ଦିଗପହଣ୍ଡି ଏନ୍ଏସି ଓ ବ୍ଳକରେ ଟିକାକରଣକୁ ନେଇ ଉତ୍ସାହ : ଲକ୍ଷ୍ଯ ଠାରୁ ଅଧିକ ଟିକାଦାନ , ୧୫୩୦ ଜଣଙ୍କ ଟୀକାକରଣ

June 21, 2021, ସ୍ବାସ୍ଥ୍ୟ, ଗଞ୍ଜାମ, Kiran Behera
ଦିଗପହଣ୍ଡି ଏନ୍ଏସି ଓ ବ୍ଳକରେ ଟିକାକରଣକୁ ନେଇ ଉତ୍ସାହ : ଲକ୍ଷ୍ଯ ଠାରୁ ଅଧିକ ଟିକାଦାନ , ୧୫୩୦ ଜଣଙ୍କ ଟୀକାକରଣ
Kiran Behera
[ Reporter,Digapahandi ]
Bhagyaprabha News Bureau
June 21, 2021

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ଓ ବ୍ଳକରେ ସୋମବାର ଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବା ଜଣାପଡିଛି । ଯାହାକି ପ୍ରଥମ ଦିନରେ ଲକ୍ଷ୍ଯ ଠାରୁ ଅଧିକ ଟିକାଦାନ ହୋଇଥିବା ବେଳେ ୧୫୩୦ ଜଣଙ୍କ ଟୀକାଦାନ କରାଯାଇଥିବା ଜଣାପଡିଛି । ଖବରନୁଯାୟୀ , ଦିଗପହଣ୍ଡି ଏନ୍ଏସି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଟୀକାଦାନ କେନ୍ଦ୍ରରେ ୬୬୨ ଜଣ ଟୀକା ନେଇଥିବା ବେଳେ ପଦ୍ମନାଭପୁରରେ ୪୬୨ ଏବଂ ବମକୋଇ ମହାବିଦ୍ୟାଳୟ ଟୀକାଦାନ କେନ୍ଦ୍ରରେ ୪୦୨ ଜଣ ଟୀକା ନେଇଥିବା ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରର ସୁପରିନଟେଣ୍ଡେଣ୍ଟ ଡା.ବିଜୟ କୁମାର ନାୟକ ସୂଚନା ଦେଇଛନ୍ତି । ପ୍ରଥମ ଦିନରେ ଦିଗପହଣ୍ଡିରେ ୧୨୦୦ ଜଣଙ୍କ ଟୀକାକରଣ ପାଇଁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ଯୁବକ ମାନେ ଉତ୍ସାହର ସହ ପହଞ୍ଚି ଥିବାରୁ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଟୀକାକରଣ ହୋଇପାରିଥିବା ଜଣାପଡିଛି । ସ୍ବାସ୍ଥ୍ୟ ବିଭାଗୀୟ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟୀକାକରଣ କାର୍ଯ୍ୟ ସମ୍ପାଦନ ହୋଇଥିବା ବେଳେ ପଦ୍ମନାଭପୁର ଠାରେ ସରପଞ୍ଚ ବି.କ୍ରିଷ୍ଣାରାଓ ସୁବୁଦ୍ଧି , ସମିତି ସଭ୍ୟ ସୁଶାନ୍ତ ସେଠୀ , ଓ୍ବାର୍ଡ ସଭ୍ୟ ବସନ୍ତ ନାୟକ, ବାବୁଲା ବେହେରାଙ୍କ ସମେତ ମନୋଜ ଚୌଧୁରୀ , ସିଦ୍ଧାନ୍ତ ତ୍ରିପାଠୀ , ପପୁନ ସାହୁ , କୁରେଶୁ ପାଣିଗ୍ରାହୀ , ରବିନ୍ଦ୍ର ରେଡ୍ଡୀ , ଅଭିମନ୍ୟୁ ଜାନି ପ୍ରମୁଖ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଶୋକସଭା ଅନୁଷ୍ଠିତ

ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଶୋକସଭା ଅନୁଷ୍ଠିତ

Read More...

ଚୋରା ରାକେଟ ଗ୍ଯାଙ୍ଗକୁ ଠାବ କଲା ଦିଗପହଣ୍ଡି ପୋଲିସ : ମହିଳା ସମେତ ୩ ଯୁବକ ଗିରଫ

ଚୋରା ରାକେଟ ଗ୍ଯାଙ୍ଗକୁ ଠାବ କଲା ଦିଗପହଣ୍ଡି ପୋଲିସ : ମହିଳା ସମେତ ୩ ଯୁବକ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: