ପୁଣି ବଢିଲା ରୋଷେଇ ଗ୍ୟାସ ଦାମ୍

July 01, 2021, ଦେଶଦୁନିଆ, , BHAGYAPRABHA NEWS
ପୁଣି ବଢିଲା ରୋଷେଇ ଗ୍ୟାସ ଦାମ୍
BHAGYAPRABHA NEWS
[ INPUT ]
Bhagyaprabha News Bureau
July 01, 2021

ଅଣ-ସବସିଡ୍ ଘରୋଇ ଏଲପିଜି ସିଲିଣ୍ଡର ଉପରେ ପୁଣିଥରେ ଦର ବୃଦ୍ଧି ହୋଇଛି । ସରକାରୀ ତୈଳ କମ୍ପାନୀମାନେ ଘରେ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରର ଦାମ ଆଜିଠାରୁ ୨୫ ଟଙ୍କା ବୃଦ୍ଧି କରିଛନ୍ତି । ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ୧୪.୨ ଲିଟର ଏଲପିଜି ସିଲିଣ୍ଡରର ଦାମ୍ ୮୩୪ ଟଙ୍କାକୁ ବୃଦ୍ଧି ପାଇଛି । ସୂଚନା ଥାଉକି ଏହା ପୂର୍ବରୁ ଏପ୍ରିଲ ମାସରେ ଏହି ସିଲିଣ୍ଡର ପ୍ରତି ୧୦ ଟଙ୍କା ଶସ୍ତା ହୋଇଥିଲା । ଏହାପରେ ମେ ଓ ଜୁନ୍ ମାସରେ ଗ୍ୟାସ ସିଲିଣ୍ଡରର ଦାମ ସ୍ଥିର ରହିଥିଲା ।ଦିଲ୍ଲୀ ବ୍ୟତୀତ ପଶ୍ଚିମବଙ୍ଗ ରେ ଏଲପିଜି ସିଲିଣ୍ଡର ପ୍ରତି ୮୬୧ ଟଙ୍କା ଓ ମୁମ୍ବାଇରେ ୮୩୪ ଟଙ୍କା ଓ ଚେନ୍ନାଇରେ ୮୫୦ ଦାମ ରହିଛି । କହିରଖୁ କି ଚଳିତବର୍ଷ ଆରମ୍ଭରେ ଦିଲ୍ଲୀରେ ୧୪.୩ କିଲୋ ସିଲିଣ୍ଡର ପ୍ରତି ୬୯୪ ଟଙ୍କା ଥିଲା । ହେଲେ ଜୁଲାଇ ମାସ ବେଳକୁ ଏହା ବୃଦ୍ଧି ଘଟି ୮୩୪ ଟଙ୍କାରେ ପହଂଚିଛି । ଅର୍ଥାତ ୬ ମାସ ମଧ୍ୟରେ ଏଲପିଜି ସିଲିଣ୍ଡରର ଦାମ ୧୩୮ ଟଙ୍କା ବୃଦ୍ଧି ପାଇଛି ।ସେହିଭଳି ୧୯ କିଲୋ ସିଲିଣ୍ଡରର ଦାମ ୭୬.୫୦ ଟଙ୍କା ବୃଦ୍ଧି ପାଇ ୧୫୫୦ ଟଙ୍କାରେ ପହଂଚିଛି । ଇଣ୍ଡିଆନ ଅଏଲ ୱେବସାଇଟ ମୁତାବକ ଜୁନ ପହିଲାରେ ଏହି ସିଲିଣ୍ଡରର ଦାମ ୧୨୨ ଟଙ୍କା କମ କରାଯାଇଥିଲା । ବର୍ତମାନ କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ଏହି ସିଲିଣ୍ଡରର ଦାମ କ୍ରମାଗତ ଭାବେ ୧୬୫୧.୫୦,୧୫୦.୧୬୮୭.୫୦ ଟଙ୍କାରେ ପହଂଚିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡାକ୍ତରଙ୍କ ସେବା ପ୍ରେରଣାଦାୟୀ : ପ୍ରଧାନମନ୍ତ୍ରୀ ମୋଦି

ଡାକ୍ତରଙ୍କ ସେବା ପ୍ରେରଣାଦାୟୀ : ପ୍ରଧାନମନ୍ତ୍ରୀ ମୋଦି

Read More...

ଆଜି ଜାତୀୟ ଡାକ୍ତର ଦିବସ

ଆଜି ଜାତୀୟ ଡାକ୍ତର ଦିବସ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: