କୋଭିଡ ଟୀକା ନ ମିଳିବା ନେଇ ଦିଗପହଣ୍ଡି ସହର ଓ ବ୍ଳକ ବାସୀଙ୍କ ଅସନ୍ତୋଷ : ଆନ୍ଦୋଳନ ଚେତାବନୀ

May 11, 2021, ସ୍ବାସ୍ଥ୍ୟ, ଗଞ୍ଜାମ, Kiran Behera
କୋଭିଡ ଟୀକା ନ ମିଳିବା ନେଇ ଦିଗପହଣ୍ଡି ସହର ଓ ବ୍ଳକ ବାସୀଙ୍କ ଅସନ୍ତୋଷ : ଆନ୍ଦୋଳନ ଚେତାବନୀ
Kiran Behera
[ Reporter,Digapahandi ]
Bhagyaprabha News Bureau
May 11, 2021

ବର୍ତ୍ତମାନ କରୋନା ମହାମାରୀ ସଂକ୍ରମଣରୁ ସୁରକ୍ଷା ଦେବା ଲାଗି ରାଜ୍ୟ ସରକାର ସାଧାରଣ ଲୋକଙ୍କ ପାଇଁ କୋଭିଡ ଟିକାକରଣ ନିମନ୍ତେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ବନ୍ଦୋବସ୍ତ କରିଥିଲେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଓ ସହରରେ ଟିକାକାରଣ କାର୍ଯ୍ୟକ୍ରମରେ ବ୍ୟାପକ ଅବ୍ୟବସ୍ଥା ନେଇ ମଙ୍ଗଳବାର ଦିନ ସାଧାରଣରେ ତୀବ୍ର ଜନ ଅସନ୍ତୋଷ ଦେଖା ଦେଇଥିଲା । ପ୍ରାଥମିକତା ଭିତ୍ତିରେ ସହରାଞ୍ଚଳରେ ରହୁଥିବା ଲୋକଙ୍କୁ ୨ ୟ ଡୋଜ ଟୀକା ଦିଆନଯାଇ ଟୀକାକରଣ ଦାୟିତ୍ୱରେ ଥିବା ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଗତ ଶନିବାର ଠାରୁ ନିର୍ଦ୍ଦିଷ୍ଟ ପଞ୍ଚାୟତ ଅଧୀନ କିଛି ଗ୍ରାମର ଲୋକଙ୍କୁ ୨ୟ ଡୋଜ୍ ଟୀକା ଦେଇଥିବା ନେଇ ସାଙ୍ଘାତିକ ଅଭିଯୋଗ ହୋଇଛି । ଏପରିକି କିଛି ନିର୍ଦ୍ଧିଷ୍ଟ ସ୍ବାସ୍ଥ୍ୟ କର୍ମଚାରୀ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ବିଭିନ୍ନ ଗ୍ରାମରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କୁ ଡକାଇ ୨ୟ ଡୋଜ୍ ଟୀକା ପ୍ରଦାନ କରିଥିବା ନଜିର ରହିଛି । ଏହି ସମସ୍ତ ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ସମ୍ପୃକ୍ତ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦିଗପହଣ୍ଡି ବିକାଶ ପରିଷଦର ସଭାପତି ତଥା ସ୍ଥାନୀୟ ଓକିଲ ସଂଘର ପ୍ରାକ୍ତନ ସମ୍ପାଦକ ଅଶେଷ ନାଥ ମିଶ୍ର ଦାବୀ କରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ , ରାଜ୍ୟ ସ୍ବାସ୍ଥ୍ୟ ସଚିବ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ଟ୍ଵୀଟ କରିଥିବା କହିଛନ୍ତି । ବ୍ୟବସ୍ଥିତ ଢଙ୍ଗରେ ଟୀକା କରଣ କରାଯିବା ସହ ଟୀକା କରଣରେ ଚାଲିଥିବା ଅବ୍ୟବସ୍ଥାରେ ସୁଧାର ନ ଆସିଲେ ଆବଶ୍ୟକ ହେଲେ ଜନ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ମଙ୍ଗଳବାର ଦିଗପହଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସହର ସମେତ ଆଖପାଖ ଗ୍ରାମ ମାନଙ୍କରୁ ୨ ୟ ଡୋଜ ଟୀକା ନେବାକୁ ୨ ଶହ ରୁ ଉର୍ଦ୍ଧ୍ବ ବୟସ୍କ ମହିଳା ଓ ପୁରୁଷ ଆସିଥିଲେ । ବହୁ ସମୟ ଧରି ଭୋକ ଓପାସରେ ଅପେକ୍ଷା କରିବା ପରେ ଶେଷରେ ନିରାଶରେ ଫେରିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମିଳିଲାନି କୋଭିଡ୍ ଭତ୍ତା , ସେବା ଯୋଗାଉଛନ୍ତି ଆର ବି ଏସ କେ ଆୟୁଷ ଡାକ୍ତର

ମିଳିଲାନି କୋଭିଡ୍ ଭତ୍ତା , ସେବା ଯୋଗାଉଛନ୍ତି ଆର ବି ଏସ କେ ଆୟୁଷ ଡାକ୍ତର

Read More...

କରୋନା ଭୟରେ ରୋଗାକ୍ରାନ୍ତ ବୃଦ୍ଧଙ୍କୁ ମିଳିଲାନି ଚାରିକାନ୍ଧ : ଅନ୍ତିମ ସଂସ୍କାର କଲେ କର୍ମଚାରୀ

କରୋନା ଭୟରେ ରୋଗାକ୍ରାନ୍ତ ବୃଦ୍ଧଙ୍କୁ ମିଳିଲାନି ଚାରିକାନ୍ଧ : ଅନ୍ତିମ ସଂସ୍କାର କଲେ କର୍ମଚାରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: