କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ସିଇସିର ଚୂଡାନ୍ତ ବୈଠକ

March 21, 2019, ରାଜନୀତି, , Bhagyaprabha News Bureau
କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ସିଇସିର ଚୂଡାନ୍ତ ବୈଠକ
Bhagyaprabha News Bureau
March 21, 2019

ଆସନ୍ତା କାଲି କଂଗ୍ରେସ ପ୍ରାର୍ଥୀ ତାଲିକା ଉପରେ ସିଇସିର ଚୂଡାନ୍ତ ବୈଠକ ବସିବା । କଂଗ୍ରେସ ଦ୍ବାରା ଘୋଷିତ ପ୍ରାର୍ଥୀ ତାଲିକା ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ଗମ୍ଭୀରତାର ସହିତ ନେଇଛି ସିଇସି। ଆଗାମୀ ଦିନରେ ଏଭଳି ଅସନ୍ତୋଷ ଓ ପ୍ରାର୍ଥୀ ଚୟନରେ ଯେପରି ହଟଚମଟ ନ ହୁଏ, ସେଥିପ୍ରତି ଧ୍ୟାନଦେବ କମିଟି । ସିପିଆଇ, ସିପିଆଇ(ଏମ୍) ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ସହିତ କଂଗ୍ରେସ ଦଳର ଆସନ ବୁଝାମଣା ହୋଇଛି। ତେବେ ସେହି ଦଳମାନଙ୍କୁ କଂଗ୍ରେସ କେତେସଂଖ୍ୟକ ଲୋକସଭା ଓ ବିଧାନସଭା ଆସନ ଛାଡ଼ିବ, ସେ ସଂପର୍କରେ ନିଷ୍ପତ୍ତି ନିଆଯିବ। ୩ଟି ଲୋକସଭା ଯଥା: ଆସ୍କା, ଭୁବନେଶ୍ବର ଓ ମୟୂରଭଞ୍ଜ ଆସନ ଯଥାକ୍ରମେ ସିପିଆଇ, ସିପିଆଇ(ଏମ୍) ଓ ଝାଡ଼ଖଣ୍ଡ ମୁକ୍ତିିମୋର୍ଚାକୁ ଛାଡ଼ିଦେବା ଏକପ୍ରକାର ଚୂଡ଼ାନ୍ତ।୧୦ଟି ବିଧାନସଭା ଆସନ ଛାଡ଼ିବାକୁ କଂଗ୍ରେସ ନେତାମାନେ ଚିନ୍ତା କରୁଛନ୍ତି।କିନ୍ତୁ ସହଯୋଗୀମାନେ ଅଧିକ ଆସନ ଦାବି କରୁଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କୁ ପ୍ରାର୍ଥୀ ଚୟନରେ ସେତେଟା ଗୁରୁତ୍ବ ଦିଆଯାଇନଥିବା ଦଳୀୟ ନେତାମାନେ ଅନୁଭବ କରୁଛନ୍ତିି। ସିଇସି ବୈଠକରେ ଏହି ପ୍ରସଙ୍ଗକୁ ଗୁରତ୍ବ ଦିଆଯିବ ବୋଲି ସ୍ଥିର ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୧୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଦଳ ବଡ଼ ବିପର୍ଯ୍ୟୟର ସାମ୍ନା କରିଥିଲା। ଫଳରେ ଫଳାଫଳ ବିଗିଡ଼ି ଯାଇଥିଲା। ଏଥର ଓଡ଼ିଶା ଉପରେ ଧ୍ୟାନକେନ୍ଦ୍ରିତ କରିଛି ଏଆଇସିସି। ସିଇସି ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇ ଘୋଷଣା ହେବା ପରେ ରାହୁଲ ପୁଣି ଓଡ଼ିଶାରେ ନିର୍ବାଚନ ପ୍ରଚାର ବ୍ୟାପକ କରିବେ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରଲୋକରେ ଦାମୋଦର ରାଉତଙ୍କ ପତ୍ନୀ ସେହ୍ନଲତା

ପରଲୋକରେ ଦାମୋଦର ରାଉତଙ୍କ ପତ୍ନୀ ସେହ୍ନଲତା

Read More...

ପିଜୁଳି ଖାଇବା ଦ୍ବାରା କି କି ଉପକାର ମିଳିଥାଏ ଆସନ୍ତୁ ଜାଣିବା।

ପିଜୁଳି ଖାଇବା ଦ୍ବାରା କି କି ଉପକାର ମିଳିଥାଏ ଆସନ୍ତୁ ଜାଣିବା।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: