ଗ୍ରାମାଞ୍ଚଳରେ ଲକଡାଉନ ଓ ସଟଡାଉନ କଟକଣାକୁ ଅବମାନନା କରୁଛନ୍ତି ବ୍ୟବସାୟୀ

May 17, 2021, ଓଡ଼ିଶା, ଗଞ୍ଜାମ, Kiran Behera
ଗ୍ରାମାଞ୍ଚଳରେ ଲକଡାଉନ ଓ ସଟଡାଉନ କଟକଣାକୁ ଅବମାନନା କରୁଛନ୍ତି ବ୍ୟବସାୟୀ
Kiran Behera
[ Reporter,Digapahandi ]
Bhagyaprabha News Bureau
May 17, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ କରୋନା କଟକଣା ଲକଡାଉନ ଓ ସଟଡାଉନକୁ ବ୍ଯବସାୟୀ ମାନେ ଖୋଲାଖୋଲି ଭାବେ ଉଲଘଂନ କରି ଜୋରିମାନା ଗଢ଼ିବାକୁ ବାଧ୍ୟ ହେଉଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ରବିବାର ଓ ସୋମବାର ଦିନ ଦିଗପହଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ଚଢାଉ କରି ବେଆଇନ ଭାବେ ଦୋକାନ ଖୋଲି ବ୍ଯବସାୟ କରୁଥିବା ଉଲଘଂନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୋକାନ ବନ୍ଦ କରିଥିବା ବେଳେ ଜୋରିମାନା ମଧ୍ୟ ଆଦାୟ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , କରୋନାର କରାଳ ରୂପ ବର୍ତ୍ତମାନ ଭୟଙ୍କର ଦିଗରେ ବୃଦ୍ଧି ପାଉଥିବା ବେଳେ ସଂକ୍ରମଣ ହାର ହ୍ରାସ କରିବା ଦୃଷ୍ଟିରୁ ରାଜ୍ୟ ସରକାର ସପ୍ତାହନ୍ତ ସଟଡାଉନ ଓ ଲକଡାଉନ କଟକଣା ଜାରି କରିଥିବା ବେଳେ ଏହାକୁ ଅବମାନନା କରୁଛନ୍ତି ଖୋଦ୍ ବ୍ଯବସାୟୀ । କିନ୍ତୁ ଏହି କୋଭିଡ ଖିଲାଫକାରୀଙ୍କୁ ତୀକ୍ଷଣ ନଜରରେ ରଖିଛନ୍ତି ଦିଗପହଣ୍ଡି ତହସିଲଦାର ଅଦୈତ କୁମାର ସ୍ୱାଇଁ । ଏହି ପରିପ୍ରେକ୍ଷୀରେ ରବିବାର ସଟଡାଉନ ରହିଥିବା ବେଳେ ବ୍ଳକର କରପଡା ପଞ୍ଚାୟତର ହାତୀବାଡି ଗ୍ରାମରେ ତହସିଲଦାର ଶ୍ରୀ ସ୍ବାଇଁ ସମେତ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା , ରାଜସ୍ବ ନିରୀକ୍ଷକ ଅକ୍ଷୟ କୁମାର ମଲ୍ଲିକ , ସୁପରଭାଇଜର ଚିତ୍ରସେନ ଦଳାଇ ସମେତ ଅନ୍ୟ କର୍ମଚାରୀ ଏକ ଫାଷ୍ଟଫୁଡ ଓ ରାସନ୍ ଦୋକାନ ଗୃହ ଏବଂ ଦିଗପହଣ୍ଡି ବସଷ୍ଟାଣ୍ଡରେ ରହିଥିବା ମିଷ୍ଟାନ୍ନ ଦୋକାନ ଓ କଇଠଡା ଗ୍ରାମର ରାସନ୍ ଦୋକାନ ଉପରେ ଚଢ଼ାଉ କରିବା ସହ ଦୋକାନ ବନ୍ଦ କରିଥିଲେ । ଏପରିକି କିଛି ବ୍ଯବସାୟୀ ଠାରୁ ଜୋରିମାନା ମଧ୍ୟ ଆଦାୟ କରିଥିଲେ । ସେହିପରି ସୋମବାର ସକାଳୁ ଲକଡାଉନ କଟକଣା ନିୟମ ଉଲଘଂନ କରି ଭୀଷ୍ମଗିରି ଗ୍ରାମରେ ଏକ ହୋଟେଲ ଓ ସେଲୁନ ଗୃହକୁ ସିଲ୍ କରାଯାଇଥିବା ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଛ ଜାଲରେ ଫସିଲା ଗୋମୁହା କୁମ୍ଭୀର : ବନବିଭାଗ ପକ୍ଷରୁ ଉଦ୍ଧାର ପରେ ଘୋଡାହଡ ଡ୍ୟାମରେ ଛଡାଗଲା

ମାଛ ଜାଲରେ ଫସିଲା ଗୋମୁହା କୁମ୍ଭୀର : ବନବିଭାଗ ପକ୍ଷରୁ ଉଦ୍ଧାର ପରେ ଘୋଡାହଡ ଡ୍ୟାମରେ ଛଡାଗଲା

Read More...

ମୌଳାଭଞ୍ଜା ପଞ୍ଚାୟତରେ ପହଞ୍ଚିଲା ରାଜସ୍ବ ରଥ : ୪୪ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

ମୌଳାଭଞ୍ଜା ପଞ୍ଚାୟତରେ ପହଞ୍ଚିଲା ରାଜସ୍ବ ରଥ : ୪୪ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: