ବଜ୍ରଗୁମ୍ମାରେ ଉପଜିଲ୍ଲାପାଳଙ୍କ ଜନଶୁଣାଣୀ , ଉତ୍ୟକ୍ତ ଲୋକଙ୍କ ଘେରାବନ୍ଦୀରେ ତହସିଲଦାର

June 25, 2021, ଓଡ଼ିଶା, ଗଞ୍ଜାମ, Kiran Behera
ବଜ୍ରଗୁମ୍ମାରେ ଉପଜିଲ୍ଲାପାଳଙ୍କ ଜନଶୁଣାଣୀ , ଉତ୍ୟକ୍ତ ଲୋକଙ୍କ ଘେରାବନ୍ଦୀରେ ତହସିଲଦାର
Kiran Behera
[ Reporter,Digapahandi ]
Bhagyaprabha News Bureau
June 25, 2021

ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମ ନିକଟ ବାହୁଦା ନଦୀରୁ ବାଲି ଉତ୍ତୋଳନ ଓ ଚାଲାଣ ଘଟଣାରେ ଦୀର୍ଘଦିନ ଧରି ଉପୁଜିଥିବା ବିବାଦ ଉପରେ ଗୁରୁବାର ଦିନ ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କିର୍ତ୍ତୀଭାସନ ବଜ୍ରଗୁମ୍ମା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ଅଭିଯୋଗର ଶୁଣାଣି କରିଥିବା ଜଣାପଡିଛି । ମାନ୍ଯବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ କ୍ରମେ ଉପଜିଲ୍ଲାପାଳ ଅନ୍ୟ ଅଧିକାରୀଙ୍କ ସହ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ବାଲି ଉତ୍ତୋଳନ ସ୍ଥଳ ପରିଦର୍ଶନ କରାଇ ତଦଜନିତ ସୃଷ୍ଟି ହୋଇଥିବା ଅସୁବିଧା ସମ୍ପର୍କରେ ପ୍ରକାଶ କରିଥିଲେ ।ମୂଖ୍ଯତଃ ରିଟେଇନିଂ ଓ୍ବାଲ ବା ସୁରକ୍ଷା ପାଚେରୀ ଅଭାବରୁ ବିଭିନ୍ନ ସମୟରେ ବନ୍ଯାଜଳ ଗାଁ ଭିତରେ ପଶି ଘରଦ୍ୱାର ନଷ୍ଟ କରିବା ସହ ଚାଷଜମି ନଦୀ ଗର୍ଭରେ ଲୀନ ହେଉଥିବା କହିଥିଲେ । ଦ୍ୱିତୀୟରେ ଲିଜଧାରୀ ବାଲି ଉତ୍ତୋଳନ କରି କୃତ୍ରିମ ଗଣ୍ଡ ସୃଷ୍ଟି କରିବା ପରେ ସେହି ଗଣ୍ଡରେ ବୁଡି ଦୁଇ ଦୁଇଟି ଜୀବନ ଚାଲି ଯାଇଛି। ଜେସିବି ସାହାଯ୍ୟରେ ବେଆଇନ ବାଲି ଉତ୍ତୋଳନ କରି ହାଇଓ୍ବାରେ ଚାଲାଣ ହେଉଥିବା ଯୋଗୁଁ ଗାଁ ରାସ୍ତା ଖରାପ ହେବା ସହ ଦୀର୍ଘ ୮୦ ବର୍ଷର ଏକ ପୁରାତନ ମନ୍ଦିର ଏବଂ ହରିଜନ ସାହିର କିଛି ଘର ଫାଟି ସେମାନଙ୍କ ପରିବାରର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ଅଭିଯୋଗ କରିଥିଲେ । ତେଣୁ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଏବଂ ସୁରକ୍ଷା ପାଚେରୀ ନିର୍ମାଣ ନହେବା ଯାଏଁ ଗାଁ ରାସ୍ତାରେ ବାଲି ଚାଲାଣ ହେବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ ଜଣାଇ ଦେଇଥିଲେ । ଉପଜିଲ୍ଲାପାଳ ଜଳସମ୍ପଦ ବିଭାଗ ସହ ଆଲୋଚନା କରି ସୁରକ୍ଷା ପାଚେରୀ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ କହିବା ସହ ଉପସ୍ଥାପିତ ଅନ୍ୟ ଦାବୀ ଗୁଡିକ ଉପରେ ମଧ୍ୟ ଦୃଷ୍ଟିଦେବେ ବୋଲି ପ୍ରକାଶ କରିଥିଲେ । ବାଲିଚାଲାଣ ନେଇ ବିଭିନ୍ନ ସମୟରେ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱହୀନ ମନେକରିବା ସହ ଅଭିଯୋଗ କରୁଥିବା ବ୍ଯକ୍ତିଙ୍କୁ ମକଦ୍ଦମାର ଭୟ ଦେଖାଉଥିବା ତହସିଲଦାର ଅଦୈତ କୁମାର ସ୍ବାଇଁଙ୍କୁ ଗ୍ରାମବାସୀ କିଛି ସମୟ ଘେରାବନ୍ଦୀରେ ରଖିବା ସହ ବିଭିନ୍ନ ପ୍ରଶ୍ନବାଣରେ ଘାଇଲା କରିଥିବା ସୂଚନା ମିଳିଥିଲେ ମଧ୍ୟ ଖୋଦ ତହସିଲଦାର ଏହାକୁ ଖଣ୍ଡନ କରିଛନ୍ତିି । ଜନଶୁଣାଣୀ ସମୟରେ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା , ନୂଆଗାଁ ଥାନା ଆଇଆଇସି ମୃତ୍ଯୁଞ୍ଜୟ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ ଅନିଲ ମିଶ୍ର , ପବିତ୍ର ଅଧିକାରୀ , ଚିତ୍ତ ରଞ୍ଜନ ମିଶ୍ର, ଅଭିମନ୍ୟୁ ସେଠୀ , କୁରେଶୁ ଅଧିକାରୀୀ , ବୁଲୁ ମିଶ୍ର , ସୁଧୀର ସାହୁ , କାଳିଆ ସାହୁ, ଧୋବା ଅଧିକାରୀ, ସିମାଞ୍ଚଳ ଅଧିକାରୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରକାଶ ଥାଉକି ଗ୍ରାମବାସୀ ଯୁବ ସମାଜସେବୀ ଇଂ.ଉତ୍ତମ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ତହସିଲଦାର ଙ୍କ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାପାଳଙ୍କ ଯାଏଁ ସମସ୍ତଙ୍କୁ ସେମାନଙ୍କ ଅଭିଯୋଗ ଜଣାଇ ବିଫଳ ହେବାପରେ ବାଧ୍ଯହୋଇ ଉଚ୍ଚ ନ୍ଯାୟାଳୟର ଦ୍ବାରସ୍ଥ ହୋଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୀଷ୍ମଗିରି ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା -ପୋଲିସର ତଦନ୍ତ ଜାରି , ଜଣେ  ଅଟକ

ଭୀଷ୍ମଗିରି ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା -ପୋଲିସର ତଦନ୍ତ ଜାରି , ଜଣେ ଅଟକ

Read More...

ଆଜିଠୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଯାତ୍ରା

ଆଜିଠୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: