ଦୀର୍ଘଦିନ ପରେ ଦୁଷ୍ମନ୍ତ ହତ୍ୟା ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

May 19, 2021, ଅପରାଧ, ଗଞ୍ଜାମ, Kiran Behera
ଦୀର୍ଘଦିନ ପରେ ଦୁଷ୍ମନ୍ତ ହତ୍ୟା ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
May 19, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ପଞ୍ଚାୟତ ନୂଆ ଅନନ୍ତେଇ ଗ୍ରାମ ଦୁଷ୍ମନ୍ତ ହତ୍ୟା ମାମଲାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ଦିଗପହଣ୍ଡି ପୋଲିସକୁ ଏକ ପ୍ରକାର ସଫଳତା ବୋଲି ଜଣାପଡିଛି । ପୂର୍ବରୁ ଏହି ମାମଲାରେ ଦିଗପହଣ୍ଡି ପୋଲିସ ୮ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏନେଇ ବୁଧବାର ଦିନ ନୂଆ ଅନନ୍ତେଇ ଗ୍ରାମର ବୀଣା ସେଠୀଙ୍କ ପୁଅ ଅମି ସେଠୀଙ୍କୁ (୩୨) ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ମିଳିପାରିଛି । ଖବରନୁଯାୟୀ , ଗତ ଫେବୃଆରୀ ୨୮ ତାରିଖ ବିଳମ୍ବିତ ରାତିରେ ସିଗାରେଟ ବାକିକୁ କେନ୍ଦ୍ର କରି ଗ୍ରାମର ଦୁଷ୍ମନ୍ତ ଚୌଧୁରୀ ଓ ତାଙ୍କ ପରିବାରକୁ ୧୧ ଜଣ ସଂଘବଦ୍ଧ ଭାବେ ଢେଲାପଥର ମାଡ଼ ମାରିବା ସହ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରେ ଦୁଷ୍ମନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ସକୁନ୍ତଳା ଚୌଧୁରୀ , ବଡ଼ ଭଉଣୀ ସୈାଦାମିନୀ ଚୌଧୁରୀ ଏବଂ ଭାଇ ବିକ୍ରମ ଚୌଧୁରୀ ଆହତ ହୋଇଥିଲେ । ଏହାପରେ ଗ୍ରାମ ଲୋକଙ୍କ ଦ୍ୱାରା ସମସ୍ତଙ୍କୁ ଗୁରୁତର ଅବସ୍ଥାରୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଉପସ୍ଥିତ ଡାକ୍ତର ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାପରେ ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ଓ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ପହଞ୍ଚି ଅଭିଯୁକ୍ତ ମାନଙ୍କ ବିରୋଧରେ ଥାନା ମାମଲା ୨୬/୨୦୨୧ ଦଫା ୧୪୭/୧୪୮/୩୨୩/୩୩୬/୪୫୦/୩୦୨/୧୪୯ ଆଇପିସି ଧାରା ଅନୁସାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା । ଦିଗପହଣ୍ଡି ପୋଲିସ ପୂର୍ବରୁ ୭ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଗତ ଏକମାସ ତଳେ ଅଭିଯୁକ୍ତ ସୁନୀଲକୁ ଗିରଫ କରିଥିଲା । ତେବେ ବୁଧବାର ଦିନ ଅଭିଯୁକ୍ତ ଅମିକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା ମଧ୍ୟ ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଟିନଡାରେ ଘରେ ପଶି ଭଙ୍ଗାରୁଜା ସହ ଯୁବକକୁ ଆକ୍ରମଣ ମାମଲାରେ ୫ ଅଭିଯୁକ୍ତ ଗିରଫ

କୋଟିନଡାରେ ଘରେ ପଶି ଭଙ୍ଗାରୁଜା ସହ ଯୁବକକୁ ଆକ୍ରମଣ ମାମଲାରେ ୫ ଅଭିଯୁକ୍ତ ଗିରଫ

Read More...

ନିଜସ୍ୱ ଖର୍ଚ୍ଚରେ ଶ୍ରମିକ ଓ ଅସହାୟଙ୍କୁ ମାସ୍କ ବଣ୍ଟନ କଲେ ଅଙ୍ଗନୱାଡ଼ି କର୍ମୀ

ନିଜସ୍ୱ ଖର୍ଚ୍ଚରେ ଶ୍ରମିକ ଓ ଅସହାୟଙ୍କୁ ମାସ୍କ ବଣ୍ଟନ କଲେ ଅଙ୍ଗନୱାଡ଼ି କର୍ମୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: