କରୋନା ସହ ଲଢେଇ କରି ଆଖି ବୁଜିଲେ 'ଫ୍ଲାଇଙ୍ଗ ଶିଖ' ମିଲଖା ସିଂ

June 19, 2021, ଦେଶଦୁନିଆ, , BHAGYAPRABHA NEWS
କରୋନା ସହ ଲଢେଇ କରି ଆଖି ବୁଜିଲେ 'ଫ୍ଲାଇଙ୍ଗ ଶିଖ' ମିଲଖା ସିଂ
BHAGYAPRABHA NEWS
[ INPUT ]
Bhagyaprabha News Bureau
June 19, 2021

ଗତକାଲି ବିଳମ୍ବିତ ରାତିିରେ ଚଣ୍ଡିଗଡ଼ର ପିଜିଆଇ ହସ୍ପିଟାଲରେ ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ପ୍ରାୟ ମାସେ ହେବ କରୋନାରେ ଆକ୍ରାନ୍ତ ହୋଇଥିଲେ ମିଲଖା ସିଂ । ପାଂଚ ଦିନ ତଳେ ପତ୍ନୀ ନିର୍ମଳାଙ୍କୁ ହରାଇଥିଲେ । ମିଲଖାଙ୍କ ବିୟୋଗ କ୍ରୀଡା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।ସ୍ଥାନୀୟ ପିଜିଆଇଏମ୍ଆର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ମହାନ କ୍ରୀଡା ତାରକାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେବାରୁ ବୁଧବାର ତାଙ୍କୁ ଆଇସିୟୁରୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁବାର ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଠାକ୍ ଥିଲା ।ହେଲେ ଶୁକ୍ରବାର ପୁଣି ଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କ ଦେହରେ ଜ୍ୱର ବଢ଼ି ଯାଇଥିଲା ବେଳେ ଅକ୍ସିଜେନ ସ୍ତର ମଧ୍ୟ ଦ୍ରୁତ ଗତିରେ ନିମ୍ନଗାମୀ ହେବାର ଲାଗିଥିଲା । ମିଲଖାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଆଇସିୟୁରେ ଭର୍ତି କରାଯାଇଥିଲା । ହେଲେ ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ଝିଅ ଡାକ୍ତର ମୋନା ମିଲ୍ଖା ସିଂ ଓ ପୁଅ ଜିଭ୍ ମିଲଖା ସିଂ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ୩୪୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୨  ମୃତ

ରାଜ୍ୟରେ ୩୪୨୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪୨ ମୃତ

Read More...

ଦିଗପହଣ୍ଡିକୁ ସବୁଜ ସହରରେ ପରିଣତ କରିବା ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ଦିଗପହଣ୍ଡିକୁ ସବୁଜ ସହରରେ ପରିଣତ କରିବା ନେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: