ମିଲିଟାରି-ଷ୍ଟାଇଲ୍‌ ସେମି-ଅଟୋମେଟିକ୍‌ ଏବଂ ଆସଲ୍‌ଟ୍‌ ରାଇଫଲ୍‌ ନିଷିଦ୍ଧ କରାଯିବ : ଜେସିଣ୍ଡା ଆର୍ଡେର୍ଣ୍ଣ

March 21, 2019, ଦେଶଦୁନିଆ, , Bhagyaprabha News Bureau
ମିଲିଟାରି-ଷ୍ଟାଇଲ୍‌ ସେମି-ଅଟୋମେଟିକ୍‌ ଏବଂ ଆସଲ୍‌ଟ୍‌ ରାଇଫଲ୍‌ ନିଷିଦ୍ଧ କରାଯିବ : ଜେସିଣ୍ଡା ଆର୍ଡେର୍ଣ୍ଣ
Bhagyaprabha News Bureau
March 21, 2019

ଅଳ୍ପ କିଛି ଦିନ ତଳେ ଦୁଇଟି ମସ୍‌ଜିଦ୍‌ରେ ଗୁଳିକାଣ୍ଡ ପରେ ତୁରନ୍ତ ସବୁ ପ୍ରକାର ଆସଲ୍‌ଟ୍‌ ଓ ସେମି-ଅଟୋମେଟିକ୍‌ ରାଇଫଲ୍‌ ନିଷେଧ କରିବାକୁ ନ୍ୟୁଜିଲାଣ୍ଡ୍‌ ଏକ ଯୋଜନା ପ୍ରସ୍ତୁତ କରିଥିବା କଥା ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେର୍ଣ୍ଣ କହିଛନ୍ତି।ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ଆର୍ଡେର୍ଣ୍ଣ କହି ଛନ୍ତି, କଠୋରତମ ନୂତନ ବନ୍ଧୁକ ଆଇନ୍‌ ଅନୁସାରେ ମିଲିଟାରି-ଷ୍ଟାଇଲ୍‌ ସେମି-ଅଟୋମେଟିକ୍‌ ଏବଂ ଆସଲ୍‌ଟ୍‌ ରାଇଫଲ୍‌ ନିଷିଦ୍ଧ କରାଯିବ।
ସେ ଆହୁରି କହିଛନ୍ତି କି, ରାଇଫଲ୍‌ଗୁଡ଼ିକୁ ଅଧିକ ଗୁଳି ଫୁଟାଇବାରେ ସହାୟକ ହେଉଥିବା ମାଗାଜିନ୍‌ ଓ ବମ୍ପ୍‌ ଷ୍ଟକ୍‌ଗୁଡ଼ିକୁ ମଧ୍ୟ ନିଷିଦ୍ଧ କରାଯିବ।ଏପ୍ରିଲ୍‌ ୧୧ ତାରିଖ ସୁଦ୍ଧା ନୂତନ ଆଇନ ପ୍ରଚଳନ କରାଯିବ ବୋଲି ତାଙ୍କର ଆଶା। ନିଷିଦ୍ଧ ଅସ୍ତ୍ରଶସ୍ତ୍ରଗୁଡ଼ିକ ପ୍ରତ୍ୟାହାର ଲାଗି ‘ବାୟବ୍ୟାକ୍‌’ ଯୋଜନା ମଧ୍ୟ କରାଯିବ।ସେ କହିଛନ୍ତି, ଆକ୍ରମଣର ଛଅ ଦିନ ପରେ, ଆମେ ସମସ୍ତ କିସମର ମିଲିଟାରି-ଷ୍ଟାଇଲ୍‌ ସେମି-ଅଟୋମେଟିକ୍‌ସ୍‌ ଏବଂ ଆସଲ୍‌ଟ୍‌ ରାଇଫଲ୍‌ଗୁଡ଼ିକ ନ୍ୟୁଜିଲାଣ୍ଡ୍‌ରେ ନିଷିଦ୍ଧ କରା ଗଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

Read More...

ପରଲୋକରେ ଦାମୋଦର ରାଉତଙ୍କ ପତ୍ନୀ ସେହ୍ନଲତା

ପରଲୋକରେ ଦାମୋଦର ରାଉତଙ୍କ ପତ୍ନୀ ସେହ୍ନଲତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: