ବିଭିନ୍ନ ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ସାନଖେମୁଣ୍ଡି ବିଧାୟକ

June 07, 2021, ସାକ୍ଷାତକାର, ଗଞ୍ଜାମ, Kiran Behera
ବିଭିନ୍ନ ପଞ୍ଚାୟତର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ସାନଖେମୁଣ୍ଡି ବିଧାୟକ
Kiran Behera
[ Reporter,Digapahandi ]
Bhagyaprabha News Bureau
June 07, 2021

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ରମେଶ ଚନ୍ଦ୍ର ଜେନା ସୋମବାର ଦିନ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିବା ସହ ପଞ୍ଚାୟତରେ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ବର୍ତ୍ତମାନ କରୋନାର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣରେ ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଲୋକଙ୍କ ମନରୁ ଭୟାବହତା ଦୂର ହୋଇପାରିନାହିଁ । ଏଭଳି ବିପର୍ଯ୍ୟୟ ସମୟରେ ବିଧାୟକ ଶ୍ରୀ ଜେନା ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି । ସୋମବାର ଦିନ ବ୍ଲକର କଙ୍କୋରଡ଼ା ଓ କଉଡିଆ ପଞ୍ଚାୟତରେ ପହଞ୍ଚି ଚାଲିଥିବା ସରକାରୀ ଜନ ମଙ୍ଗଳ ଯୋଜନାର ରୂପରେଖ ଓ ଅଗ୍ରଗତି ସମ୍ବନ୍ଧରେ ଅନୁଧ୍ୟାନ କରିଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ କଙ୍କୋରଡ଼ା ଅଧିଷ୍ଠାତ୍ରୀ ଦେବୀ ମା ନାରାୟଣୀ ମନ୍ଦିର ପୁଷ୍କରିଣୀ ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ଅନୁଧ୍ୟାନ କରିବା ସହିତ ବ୍ୟୟ ଅଟକଳକୁ ନେଇ ସମୀକ୍ଷା କରିଛନ୍ତି । ଏହାପରେ କଙ୍କୋରଡ଼ା ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଭିତ୍ତିଭୂମୀ ବିକାଶକୁ ନେଇ ଅଞ୍ଚଳ ବୁଦ୍ଧିଜୀବି ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସହ ମିଳିତ ଆଲୋଚନା କରି ଆବଶ୍ୟକୀୟ ପାଣ୍ଠି ନିୟୋଜନ ପାଇଁ ସ୍ଵୀକୃତି ପ୍ରଦାନ କରିଛନ୍ତି । ସେହିପରି କରାଖଣ୍ଡି ଗ୍ରାମରେ ପହଞ୍ଚି ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଆବଶ୍ୟକ ଉପାଦାନକୁ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ କଉଡିଆ ପଞ୍ଚାୟତରେ ଗତ କିଛଦିନ ତଳେ ଦଣ୍ଡବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ଚଞ୍ଚକତାକୁ ନେଇ ଯେଉଁ ବିବାଦ ଦେଖାଯାଇଥିଲା ତାହାକୁ ନେଇ ବିଧାୟକ ଗ୍ରାମବାସୀ ସହ ଆଲୋଚନା କରିଥିଲେ । ଏହି ଅବସରରେ ସରପଞ୍ଚ ପ୍ରତିନିଧି ରୋହିତ ଖୁଣ୍ଟିଆ , ଯୁବନେତା ଅଜୟ ଦଳାଇ , ସଂଗଠକ ମିତ୍ରଭାନୁ ଦଳେଇ ବିଧାୟକ ସହ ଗ୍ରାମରେ ରହିଥିବା ମୈଳିକ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ସହ ଗ୍ରାମବାସୀଙ୍କୁ ପକ୍ଷଭୁକ୍ତ କରାଇ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରି କାର୍ଯ୍ୟକୁ ତ୍ବରାନ୍ବିତ କରିବା ନେଇ ପରାମର୍ଶ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

Read More...

ଅଟୋ ବାଇକ ମୁହାଁ ମୁହିଁ ଧକ୍କା, ୨ ଗୁରୁତର

ଅଟୋ ବାଇକ ମୁହାଁ ମୁହିଁ ଧକ୍କା, ୨ ଗୁରୁତର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: