ବ୍ରହ୍ମପୁରରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କଳା ଦିବସ ପାଳନ ସହ ବିକ୍ଷୋଭ ପ୍ରଦର୍ଶନ

May 26, 2021, ଓଡ଼ିଶା, ଗଞ୍ଜାମ, Gouri Shankar Mishra
 ବ୍ରହ୍ମପୁରରେ ସଂଯୁକ୍ତ କିଷାନ ମୋର୍ଚ୍ଚାର କଳା ଦିବସ ପାଳନ ସହ ବିକ୍ଷୋଭ ପ୍ରଦର୍ଶନ
Gouri Shankar Mishra
[ Video Journalist ]
Bhagyaprabha News Bureau
May 26, 2021

ଦିଲ୍ଳୀ ସୀମାନ୍ତରେ ଚାଲି ଥୀବା କିଷାନ ଆନ୍ଦୋଳନ ଆଜି 180ଦିନ ଅର୍ଥାତ ୬ ମାସ ପୂର୍ତ୍ତି ହୋଇଥିବାବେଳେ କେନ୍ଦ୍ରରେ ମୋଦି ସରକାରଙ୍କ ଶାସନର 7ବର୍ଷ ପୂର୍ତ୍ତି ଅବସରରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆଜି ଦେଶବ୍ୟାପୀ କଳା ଦିବସପାଳନ ପାଳନ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ବ୍ରହ୍ମପୁର ସ୍ଥିତ କାମାପଲ୍ଲୀ ଛକ ଠାରେ କୋଭିଡ ପ୍ରୋଟୋକଲକୁ ମାନି କଳା ଦିବସପାଳନ କାରାଯାଇ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ଦୀର୍ଘ ୬ ମାସ ଧରି ଦିଲ୍ଳୀ ସୀମାନ୍ତରେ ଚାଲ ଥୀବା ଏହି ସର୍ବବୃହତ ଓ ଶାନ୍ତିପୂର୍ଣ ଆନ୍ଦୋଳନ ରେ ପ୍ରାୟ 470ରୁ ଉର୍ଧ୍ଵ ଚାଷୀ ମୃତ୍ୟୁ ବରଣ କରି ସହୀଦ ହୋଇଛନ୍ତି । ଦେଶର ଅର୍ଣ୍ଣଦାତା ମାନେ ନିଜର ଜୀବନକୁ ବାଜି ଲଗାଇ ଖରା, ବର୍ଷା, ଶୀତ, କାକରରେ ବସି ରହି ଚଳାଇ ଥୀବା ଆନ୍ଦୋଳନ ପ୍ରତି ମୋଦି ସରକାରଙ୍କ ଉଦରବାଦୀ, ଜିଦଖୋର ମନୋଭାବ ପୋଷଣ କରିଥିବାରୁ କିଷାନ ମୋର୍ଚା ଧିକାର ଜଣାଇଛି । କରୋନା ମହାମାରୀର ଦ୍ଵିତୀୟ ଲହରୀରେ ଜନସାଧାରଣ ସମ୍ମୁଖୀନ ହୋଇ ଥୀବା ବେଳେ ସଂକ୍ରମଣ କୁ ମୁକାବିଲା କରିବାରେ ଏବଂ ଜୀବନ ଓ ଜୀବିକାକୁ ସୁରକ୍ଷା ଦେବାରେ ମୋଦି ସରକାର ସମ୍ପୂର୍ଣ ବିଫଳ ହୋଇଛି ବୋଲି ଅଭିଯୋଗ କରାଯାଇଛି । ଏଭଳି ଅସହ୍ୟ ସଙ୍କଟ ଓ ଦୁର୍ଦ୍ଧଶା ବେଳେ କରୋନା ମହାମାରୀ କବଳରୁ ଲୋକଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇଵା ପାଈଁ ଦୃଢ ପଦକ୍ଷେପ ନେବା, ସାର୍ଵଜାନିନ ଟୀକାକରଣ,, ପର୍ଯ୍ୟାପ୍ତ ପରିମାଣର ଅକ୍ସଇଜେନର ଅଭାବ, ଆଇ ସି ୟୁ, ଭେଣ୍ଟିଲେଟର, ହସ୍ପିଟାଲ ବେଡ଼ର ବ୍ୟବସ୍ଥା, ପ୍ରତ୍ୟେକ ପରିବାରକୁ ମାଗଣାରେ ରାସନ କୀଟ ଯୋଗାଇବା, ସ୍ୱାସ୍ଥ୍ୟ ସେବାର ଭିତିଭୂମି ସୁଦୃଢ କରିବା, ନୂତନ ବିଦ୍ୟୁତ ବିଲ 2020କୁ ବାତିଲ , ପେଟ୍ରୋଲ ଓ ଡିଜେଲ, ଗ୍ୟାସର ଦର ହ୍ରାସ , ମନରେଗା ଯୋଜନାରେ ଲୋକଙ୍କୁ କାମ ଓ ଉଚିତ ମଜୁରୀ ପ୍ରଦାନ, ଏମ ଏସ ପି କୁ ଆଇନ ଗତ ମାନ୍ୟତା ପ୍ରଦାନ କରିବା, ସାରର ଦର କମାଇବା ପ୍ରଭୃତି ଦାବିରେ ପ୍ରତିବାଦ କରାଯାଇଥିଲା । କଳା କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏଁ ଆନ୍ଦୋଳନ କୁ ଆଗାମୀ ଦିନରେ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏହି ବିକ୍ଷୋଭରେ ଋଷିକୂଲ୍ୟା ରଇତ ମହାସଭାର ନେତା ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କିଷାନ ମଜଦୁର ସଙ୍ଘ ର ନେତା ଭାଳଚନ୍ଦ୍ର ଷଡ଼ଙ୍ଗୀ, ଓଡିଶା କୃଷକ ସଭା ର ନେତା ବସନ୍ତ ନନ୍ଦ, ଗୋପାଳ ପାଣିଗ୍ରାହୀ, ଙ୍କ ସମେତ ପ୍ରତାପ ପ୍ରଧାନ, ଲଷ୍ମୀନୃସିଂହ ରଥ, ଶ୍ରମିକ ନେତା ଯୁଧିଷ୍ଠିର ବେହେରା, ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅବପାତରେ ପରିଣତ ହୋଇ ଝାଡ଼ଖଣ୍ଡ ଆଡକୁ ମୁହାଁଇଲା ବାତ୍ୟା ୟାସ୍

ଅବପାତରେ ପରିଣତ ହୋଇ ଝାଡ଼ଖଣ୍ଡ ଆଡକୁ ମୁହାଁଇଲା ବାତ୍ୟା ୟାସ୍

Read More...

ବାତ୍ୟା ପ୍ରଭାବିତଙ୍କୁ ମିଳିବ ୭ ଦିନର ରିଲିଫ୍ : ମୁଖ୍ୟମନ୍ତ୍ରୀ

ବାତ୍ୟା ପ୍ରଭାବିତଙ୍କୁ ମିଳିବ ୭ ଦିନର ରିଲିଫ୍ : ମୁଖ୍ୟମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: