ଦିଗପହଣ୍ଡିରେ ରାଜସ୍ବ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ ଦେଲେ ତହସିଲଦାର

May 13, 2021, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ରାଜସ୍ବ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ ଦେଲେ ତହସିଲଦାର
Kiran Behera
[ Reporter,Digapahandi ]
Bhagyaprabha News Bureau
May 13, 2021

ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ କରୋନା ମହାମାରୀ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ଲକଡାଉନ ଓ ସଟଡାଉନ ଭଳି କଟକଣା ଜାରି ରହିଛି । ଯାହାଫଳରେ ଜନସାଧାରଣଙ୍କୁ ସରକାରୀ କାର୍ଯ୍ୟାଳୟକୁ ଯିବା ପାଇଁ ବାରଣ କରାଯାଇଥିବା ଜଣାପଡ଼ିଛି । ତେବେ ଲୋକଙ୍କ ଅସୁବିଧାକୁ ଦୂର କରିବା ଏବଂ ଜମିଜମା ଓ ଅନ୍ୟ ରାଜସ୍ୱ ସଂପର୍କିତ ସମସ୍ତ କାର୍ଯ୍ୟ ସୁବିଧାରେ ଯୋଗାଇଦେବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ ଜରିଆରେ ରାଜସ୍ବ ରଥ କାର୍ଯ୍ୟକ୍ରମକୁ ଆୟୋଜନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଦିନ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ସ୍ଥାନୀୟ ତହସିଲଦାର ଅଦ୍ଵୈତ କୁମାର ସ୍ବାଇଁ ଏହି ରାଜସ୍ବ ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପୂର୍ବରୁ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ମାଧ୍ୟମରେ ତହସିଲ ସମ୍ପର୍କିତ ସମସ୍ତ ସରକାରୀ ସେବା ଲୋକଙ୍କୁ ଦିଆଯାଉଥିଲା କିନ୍ତୁ ବର୍ତ୍ତମାନ କରୋନା କଟକଣା ଯୋଗୁଁ ଲୋକଙ୍କ ଘରକୁ ଘର ଯାଇ ବିଭିନ୍ନ ସମସ୍ୟା ବୁଝିବା ନିମନ୍ତେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ଦିନରେ ଦିଗପହଣ୍ଡି ବ୍ଲକର ଆଙ୍କୋରଡା ପଞ୍ଚାୟତର ଆଙ୍କୋରଡା , ରାଜପୁର ଓ ଚାଞ୍ଚଡାପଲ୍ଲୀ ଏବଂ କୁଶପଡା ପଞ୍ଚାୟତର ପତାଣ୍ଡ ଗ୍ରାମରେ ସର୍ବମୋଟ ୨୪ ଗୋଟି ପଟ୍ଟା ଓ ୩ ଟି ପ୍ରମାଣପତ୍ର ବଣ୍ଟନ କରି ଫେରିଥିବା ଜଣାପଡିଛି । ଏନେଇ ଏହି ରଥ ଜନସାଧାରଣଙ୍କ ଆବଶ୍ୟକତା ଅନୁସାରେ ଚଳିତ ମାସରେ ଦିଗପହଣ୍ଡି ତହସିଲ ଅଧିନସ୍ଥ ସମସ୍ତ ପଞ୍ଚାୟତରେ ସେମାନଙ୍କ ଘର ନିକଟକୁ ଯାଇ ଘରବାରୀ ପଟ୍ଟା , ଗ୍ରାମକଣ୍ଟକ , ମ୍ଯୁଟେସନ , ଇପାଉଚି , ଜାତିଗତ ପ୍ରମାଣପତ୍ର , ବାସିନ୍ଦା ପ୍ରମାଣପତ୍ର , ଆୟ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ସ୍ବାଇଁ କହିଛନ୍ତି । ଏହି ଶୁଭାରମ୍ଭ ସମୟରେ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା ସମେତ ସୁପରଭାଇଜର ଚିତ୍ରସେନ ଦଳାଇ , ରାଜସ୍ବ ନିରୀକ୍ଷକ ଅକ୍ଷୟ କୁମାର ମଲ୍ଲିକ ଏବଂ ସମସ୍ତ ତହସିଲ କର୍ମଚାରୀ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଡାମାରୀରେ ରାଜସ୍ବ ରଥ ଶୁଭାରମ୍ଭ କରିବା ସହ ପଟ୍ଟା ବଣ୍ଟନ କଲେ ସାନଖେମୁଣ୍ଡି ତହସିଲଦାର

ପୋଡାମାରୀରେ ରାଜସ୍ବ ରଥ ଶୁଭାରମ୍ଭ କରିବା ସହ ପଟ୍ଟା ବଣ୍ଟନ କଲେ ସାନଖେମୁଣ୍ଡି ତହସିଲଦାର

Read More...

ବାହାଘର ଭୋଜି କରି ଜୋରିମାନା ଗଣିଲେ ଆୟୋଜକ : ଭଲିବଲ ଓ କବାଡି ମ୍ୟାଚ୍ ଉପରେ ଚଢ଼ାଉ

ବାହାଘର ଭୋଜି କରି ଜୋରିମାନା ଗଣିଲେ ଆୟୋଜକ : ଭଲିବଲ ଓ କବାଡି ମ୍ୟାଚ୍ ଉପରେ ଚଢ଼ାଉ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: