ବିଧାନସଭାରେ ବିଜୟଶ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର, ଆଜି ଜନ୍ମମାଟିରେ ଶେଷକୃତ୍ୟ

June 03, 2021, ଓଡ଼ିଶା, , BHAGYAPRABHA NEWS
ବିଧାନସଭାରେ ବିଜୟଶ୍ରୀଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର, ଆଜି ଜନ୍ମମାଟିରେ ଶେଷକୃତ୍ୟ
BHAGYAPRABHA NEWS
[ INPUT ]
Bhagyaprabha News Bureau
June 03, 2021

ଅନ୍ତିମ ଯାତ୍ରାରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟ । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଜନ୍ମମାଚିର ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ ଅନ୍ତିମ ସଂସ୍କାର ହେବ । ଏଥିପାଇଁ ମର ଶରୀରକୁ ଆଜି ଭୁବନେଶ୍ୱରରୁ ଜନ୍ମମାଟି ଅଭିମୁଖେ ନିଆଯାଉଛି । ଆଜି ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା । ଏଠାରେ ତାଙ୍କୁ ଦିଆଯାଇଥିଲା ଗାର୍ଡ ଅଫ୍ ଅନର । ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମେତ କିଛି ନେତା ।ତାପୂର୍ବରୁ ମର ଶରୀରକୁ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା ।ବଳର ବହୁ ନେତା ଓ କର୍ମୀ ତାଙ୍କର ଶେଷ ଦର୍ଶନ କରିଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଥିଲା । ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲା । ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।


ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ ବିଜୟଶ୍ରୀ ରାଉତରାୟ । ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ କ୍ରମାଗତ 6 ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । 1990 ଓ 1995ରେ ଜନତା ଦଳ ଟିକେଟରୁ ବିଜୟୀ ହୋଇଥିଲେ । ପରେ ବିଜେଡି ଟିକେଟରେ ନିର୍ବାଚନ ଜିତି ବିଧାନସଭାକୁ ଆସିଥିଲେ ବିଜୟଶ୍ରୀ ରାଉତରାୟ । ନବୀନ ସରକାରରେ ସେ ପର୍ଯ୍ୟଟନ, ସ୍ୱାସ୍ଥ୍ୟ, ଶ୍ରମ, ରାଜସ୍ୱ, ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ନୀତି

ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଭଉଁରୀ ନୀତି

Read More...

ସ୍ୱୟଂ ସହାୟିକା ଗୋଷ୍ଟୀ ହାତରେ ସହରର ପରିମଳ ବ୍ୟବସ୍ଥା

ସ୍ୱୟଂ ସହାୟିକା ଗୋଷ୍ଟୀ ହାତରେ ସହରର ପରିମଳ ବ୍ୟବସ୍ଥା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: