ଗୁଣିଆ ସନ୍ଦେହରେ ଯୁବକଙ୍କୁ ପଥରରେ ଆକ୍ରମଣ ଅଭିଯୋଗ : ଥାନାରେ ଏତଲା

May 15, 2021, ଅପରାଧ, ଗଞ୍ଜାମ, Kiran Behera
ଗୁଣିଆ ସନ୍ଦେହରେ ଯୁବକଙ୍କୁ ପଥରରେ ଆକ୍ରମଣ ଅଭିଯୋଗ : ଥାନାରେ ଏତଲା
Kiran Behera
[ Reporter,Digapahandi ]
Bhagyaprabha News Bureau
May 15, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କେ. ନୂଆଗାଁ ଥାନା ଅର୍ନ୍ତଗତ ବମକୋଇ ପଞ୍ଚାୟତ ରାଇଗୁଡା ଗ୍ରାମରେ ଶନିବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ଟୁନା ପାଇକ (୨୮) ନାମକ ଜଣେ ଯୁବକକୁ ଗୁଣିଗାରେଡି କରୁଥିବା ସନ୍ଦେହରେ ଉକ୍ତ ଗ୍ରାମର ମନୁ ନାୟକ ଓ ବିଚ୍ଛନ ଦଳାଇ ନାମକ ଦୁଇ ଯୁବକ ପଥରରେ ଆକ୍ରମଣ କରିଥିବା ନେଇ ଟୁନା କେ . ନୂଆଗାଁ ଥାନାରେ ଏତଲା ଦେଇଥିବା ଜଣାପଡିଛି । ଖବରନୁଯାୟୀ , ବମକୋଇ ଗ୍ରାମ ଠାରୁ ୮ କିଲୋମିଟର ଦୂରରେ ଅବସ୍ଥିତ ଆଦିବାସୀ ଗ୍ରାମରେ ଟୁନା ଦୀର୍ଘ ଦଶବର୍ଷ ଧରି ଗ୍ରାମରେ ନୃସିଂହଙ୍କ ପୂଜାର୍ଚ୍ଚନା କରି ଆସୁଅଛି । ତେବେ ଶନିବାର ସକାଳ ୭ ଘଣ୍ଟା ସମୟରେ ଗ୍ରାମର ଏକ କୂପରେ ଗାଧୋଇବା ସମୟରେ ଉଭୟ ମନୁ ଓ ବିଚ୍ଛନ ପାଖକୁ ଆସି କାରଣ ବୁଝିବା ପୂର୍ବରୁ ବଡ଼ବଡ଼ ପଥର ସାହାଯ୍ୟରେ ଆକ୍ରମଣ କରି ସେଠାରୁ ଚାଲିଯିବା ସହ ଧମକ ଦେଇଥିଲେ । ଏପରିକି ଟୁନାର ମୁଣ୍ଡ ଓ ଶରୀରରେ ଆଘାତ ମଧ୍ୟ ଲାଗିଥିବା ଅଭିଯୋଗ ହୋଇଛି । ଏନେଇ ଟୁନା ପ୍ରଥମେ ବମକୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଚିକିତ୍ସା କରାଇବା ପରେ ନୂଆପଡ଼ା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ । ଟୁନାଙ୍କ ଲିଖିତ ଅଭିଯୋଗକୁ ଭିତ୍ତିକରି କେ . ନୂଆଗାଁ ଥାନା ପୋଲିସ ଅଭିଯୁକ୍ତ ଦ୍ବୟଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସଟଡାଉନ ନିୟମକୁ ବେଖାତିର କରି ତଣ୍ଡ ଗଣିଲେ ଅମାନିଆ : ଦିଗପହଣ୍ଡି ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି

ସଟଡାଉନ ନିୟମକୁ ବେଖାତିର କରି ତଣ୍ଡ ଗଣିଲେ ଅମାନିଆ : ଦିଗପହଣ୍ଡି ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥା କଡାକଡି

Read More...

ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସାହି ସ୍ତରୀୟ କୋଭିଡ ସଚେତନ କାର୍ଯ୍ୟକ୍ରମ

ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସାହି ସ୍ତରୀୟ କୋଭିଡ ସଚେତନ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: