ରଥଯାତ୍ରା ଓ ବାହୁଡ଼ାରେ ଛେରାପହଁରା କରିବେ ଗଜପତି

July 06, 2021, ଦେଶଦୁନିଆ, ପୁରୀ, BHAGYAPRABHA NEWS
ରଥଯାତ୍ରା ଓ ବାହୁଡ଼ାରେ ଛେରାପହଁରା କରିବେ ଗଜପତି
BHAGYAPRABHA NEWS
[ INPUT ]
Bhagyaprabha News Bureau
July 06, 2021

ଚଳିତ ବର୍ଷ ରଥଯାତ୍ରା ନେଇ ଗଜପତି ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ପ୍ରତିକିୟା ଦେଇଛନ୍ତି । ରଥଯାତ୍ରା ଓ ବାହୁଡ଼ାରେ ନିଜେ ଗଜପତି ଛେରାପହଁରା କରିବୋ ବୋଲି ଜଣାପଡ଼ିଛି । କୋଭିଡ କଟକଣାର ନିୟମ ପାଳନ କରିବା ସହିତ ୧୪୪ ଧାରା ଜାରି କରାଯାଇ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ଗଜପତି କହିଛନ୍ତି । ରଥାରୂଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ସେବାୟତ ନରହିବା ପାଇଁ ଦଇତାପତିଙ୍କ ସହ ଆଲୋଚନାରେ ଗଜପତି ଅନୁରୋଧ କରିଛନ୍ତି । ଦେଶର ଅନ୍ୟ ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ବନ୍ଦ ନେଇ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି । ଗଜପତି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ୱାଗତ କରିଛନ୍ତି । ଶ୍ରୀମନ୍ଦିର ଆଦି ଓ ମୂଳପୀଠ । ଏହାର ସେବପୂଜା, ରୀତିନୀତି ଓ ପରମ୍ପରା ସ୍ଵତନ୍ତ୍ର ହୋଇଥିବା ସେ କହିଛନ୍ତି । ତେବେ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ହୋଇପାରିବନି ବୋଲି ଆଜି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରମକୋର୍ଟ । ରଥଯାତ୍ରା ଆୟୋଜନ ପାଇଁ ହୋଇଥିବା ଏକାଧିକ ଆବେଦନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମାମଲାକୁ ଖାରଜ କରିଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟ୍‌ଲିରେ ରଥଯାତ୍ରା କରିବା ଲାଗି ଆବେଦନ ହୋଇଥିଲା । ସୁଚନାଯୋଗ୍ୟ, ପ୍ରଧାନ ବିଚାରପତି ଏନଭି ରମନ୍ନାଙ୍କ ନେତୃତ୍ଵାଧୀନ ଖଣ୍ଡପୀଠ ଓଡିଶାର ଅନ୍ୟ ସ୍ଥାନରେ ରଥାଯାତ୍ରା ଆୟୋଜନ କରିବାକୁ ଦାଖଲ ଆବେଦନର ଶୁଣାଣି କରି ଉପରୋକ୍ତ ରାୟ ଦେଇଛନ୍ତି। ଗତବର୍ଷ ତୂଳନାରେ ଚଳିତ ବର୍ଷ କରୋନା ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ସ୍ଥିତି ଅଧିକ ଜଟିଳ ଥିବାରୁ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥ ଯାତ୍ରା ଆୟୋଜନକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ଦେଢଲକ୍ଷ କୋଟିର ୫ ପ୍ରମୁଖ ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

ରାଜ୍ୟରେ ଦେଢଲକ୍ଷ କୋଟିର ୫ ପ୍ରମୁଖ ବଡ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

Read More...

ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଓ ୧୫ କିଲୋୱାଟ ସୌର ଶକ୍ତି ପ୍ଲାଣ୍ଟର ଉଦଘାଟନ କଲେ ବାଚସ୍ପତି

ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ଓ ୧୫ କିଲୋୱାଟ ସୌର ଶକ୍ତି ପ୍ଲାଣ୍ଟର ଉଦଘାଟନ କଲେ ବାଚସ୍ପତି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: