିସ ସେବା, ସାଧାରଣ ପ୍ରଶାସନ, ସର୍ବଭାରତୀୟ ସେବା, ଜିଲ୍ଲା ରାଜସ୍ବ ଅଧିକାରୀ, ସ୍ବତନ୍ତ୍ର ଯୋଜନା ପ୍ରଣୟନ ଏବଂ ଭିନ୍ନକ୍ଷମ କଲ୍ୟାଣ ସମେତ ଅନ୍ୟାନ୍ୟ ଅନେକ ବିଭାଗ ତାଙ୍କ ଅଧୀନରେ ରହିବ ।ଦକ୍ଷିଣ ଭାରତର ଏହି ରାଜ୍ୟ କୋଭିଡ୍‌-୧୯ ସଂକ୍ରମଣ ମୁକାବିଲା କରୁଥିବା ବେଳେ ଏମ୍‌କେ ଷ୍ଟାଲିନ୍‌ ପ୍ରଥମ ଥର ପାଇଁ ଏହାର ଶୀର୍ଷ ପଦବୀ ମଣ୍ଡନ କରିଛନ୍ତି। ତାଙ୍କ ସହ ଶପଥ ନେଇଥିବା ୩୪ଜଣ କ୍ୟାବିନେଟ୍‌ ସଦସ୍ୟଙ୍କ ମଧ୍ୟରୁ ୧୮ଜଣ ପୂର୍ବରୁ ତାମିଲନାଡୁ ସରକାରଙ୍କର ବିଭିନ୍ନ ବିଭାଗରେ ମନ୍ତ୍ରୀ ଥିଲେ। ବାକି ୧୫ଜଣ ପ୍ରଥମ ଥର ପାଇଁ ମନ୍ତ୍ରୀ ହେଉଛନ୍ତି ।ସୂଚନାଯୋଗ୍ୟ, ସରକାର ଗଠନ କରିବା ପାଇଁ ଷ୍ଟାଲିନ୍‌ ଦାବି ଉପସ୍ଥାପନ କରିବା ପରେ ବୁଧବାର ଦିନ ରାଜ୍ୟପାଳ ବନୱାରିଲାଲ୍‌ ପୁରୋହିତ ତାଙ୍କୁ ଆମନ୍ତ୍ରଣ ଜଣାଇ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ

Read More...

ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ବିଏମସିର ଅନୁମତି ପ୍ରଦାନ

ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ପାଇଁ ବିଏମସିର ଅନୁମତି ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: