ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ; ବହୁ ଆହତ

June 27, 2021, ଦେଶଦୁନିଆ, , BHAGYAPRABHA NEWS
ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ; ବହୁ ଆହତ
BHAGYAPRABHA NEWS
[ INPUT ]
Bhagyaprabha News Bureau
June 27, 2021

ଜମ୍ମୁସ୍ଥିତ ବିମାନ ବନ୍ଦରର ଟେକନିକାଲ ଅଞ୍ଚଳରେ ରବିବାର ସକାଳେ ଦୁଇଟି ବିସ୍ଫୋରଣ ଘଟିବା ଫଳରେ ବହୁ ଲୋକ ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣ ଦୁଇଟି ବିଶେଷ ପ୍ରଭାବଶାଳୀ ନଥିବାରୁ ବଡଧରଣର ଅଘଟଣରୁ ବିମାନ ବନ୍ଦର ବର୍ତ୍ତିଯାଇଥିବା କହିଛନ୍ତି ନିରାପତ୍ତା ବାହିନୀ । ବିସ୍ଫୋରଣ ଘଟିବା ପରେ ବୋମା ନିଷ୍କ୍ରୟକାରୀ ଦଳ ସେଠାରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଜମ୍ମୁ କାଶ୍ମୀରର ନରୱଲ ଅଞ୍ଚଳରୁ ଜଣେ ଆତଙ୍କିଙ୍କୁ ଗିରଫ କରାଯିବା ସହିତ ତାଙ୍କ ନିକଟରୁ ୫ କିଲୋଗ୍ରାମ ଆଇଇଡି ଜବତ କରାଯାଇଛି ।ଜମ୍ମୁ କାଶ୍ମୀର ପୁଲିସ ଏ ସମ୍ପର୍କରେ ଅଧିକ ତଦନ୍ତ କରୁଛି । ଏହା ପୂର୍ବରୁ ଶନିବାର ଦିନ ଜମ୍ମୁ କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ବାରବର ଶାହ ଅଞ୍ଚଳରେ ଏକ ମିଳିତ ପାଟ୍ରୋଲିଂ ଦଳ ଉପରକୁ ଆତଙ୍କବାଦୀଙ୍କର ଗ୍ରେନେଡ ମାଡରେ ଚାରିଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ଜମ୍ମୁ କାଶ୍ମୀର ପୁଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ମିଳିିତ ପାଟ୍ରୋଲିଂ ଦଳ ଯାଉଥିବାବେଳେ ସେମାନଙ୍କ ଉପରକୁ ଏହି ଗ୍ରେନେଡ ମାଡ କରାଯାଇଥିଲା । ତେବେ ତାହା ଲକ୍ଷ୍ୟଭ୍ରଷ୍ଟ ହୋଇ ରାସ୍ତା ଉପରେ ବିସ୍ଫୋରଣ ଘଟିଥିଲା । ସେଥିରେ ଆହତ ଚାରିଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡିଶା ପୋଲିସରେ ୩୯ କ୍ରୀଡାବିତଙ୍କୁ ମିଳିଲା ଚାକିରି

ଓଡିଶା ପୋଲିସରେ ୩୯ କ୍ରୀଡାବିତଙ୍କୁ ମିଳିଲା ଚାକିରି

Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: