ଚକ୍ରର ଚକ୍ରବିହ୍ୟୁରେ ଅଭିମନ୍ୟୁ

March 21, 2019, ମନୋରଞ୍ଜନ, , Bhagyaprabha News Bureau
ଚକ୍ରର ଚକ୍ରବିହ୍ୟୁରେ ଅଭିମନ୍ୟୁ
Bhagyaprabha News Bureau
March 21, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମରେ ପବିତ୍ର ଦୋଳଯାତ୍ରା ଅବସରରେ ଶ୍ରୀ ଶ୍ରୀ ଶ୍ରୀ ସଂସ୍କାର ଯୁବ ନାଟ୍ୟ ସଂସଦ ପକ୍ଷରୁ ଆୟୋଜିତ ନାଟକ " ଚକ୍ରିର ଚକ୍ରବିହ୍ଯୁରେ ଅଭିମନ୍ୟୁ " ମଞ୍ଚସ୍ଥ ହୋଇଯାଇଛି । ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ପରିବେଷିତ ହୋଇଥିବା ନାଟକରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହ ନାଟକର ଶୁଭାରମ୍ଭ କରିଥିଲେ । ସେହିପରି ଦିଗପହଣ୍ଡି ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ନଗର ସଭାପତି ପ୍ରମୋଦ ପାଣିଗ୍ରାହୀ , ସରପଞ୍ଚ ସଂଘ ସଭାପତି କେ. ହରିବନ୍ଧୁ ରେଡ୍ଡୀ , ଗୋକର୍ଣ୍ଣପର ସେବା ସମବାୟ ସମିତି ସଭାପତି ଅସିତ କୁମାର ସାହୁ , ବମକୋଇ ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ଯା , ମ୍ୟାନେଜର ସୁବାଷ ଚନ୍ଦ୍ର ପ୍ରଧାନ , ସଂପାଦକ ଭାସ୍କର କବି , ଉପଦେଷ୍ଟା ଲୁଲା ପାତ୍ର , ଯୁବ ବିଜେଡି ଛାତ୍ର ସଭାପତି ରାଜକିଶୋର ମହାନ୍ତି , ନାଏବ ସରପଞ୍ଚ ଜଗନ୍ନାଥ ପ୍ରଧାନ , ଦେବରାଜ ପ୍ରଧାନ ପ୍ରମୁଖ ସମ୍ମାନୀୟ ଅତିଥିଭାବେ ମଞ୍ଚାସିନ ଥିଲେ । ଭିକାରୀ ଚରଣ ଛୋଟରାୟଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠିତ ଉତ୍ସବ ଶେଷରେ ବମକୋଇ ଯୁବକ ସଂଘର କଳାକାରମାନଙ୍କୁ ନେଇ ନାଟକ ପରିବେଷଣ ହୋଇଥିଲା । ଏହି ନାଟକକୁ ପରିଚାଳନା କରିବାରେ ବମକୋଇ ଗ୍ରାମବାସୀ ଓ ବିଜୁ ଯୁବ ବାହିନୀର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲେ । ଏଥିସହ ଗୁରୁବାର ଦିନ ପୂର୍ବତନ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଦିଗପହଣ୍ଡି ଥାନା ବଡଡୁମ୍ବୁଳା ଗ୍ରାମରେ ଗତକାଲି ମଧ୍ୟରାତ୍ରିରୁ ଚାଲିଥିବା ମାଁ ବାଙ୍କେଶ୍ଵରୀଙ୍କ ଯାତ୍ରା ପୀଠକୁ ଯାଇ ମାଁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୁମାରେଶ୍ବର ନଗରରେ କୋଠାଭୁଷୁଡିବା ଘଟଣାରେ  ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

କୁମାରେଶ୍ବର ନଗରରେ କୋଠାଭୁଷୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

Read More...

ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର  ଦାଖଲ କଲେ ଚନ୍ଦ୍ରଶେଖର ସାହୁ

ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ଚନ୍ଦ୍ରଶେଖର ସାହୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: