ହାପି ବାର୍ଥ ଡେ ଧୋନୀ

July 07, 2021, ବିଶେଷ, , Srabani Nayak
ହାପି ବାର୍ଥ ଡେ ଧୋନୀ
Srabani Nayak
[ Desk Head ]
Bhagyaprabha News Bureau
July 07, 2021

ଆଜି ୩୮ ବର୍ଷରେ ପାଦ ଦେଇଛନ୍ତି ଟିମ୍ ଇଣ୍ଡିଆର ମୋଷ୍ଟ ଭିଜନ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ । ବୟସ ବଢିଥିଲେ ବି ଗ୍ରାଉଣ୍ଡରେ ଆଜି ବି କମିନି ମାହିଙ୍କ ଚମକ । ୱିକେଟ ପଛରେ ଥାଇ ଦଳର ବିଜୟ ପାଇଁ ସର୍ବଦା ରଣନୀତି ପ୍ରସ୍ତୁତ କରୁଥିବା ଏହି କ୍ରିକେଟରଙ୍କ ଜନ୍ମ ୧୯୮୧ ମସିହା ଆଜିର ଦିନରେ ରାଞ୍ଚିଠାରେ ହୋଇଥିଲା । ଆଜି ତାଙ୍କ ଜନ୍ମଦିନ ଅବସରରେ ସାରାବିଶ୍ୱରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ବିସିସିଆଇ ମଧ୍ୟ ଟୁଇଟ୍ କରି ଧୋନୀଙ୍କୁ ଜନ୍ମଦିନର ବଧେଇ ଜଣାଇଛି । ଟୁଇଟର ପେଜରେ ବିସିସିଆଇ ଧୋନୀଙ୍କ ୪ଟି ଫଟୋକୁ ଗୋଟିଏ ପେଜରେ ସ୍ଥାନ ଦେଇଛି । ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷରେ ଟିମଇଣ୍ଡିଆ ଦମଦାର ବିଜୟ ହାସଲ କରି ଧୋନୀଙ୍କୁ ଜନ୍ମଦିନର ଉପହାର ଦେଇଛି । ତେବେ ଆଜି ତାଙ୍କ ଜନ୍ମ ଦିନ ଅବସରରେ ଆସନ୍ତୁ ଜାଣିବା ଧୋନୀଙ୍କ ବିଷୟରେ -


-ଉତ୍ତରାଖଣ୍ଡ ଲାୱଲିରେ ଜନ୍ମଗ୍ରହଣ କରିଥିଲେ ଧୋନୀ । ମା’ ଦେବକୀ ଦେବୀ ଓ ପିତା ପାନ ସିଂହ। ଧୋନୀଙ୍କର ଗୋଟିଏ ଭାଇ ନରେନ୍ଦ୍ର ଓ ଗୋଟିଏ ଭଉଣୀ ଜୟନ୍ତି ଅଛନ୍ତି।


- ଛୋଟବେଳୁ ଫୁଟବଲ୍‌ରେ ରୁଚି ରଖୁଥିବା ଧୋନୀ ବିଶ୍ଵ କ୍ରିକେଟର ଜଣେ ପରିଚିତ ନାଁ। ଶାନ୍ତ-ସରଳ ସ୍ୱଭାବର ଧୋନୀ ‘ହେଲିକ୍ୟାପ୍ଟର ସଟ’ ମାଧ୍ୟମରେ କିଣି ନେଇଛନ୍ତି ଭାରତୀୟଙ୍କ ହୃଦୟ।


- ଭାରତୀୟ ଦଳର ପୂର୍ବତନ ଅଧିନାୟକ କ୍ରିକେଟ ଜଗତରେ ଟିମକୁ ଏକ ନୂଆ ପରିଚୟ ଦେଇଛନ୍ତି। ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ କ୍ରିକେଟର ସମସ୍ତ ଫର୍ମାଟରେ ବିଶ୍ୱ ବିଜୟୀ ହୋଇଛି। ୨୦୦୭ ଟି-୨୦ବିଶ୍ୱକପ, ୨୦୧୧ ବିଶ୍ୱକପ, ୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ଧୋନିଙ୍କ ନେତୃତ୍ୱରେ କବଜା କରିଛି ଦଳ।


- ୨୦୦୪ମସିହାରେ ଡିସେମ୍ବର ବାଂଲାଦେଶ ବିପକ୍ଷରେ ଦିନିକିଆ କ୍ୟାରିଅର ଆରମ୍ଭ କରିଥିଲେ ମାହି । ୨୦୦୫ମସିହାରେ ଡିସେମ୍ବର ୨ତାରିଖରେ ଶ୍ରୀଲଙ୍କା ବିରୋଧରେ ଟେଷ୍ଟ ଡେବ୍ୟୁ କରିଥିଲେ । ଦିନିକିଆ କ୍ରିକେଟରେ ବିଶ୍ୱର ଶ୍ରେଷ୍ଠ ଫିନିସର ଭାବେ ଜଣାଶୁଣା ଧୋନି । ଦିନିକିଆରେ ଏବେସୁଦ୍ଧା ୩୪୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୧୦,୭୨୩ ରନ୍ କରିଛନ୍ତି । ୧୦ଟି ଶତକ ସହ ୧୮୩ରନ୍ ହେଉଚି ଧୋନିଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ୯୦ଟି ଟେଷ୍ଟରେ ୪୮୭୬ରନ୍ ସଂଗ୍ରହ କରିଛନ୍ତି । ଓ୍ଵିକେଟ୍ ପଛରେ ଧୋନିଙ୍କ ବିଚକ୍ଷଣ ବୁଦ୍ଧି ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଧୋନି ।


- ଆଇପିଏଲରେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ପ୍ରତିନିଧିତ୍ଵ କରି ୩ଥର ଚାମ୍ପିଅନ୍ କରାଯାଇଛନ୍ତି।


-ଧୋନି ସାକ୍ଷୀଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଏକ ଝିଅ ଅଛି ଯାହାର ନାମ ‘ଜିଭା’।


- ଧୋନୀଙ୍କ ଜୀବନୀ ଉପରେ ବଲିଉଡ ଫିଲ୍ମ ହୋଇଛି ‘ଏମ୍‌ଏସ୍‌ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟର ୧୦ ଜିଲ୍ଲାରେ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ : ପ୍ରଦୀପ୍ତ ମହାପାତ୍ର

ରାଜ୍ୟର ୧୦ ଜିଲ୍ଲାରେ ପଜିଟିଭିଟି ହାର ୧ ପ୍ରତିଶତରୁ କମ୍ : ପ୍ରଦୀପ୍ତ ମହାପାତ୍ର

Read More...

ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ୧୨  ହେଭିୱେଟ ମନ୍ତ୍ରୀ

ମୋଦୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ୧୨ ହେଭିୱେଟ ମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: