ଡ୍ରାଇଭରକୁ ପିଟିପିଟି ହତ୍ୟା ମାମଲାରେ ଅନ୍ୟ ୪ ଅଭିଯୁକ୍ତ ଗିରଫ

June 08, 2021, ଅପରାଧ, ଗଞ୍ଜାମ, Kiran Behera
ଡ୍ରାଇଭରକୁ ପିଟିପିଟି ହତ୍ୟା ମାମଲାରେ ଅନ୍ୟ ୪ ଅଭିଯୁକ୍ତ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
June 08, 2021

ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ ପକ୍ଷରୁ ମଙ୍ଗଳବାର ଦିନ ଗତ ମାର୍ଚ୍ଚ ମାସରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ବସନ୍ତ ବାଘକୁ ଗ୍ରାମବାସୀ ପିଟିପିଟି ହତ୍ୟା କରିଥିବା ମାମଲାରେ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ମାନଙ୍କ ମଧ୍ୟରେ ଆଡପଡା ଗ୍ରାମର ଶ୍ରୀକାନ୍ତ ପୃଷ୍ଟି , ଚନ୍ଦନ ରାଉତ , ଜିତେନ୍ଦ୍ର ରାଉତ ଓ ପୂର୍ଣ୍ଣଚନ୍ଦ୍ର ରାଉତ ବୋଲି ଜଣାପଡିଛି । ଖବରନୁଯାୟୀ , ଗତ ମାର୍ଚ୍ଚ ମାସରେ ପାଟପୁର ଥାନା ରଙ୍ଗୁଣୀପଲ୍ଲୀରେ ଏକ ମାଟି ବୋଝେଇ ଟ୍ରିପର ଧକ୍କାରେ ଆଡପଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ ହୋଇଥିବା ବେଳେ ହେଲପର ଆହତ ହୋଇଥିଲେ । ଯାହାଫଳରେ ଘଟଣା ଘଟିଥିବା ସ୍ଥାନରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ । ଏପରିକି ଉତ୍ୟକ୍ତ ଲୋକେ ଡ୍ରାଇଭର ଉପରକୁ ରାଗ ସୁଝାଇବାକୁ ଯାଇ ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ବାଡ଼େଇ ମାରିଦେଇଥିଲେ । ଘଟଣାପରେ ଟ୍ରକ ମାଲିକ ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପାଟପୁର ପୋଲିସ ୩ ଟି ମାମଲା ରୁଜୁ କରି ତଦନ୍ତ ଚଳାଇ ସହ ଭିଡିଓ ଫୁଟେଜ ଆଧାରରେ ପୋଲିସ ତଦନ୍ତ କରି ମାର୍ଚ୍ଚ ୨୨ ରେ ୮ ଜଣଙ୍କୁ ଗିରଫ କରିଥିବା ବେଳେ କିଛି ଦିନ ପୂର୍ବେ ଅନ୍ୟ ୭ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ସେଠାରେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଏବେ ସେମାନେ ଜେଲ ଚାରିକାନ୍ଥ ଭିତରେ ଦିନ କାଟୁଥିବା ଜଣାପଡିଛି । ପୂର୍ବରୁ ପୋଲିସ ହତ୍ୟା ମାମଲାରେ ଥାନା କେସ ନଂ ୮୨/୨୧ ଅନୁସାରେ ୫୦ ଜଣ ଓ ରାସ୍ତାରୋକ କରିଥିବା ହେତୁ ଏକ ମାମଲା ୮୩/୨୧ ରେ ୨୦୦ ରୁ ଉର୍ଦ୍ଧ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ତେବେ ମଙ୍ଗଳବାର ୪ ଜଣକୁ ଗିରଫ କରିବା ପରେ ଅପରାହ୍ନରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛାତ୍ର କଂଗ୍ରେସ ପକ୍ଷରୁ ଗରିବ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ଛାତ୍ର କଂଗ୍ରେସ ପକ୍ଷରୁ ଗରିବ ଅସହାୟଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

Read More...

ପାଟପୁର ପୋଲିସ ପକ୍ଷରୁ ବିପୁଳ ପରିମାଣର ଦେଶୀମଦ ଜବତ : ୨ ଗିରଫ

ପାଟପୁର ପୋଲିସ ପକ୍ଷରୁ ବିପୁଳ ପରିମାଣର ଦେଶୀମଦ ଜବତ : ୨ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: