ପଞ୍ଚାୟତବାସୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

May 20, 2021, ବିଶେଷ, ଗଞ୍ଜାମ, Kiran Behera
ପଞ୍ଚାୟତବାସୀଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
May 20, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗୁରୁବାର ଦିନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗ୍ରାମାଞ୍ଚଳ ମାନଙ୍କରେ ଲୋକମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବର୍ତ୍ତମାନ କରୋନା ମହାମାରୀରେ ଲୋକମାନେ ଜ୍ବରରେ ପୀଡିତ ହେଲେ ମଧ୍ୟ କରୋନା ଭୟରେ ନା କରୁଛନ୍ତି କୋଭିଡ ଟେଷ୍ଟ ନା ନେଉଛନ୍ତି ଡାକ୍ତରଙ୍କ ପରାମର୍ଶ । ଏପରିକି ଔଷଧ ସେବନ କରି ଘରେ ରହିଥାନ୍ତି । ପରବର୍ତ୍ତୀ ସମୟରେ ଅମ୍ଳଜାନ ଅଭାବ ହେତୁ ମୃତ୍ୟୁବରଣ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୨ ତାରିଖ ଠାରୁ ୩ ମାସ ଧରି ଗ୍ରାମାଞ୍ଚଳ ମାନଙ୍କରେ ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଓ ଅମ୍ଳଜାନ ସ୍ତର ଯାଞ୍ଚ କିପରି କରାଯିବ ତାହା ବୈଠକରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଶନିବାର ଠାରୁ ପଦ୍ମନାଭପୁୁର ପଞ୍ଚାୟତରେ ସ୍ବାସ୍ଥ୍ୟ କର୍ମଚାରୀ , ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ କର୍ମୀମାନେ ବିଭିନ୍ନ ଗ୍ରାମକୁ ଯାଇ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଇବା ସହ ସେମାନଙ୍କ ସ୍ବାସ୍ଥ୍ୟ ଓ ଅମ୍ଳଜାନ ସ୍ତର ଯାଞ୍ଚ କରିପାରିବେ ବୋଲି ସରପଞ୍ଚ ଶ୍ରୀ ସୁବୁଦ୍ଧି ମତପ୍ରକାଶ କରିଛନ୍ତି । ଏହି ସମୟରେ ସମିତି ସଭ୍ୟ ସୁଶାନ୍ତ ସେଠୀ , ନାଏବ ସରପଞ୍ଚ ପ୍ରତିନିଧି ମନୋଜ ଚୌଧୁରୀ , ସ୍ବାସ୍ଥ୍ୟ ବିଭାଗ ସୁପରଭାଇଜର ଗଣେଶ ଭୂୟାଁ , ଏଏନଏମ ଭାଗ୍ଯଲତା ଦୋରା ସମେତ ଗାଁ କଲ୍ୟାଣ ସମିତି ସଭ୍ୟ , ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ ଓ ୱାର୍ଡସଭ୍ୟ/ ସଭ୍ୟା ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟଦେଇ ମାନବିକତା ଦେଖାଇଲେ ମହିଳା ସରପଞ୍ଚ

ବୁଲା ପଶୁପକ୍ଷୀଙ୍କୁ ଖାଦ୍ୟଦେଇ ମାନବିକତା ଦେଖାଇଲେ ମହିଳା ସରପଞ୍ଚ

Read More...

ଦିଗପହଣ୍ଡି ସହରରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଓ ଅମ୍ଳଜାନ ସ୍ତର ଯାଞ୍ଚ

ଦିଗପହଣ୍ଡି ସହରରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଓ ଅମ୍ଳଜାନ ସ୍ତର ଯାଞ୍ଚ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: