କୁକୁଡାଖଣ୍ଡି ତହସିଲ ପକ୍ଷରୁ ଆରମ୍ଭ ହେଲା ରାଜସ୍ବ ରଥ

May 13, 2021, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
କୁକୁଡାଖଣ୍ଡି ତହସିଲ ପକ୍ଷରୁ ଆରମ୍ଭ ହେଲା ରାଜସ୍ବ ରଥ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 13, 2021

ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ତଥା ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ କୀର୍ତ୍ତି ବାସନ୍ ଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ଼ ମହାମାରୀ ସମୟରେ ଜନସାଧାରଣଙ୍କ ହାତପାଆନ୍ତାରେ ବିଭିନ୍ନ ରାଜସ୍ବ ସେବା ଯୋଗାଇଦେବାକୁ ଆଜି କୁକୁଡାଖଣ୍ଡି ତହସିଲ ପକ୍ଷରୁ ରାଜସ୍ବ ରଥ ଆରମ୍ଭ ହୋଇଛି। ବାଇଶିଟି ପଞ୍ଚାୟତ ବିଶିଷ୍ଟ ଏହି ତହସିଲରେ ଆସନ୍ତା ୩୧ତାରିଖ ଯାଏଁ ଏହି ରଥ ବିଭିନ୍ନ ଗ୍ରାମ ପରିକ୍ରମା କରିବାର ଯୋଜନା ରହିଛି। ପ୍ରଥମ ଦିନରେ ରାଜସ୍ୱ ରଥ ମାଧ୍ୟମରେ ଦକ୍ଷିଣପୁର ଏବଂ ଲାଞ୍ଜିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଗାଁ ବୁଲି କିସମ ପରିବର୍ତ୍ତନ ପଟ୍ଟା ଏବଂ ଆୟ, ଜାତି ତଥା ଉତ୍ତରାଧିକାରୀ ପ୍ରମାଣପତ୍ର ଲୋକଙ୍କ ଦ୍ୱାରମୁହଁରେ ଯୋଗାଇଦିଆଯାଇଥିଲା। ରାଜସ୍ବ ରଥକୁ ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ ଏବଂ ଅତିରିକ୍ତ ତହସିଲଦାର ଗୋଲୋକ ବିହାରୀ ସାହାଣୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦୁଇ ରାଜସ୍ୱ ପରିଦର୍ଶକ ସୁବାସ ଚନ୍ଦ୍ର ନାୟକ ଏବଂ ପ୍ରଭାକର ଗୌଡ଼, ତହସିଲ ରେକର୍ଡ କିପର୍ ଉମାକାନ୍ତ ବେହେରା, ଦକ୍ଷିଣପୁର ରାଜସ୍ବ ନିରୀକ୍ଷକ ସଙ୍ଗୀତା କୁମାରୀଙ୍କ ସମେତ କୁକୁଡାଖଣ୍ଡି ରାଜସ୍ବ ନିରୀକ୍ଷକ ନାରାୟଣ କାର୍ଜୀ ଏବଂ କୃପାସିନ୍ଧୁପୁର ରାଜସ୍ୱ ନିରୀକ୍ଷକ ବନିତା ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ଶ୍ରୀ କୀର୍ତ୍ତି ବାସନଙ୍କ ପରାମର୍ଶ କ୍ରମେ କୁକୁଡାଖଣ୍ଡି ତହସିଲ ପ୍ରଶାସନ ପକ୍ଷରୁ କୋଭିଡ଼ ସଚେତନତା ବାର୍ତ୍ତା ପ୍ରଚାର ସହ କେତେକ ସ୍ଥାନରେ ମାସ୍କ୍ ବଣ୍ଟନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ରାଜସ୍ୱ ରଥ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ୱାଗତ କରିବା ସହ ଏହାକୁ ଅନ୍ୟ ଜିଲ୍ଲାରେ ପ୍ରୟୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲକଡାଉନ ସମୟରେ ଉନ୍ନୟନ କାର୍ଯ୍ୟ ବନ୍ଦ ହେବ ନାହିଁ - ଜ଼ିଲ୍ଲାପାଳ

ଲକଡାଉନ ସମୟରେ ଉନ୍ନୟନ କାର୍ଯ୍ୟ ବନ୍ଦ ହେବ ନାହିଁ - ଜ଼ିଲ୍ଲାପାଳ

Read More...

ଦୁର୍ଗମ ଜଙ୍ଗଲରେ ପ୍ରଶାସନ , ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ : ମଦପୋଚ ନଷ୍ଟ କରାଯିବା ସହ ସାମଗ୍ରୀ ଜବତ

ଦୁର୍ଗମ ଜଙ୍ଗଲରେ ପ୍ରଶାସନ , ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ : ମଦପୋଚ ନଷ୍ଟ କରାଯିବା ସହ ସାମଗ୍ରୀ ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: