କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା

May 30, 2021, ଦେଶଦୁନିଆ, , BHAGYAPRABHA NEWS
କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା
BHAGYAPRABHA NEWS
[ INPUT ]
Bhagyaprabha News Bureau
May 30, 2021

କରୋନାରେ ଅନାଥ ହୋଇଥିବା ଶିଶୁଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । କରୋନାରେ ଉଭୟ ବାପା-ମା'ଙ୍କୁ ହରାଇଥିବା କିମ୍ବା ଅଭିଭାବକଙ୍କୁ ହରାଇଥିବା ପିଲାଙ୍କୁ ୧୦ ଲକ୍ଷ ଟଙ୍କା ମିଳିବ । ଏଥିସହ ମାଗଣା ସ୍ବାସ୍ଥ୍ୟ ବୀମା ଓ ଶିକ୍ଷା ସୁବିଧା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପିଏମ କେୟାର୍ସ ପାଣ୍ଠିରୁ ଏହି ୧୦ ଲକ୍ଷ ଟଙ୍କା ମିଳିବ ।ଆୟୋଜିତ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମହାମାରୀ ସ୍ଥିତିରେ ଅସହାୟ ହୋଇ ପଡିଥିବା ପିଲାମାନଙ୍କୁ ସହାୟତା କରିବା ପାଇଁ ଘୋଷଣା କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଏଭଳି ସମସ୍ତ ଶିଶୁ ହିତାଧିକାରୀ ଭାବରେ ନାମ ମଧ୍ୟ ପଞ୍ଜୀକରଣ କରାଯିବ । ୧୮ ବର୍ଷ ଯାଏ ଆୟୂଷ୍ମାନ ଭାରତ ଯୋଜନାରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କରାଯିବ । ଏହାର ପ୍ରିମିୟମ ପିଏମ କେୟାର୍ସ ପାଣ୍ଠିରୁ ଭରଣ କରାଯିବ ବୋଲି ପିଏମଓ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଏହି ପାଣ୍ଠି ସେମାନଙ୍କ ଅଧ୍ୟୟନ ପାଇଁ ସହାୟକ ହେବ ବୋଲି ମଧ୍ୟ ଯୋଜନା ରଖାଯାଇଛି । ଏହି ଯୋଜନାରେ ପ୍ରତ୍ୟେକ ପିଲାଙ୍କୁ ୧୮ ବର୍ଷ ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ୧୦ ଲକ୍ଷ ଟଙ୍କାର କର୍ପସ ଫଣ୍ଡ ସୃଷ୍ଟି କରିବାରେ ସହଯୋଗ କରିବ । ୧୮ ବର୍ଷ ହେବା ମାତ୍ରେ ପିଲାମାନଙ୍କୁ ମୂଳ ସହ ସୁଧ ଅର୍ଥ ଦିଆଯିବ । ଅନାଥ ପିଲାଙ୍କୁ ସରକାରୀଙ୍କ ଦ୍ୱାରା ପରିଚାଳିତ ଘର ଓ ହଷ୍ଟେଲରେ ରଖାଯିବ।୨୩ ବର୍ଷ ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ବ୍ୟବହାର ପାଇଁ ୧ ଲକ୍ଷ ଟଙ୍କା ପାଇବେ । ଏହି ଯୋଜନା ଅଧୀନରେ ୧୦ ବର୍ଷରୁ କମ ପିଲାମାନଙ୍କ ପାଇଁ ବିଦ୍ୟାଳୟ ଶିକ୍ଷା ସହାୟତା ମଧ୍ୟ ଯୋଗାଇ ଦିଆଯିବ । ଅନ୍ୟପଟେ ସେହିପରି ଶିଶୁଙ୍କୁ ନିକଟ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଘରୋଇ ବିଦ୍ୟାଳୟରେ ଆଡମିଶନ ଦିଆଯିବ । ସେହିପରି ପାଠ ପଢା ପାଇଁ ୟୁନିଫର୍ମ, ପାଠ୍ୟ ପୁସ୍ତକ ଓ ପାଠପଢ଼ା ଖର୍ଚ୍ଚ ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଟପୁର ପୋଲିସ ପକ୍ଷରୁ ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ : ୬ ଜୁଆଡି ସମେତ ୩ ବାଇକ ଓ ଟଙ୍କା ଜବତ

ପାଟପୁର ପୋଲିସ ପକ୍ଷରୁ ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ : ୬ ଜୁଆଡି ସମେତ ୩ ବାଇକ ଓ ଟଙ୍କା ଜବତ

Read More...

 ଆସନ୍ତା ୪ଦିନ ରାଜ୍ୟରେ ବର୍ଷିବ କାଳବୈଶାଖୀ ବର୍ଷା

ଆସନ୍ତା ୪ଦିନ ରାଜ୍ୟରେ ବର୍ଷିବ କାଳବୈଶାଖୀ ବର୍ଷା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: