ବିଷାକ୍ତ ମଦ ପିଇ ୫୬ ମୃତ

May 31, 2021, ଦେଶଦୁନିଆ, , BHAGYAPRABHA NEWS
ବିଷାକ୍ତ ମଦ ପିଇ ୫୬ ମୃତ
BHAGYAPRABHA NEWS
[ INPUT ]
Bhagyaprabha News Bureau
May 31, 2021

ବିଷାକ୍ତ ମଦ ପିଇ ୫୬ ଜଣଙ୍କର ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶର ଆଲିଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରଶାସନ ଏହି ମମାଲାରେ ମୃତକଙ୍କ ସଂଖ୍ୟା ଲୁଚାଉଥିବା ଅଭିଯୋଗ ହେଉଛି। ଏଯାବତ ୨୫ ଜଣଙ୍କର ବିଷାକ୍ତ ମଦରେ ମୃତ୍ୟୁ ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି। ଅନେକ ମୃତକଙ୍କ ପରିବାର ଲୋକ ରବିବାର ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ। ଅନେକ ମୃତକଙ୍କ ଶବ ବ୍ୟବଚ୍ଛେଦ କରାନଯାଇ ପ୍ରଶାସନ ବଳ ପୂର୍ବକ ଅନ୍ତିମ ସଂସ୍କାର କରିଥିବା ଅଭିଯୋଗ ହୋଇଛି। ହେଲେ ଏଯାବତ ୫୧ ଜଣଙ୍କର ଶବ ବ୍ୟବଚ୍ଛେଦ ହୋଇଥିବା କହିଛି ପ୍ରଶାସନ।ଏହି ମାମଲାର ଅଭିଯୁକ୍ତ ବିପିନ ଯାଦବଙ୍କୁ ପୁଲିସ ରବିବାର ଗିରଫ କରିଥିବା ସୂଚନା ରହିଛି। ହେଲେ ମୁଖ୍ୟ ଅଭିଯୁକ୍ତ ଋଷି ଶର୍ମା ଏବେ ବି ଗିରଫ ହୋଇପାରିନଥିବା ସୂଚନା ରହିଛି। ସୁଚନାନୁସାରେ, ଆଲିଗଡ଼ର ଜିଲ୍ଲାପାଳ ଚନ୍ଦ୍ର ଭୂଷଣ କହିଛନ୍ତି ଯେ ବିଷାକ୍ତ ମଦ ପିଇବାରୁ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ବାକି ମୃତକଙ୍କୁ ସନ୍ଦିଗ୍ଧ ଅବସ୍ଥାରେ ରଖାଯାଇଛି। ଏବେ ୧୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜିଲ୍ଲାପାଳ କହିଛନ୍ତି। ଏବେ ସେମାନେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି।ୱଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ବିଷାକ୍ତ ମଦ ପିଇବାରୁ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ବାକି ମୃତକଙ୍କ ଭିସେରାକୁ ସୁରକ୍ଷିତ ରଖାଯାଇଛି।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଏଥର ବି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

ଏଥର ବି ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା

Read More...

ରାଜ୍ୟରେ ଗତ ୨୪ଘଂଟାରେ ୮୩୧୩ ପଜିଟିଭ ଚିହ୍ନଟ, ୩୫ ମୃତ

ରାଜ୍ୟରେ ଗତ ୨୪ଘଂଟାରେ ୮୩୧୩ ପଜିଟିଭ ଚିହ୍ନଟ, ୩୫ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: