ଭାରତରେ ଆତଙ୍କୀ ହମ୍‌ଲା କଲେ ପାକିସ୍ତାନକୁ ମହଙ୍ଗା ପଡ଼ିବ : ଆମେରିକା

March 21, 2019, ଦେଶଦୁନିଆ, , Bhagyaprabha News Bureau
ଭାରତରେ  ଆତଙ୍କୀ ହମ୍‌ଲା କଲେ ପାକିସ୍ତାନକୁ ମହଙ୍ଗା ପଡ଼ିବ : ଆମେରିକା
Bhagyaprabha News Bureau
March 21, 2019

ପାକିସ୍ତାନକୁ ପୁଣି ଧମକାଇଛି ଭାରତର ବନ୍ଧୁ ରାଷ୍ଟ୍ର ଆମେରିକା। ଆମେରିକା କହିଛି ପାକିସ୍ତାନକୁ ଆତଙ୍କବାଦୀଘଙ୍କ ଉପରେ ଦୀର୍ଘମିଆଦି, ପ୍ରମାଣଯୋଗ୍ୟ ଏବଂ ପୁଣିନଘଟିବା ଭଳି କାର୍ଯ୍ୟାନୁଷ୍ଠାନ ନେଉ। ଏହା ବ୍ୟତୀତ ପାକ୍‌କୁ ଆମେରିକା ଧମକାଇଛି, ପୁଣି ଏଭଳି ଘଟଣା ଘଟିଲେ ଭାରତ ପାଇଁ ’ଚରମ ସମସ୍ୟା’ ସୃଷ୍ଟି କରିବ।ହ୍ୱାଇଟ୍‌ ହାଉସ୍‌ର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, “ଆମେ ଚାହୁଁଛୁ ପାକିସ୍ତାନ ଦୀର୍ଘସ୍ଥାୟୀ କାର୍ଯ୍ୟାନୁଷ୍ଠାନ ନେଉ। ବିଶେଷ କରି ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତାଇବା ଯେଭଳି ଉପତ୍ୟକାରେ କୌଣସି ଅଘଟଣ ନ ଘଟାନ୍ତି ସେଥିପ୍ରତି ମଧ୍ୟ ଦୃଷ୍ଟି ଦେଉ।”ଏହି ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି, “ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ପୁଣି ଆତଙ୍କବାଦୀ ହମ୍‌ଲା ହୁଏ ଏହା ପାକିସ୍ତାନ ପାଇଁ ସମସ୍ୟା ଡାକିଆଣିବ। ଆଉ ଏହି କାରଣରୁ ସୃଷ୍ଟି ହେବାକୁ ଥିବା ଭୟାବହତା ଉଭୟ ଦେଶରେ ଅଶନ୍ତି ସୃଷ୍ଟଠି କରିବ। ଅନ୍ୟପକ୍ଷରେ ବାଲାକୋଟ୍‌ରେ ଥିବା ଆତଙ୍କୀ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ହଠାତ ଆତଙ୍କୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେବାଭଳି ଦେଖାଇ ହେଉଥିବାରୁ ଏହି ପ୍ରସଙ୍ଗରେ ସେ କହିଛନ୍ତି, ଆମେରିକା ଏବଂ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହ ଏଥିପ୍ରତି ନଜର ରଖିଛନ୍ତି। ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେପରି ଏହି ରାଷ୍ଟ୍ର ଅପ୍ରତ୍ୟାବର୍ତ୍ତୀ ଏବଂ ଦୀର୍ଘସ୍ଥାୟୀ ପଦକ୍ଷେପ ନିଏ। ଏବେ ଏହା ଉପରେ ସମ୍ପୂର୍ଣ୍ଣ କଳନା କରିବା ଭୁଲ ହେବ ବୋଲି ସେ କହିଥିଲେ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାତ ଛାଡିଲେ ଜଳେଶ୍ୱର ପୁର୍ବତନ ବିଧାୟକ ଚାନ୍ଦ

ହାତ ଛାଡିଲେ ଜଳେଶ୍ୱର ପୁର୍ବତନ ବିଧାୟକ ଚାନ୍ଦ

Read More...

କର୍ଣ୍ଣାଟକରେ କୋଠା ଭୁଶୁଡ଼ି ୭ ମୃତ ୫୫ ଆହତ

କର୍ଣ୍ଣାଟକରେ କୋଠା ଭୁଶୁଡ଼ି ୭ ମୃତ ୫୫ ଆହତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: